Below header

ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଭରିବେ ନବୀନ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଆଜି କଣ୍ଟାବାଞ୍ଜିରୁ ନବୀନଙ୍କ ନାମାଙ୍କନ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟାରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।

କଣ୍ଟାବାଞ୍ଜି (କେନ୍ୟୁଜ): ଆଜି କଣ୍ଟାବାଞ୍ଜିରୁ ନବୀନଙ୍କ ନାମାଙ୍କନ ।  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟାରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।  ସକାଳ ୧୦ଟା ୨୫ରେ ସ୍ବତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ ।  ସେଠାରୁ ହେଲିକପ୍ଟର ଯୋଗେ ସିଟି ସ୍କୁଲ ପଡିଆରେ ପହଞ୍ଚି ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବେ ।  ଏହାପରେ ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ।

ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ।  ୧୧ଟା ୫ରେ ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ନୋମିନେସନ ଦାଖଲ କରିବେ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ସହରରେ ୧୫ ପ୍ଲାଟୁନ ପୋଲିସ, ୬ଜଣ ଡିଏସପି ମୁତୟନ ହୋଇଛନ୍ତି  ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ମଧ୍ୟ ବେଶ ଉତ୍ସାହ ଦେଖାଦେଇଛି ।  ଆଜି ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ନବୀନଙ୍କ ନାମାଙ୍କନ କାର୍ଯ୍ୟକ୍ରମରେ ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.