Below header

ଆସନ୍ତାକାଲି ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ: ଉତ୍ସାହିତ କଂଗ୍ରେସ ଶିବିର,ଜୋରସୋର ଚାଲିଛି ପ୍ରସ୍ତୁତି

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ରାୟଗଡ଼ା ଗସ୍ତ ପାଇଁ କଂଗ୍ରେସ ଶିବିର ଉତ୍ସାହିତ । ଜୋରସୋର ଚାଲିଛି ପ୍ରସ୍ତୁତି। କାଲି ରାୟଗଡ଼ାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ସକାଳ ୧୧ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବା ପରେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ସମାବେଶରେ ଉଦବୋଧନ ଦେବେ।

ରାୟଗଡ଼ା (କେନ୍ୟୁଜ): ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ରାୟଗଡ଼ା ଗସ୍ତ ପାଇଁ କଂଗ୍ରେସ ଶିବିର ଉତ୍ସାହିତ । ଜୋରସୋର ଚାଲିଛି ପ୍ରସ୍ତୁତି। କାଲି ରାୟଗଡ଼ାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ସକାଳ ୧୧ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବା ପରେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ସମାବେଶରେ ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍‌ ବିକ୍ରମ ଭଟ୍ଟୀ, ପିସିସି ପ୍ରଭାରୀ ଡଃ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ ।

ସେହିପରି ଏହି ଶୋଭାରେ ମଞ୍ଚରେ ଉପସ୍ଥିତ ରହିବେ ପିସିସି ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା। ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ରାହୁଲଙ୍କ ସଭାରେ ଉପସ୍ଥିତ ରହିବେ। ରାୟଗଡ଼ାରେ ରାହୁଲଙ୍କ ପ୍ରଚାର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛି କଂଗ୍ରେସ।

ଆସନ୍ତାକାଲି ରାହୁଲ ଗାନ୍ଧୀ କଂଗ୍ରେସର ଗ୍ୟାରେଣ୍ଟି ଉପରେ ଉପସ୍ଥିତ ଜନସାଧାରଣ ଓ କଂଗ୍ରେସ କର୍ମୀମାନଙ୍କୁ ବୁଝାଇବେ । ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରକୁ ହଟାଇ ଲୋକେ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିବା ସହ ରାଜ୍ୟରେ ଏକାକୀ କଂଗ୍ରେସ ସରକାର ଗଠନ କରିବାକୁ ସହାୟକ ହେବେ ବୋଲି କଂଗ୍ରେସ ନେତା ଶାହାନବାଜ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଏପ୍ରିଲ ୨୮ରେ ସାଲେପୁର ସମାବେଶରେ ଓଡ଼ିଶା ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.