ଆଜି ନାମାଙ୍କନ ଦାଖଲ କରିବେ ହେଭିୱେଟ ନେତା: ଭୁବନେଶ୍ବରୁ ମନ୍ମଥ, ପୁରୀରୁ ଅରୁପ ଏବଂ କନ୍ଧମାଳରୁ ଡ.ଅଚ୍ୟୁତ ସାମନ୍ତ
ଆଜି ନାମାଙ୍କନ ଭରିବେ ବହୁ ହେଭିୱେଟ ନେତା । ପୁରୀରୁ ନାମାଙ୍କନ ଭରିବେ BJD ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଭୁବନେଶ୍ବର BJD ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିବେ। ସେହିପରି ସମ୍ବଲପୁରରୁ ନାମାଙ୍କନ ଦାଖଲ କରିବେ BJP ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର (କେନ୍ୟୁଜ): ଆଜି ନାମାଙ୍କନ ଭରିବେ ବହୁ ହେଭିୱେଟ ନେତା । ପୁରୀରୁ ନାମାଙ୍କନ ଭରିବେ BJD ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ।ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ଦାଖଲ କରିବେ । ଦୌଡି ଦୌଡି ନୋମିନେସନ ଦାଖଲ ପାଇଁ ବାହାରିଛନ୍ତି ମନ୍ମଥ । ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ବାହାରିଛନ୍ତି ମନ୍ମଥ ରାଉତରାୟ। ଭୁବନେଶ୍ବର ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ଲିଙ୍ଗରାଜ ମନ୍ଦିରରୁ ଦୌଡି ଦୌଡି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଉଛନ୍ତି।
ସେହିପରି କନ୍ଧମାଳରୁ ନାମାଙ୍କନ ଭରିବେ BJD ଲୋକସଭା ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ। ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସମର୍ଥକଙ୍କ ସହ ନାମାଙ୍କନ ପାଇଁ ବାହାରିବେ ଡ.ଅଚ୍ୟୁତ ସାମନ୍ତ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ନୋମିନେସନ ଦାଖଲ କରିବେ। ସେହିପରି ସମ୍ବଲପୁରରୁ ନାମାଙ୍କନ ଦାଖଲ କରିବେ BJP ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ମା ସମଲେଇଙ୍କ ଦର୍ଶନ କରିବା ପରେ ନାମାଙ୍କନ ଭରିବାକୁ ଯିବେ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।