Below header

ଭୁବନେଶ୍ୱରରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା । ଶାହଙ୍କ ପରେ ନଡ୍ଡା । ଦଳୀୟ କର୍ମୀଙ୍କ ମଧ୍ୟରେ ଜୋସ ଭରିବାକୁ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ। ଓଡ଼ିଶାରେ ପହଞ୍ଚିଛନ୍ତ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା।

ଭୁବନେଶ୍ୱର(କେନ୍ୟୁଜ୍‌): ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା । ଶାହଙ୍କ ପରେ ନଡ୍ଡା । ଦଳୀୟ କର୍ମୀଙ୍କ ମଧ୍ୟରେ ଜୋସ ଭରିବାକୁ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ। ଓଡ଼ିଶାରେ ପହଞ୍ଚିଛନ୍ତ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା।

ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଦେବେ ଯୋଗ । ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ବ୍ରହ୍ମପୁରରେ ସାଧାରଣ ସଭା ସହିତ କାର୍ଯ୍ୟକର୍ତ୍ତାଙ୍କ ବୈଠକ କରିବେ ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯାଇ ସାଢେ ୫ଟାରେ ଆମ୍ବପୁଆରେ ସାଧାରଣ ସଭାରେ ଯୋଗ ଦେବେ। ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏଥିରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟର କାର୍ଯ୍ୟକର୍ତ୍ତା ସାମିଲ ହେବେ । ଆଜି ରାତିରେ ବ୍ରହ୍ମପୁରରେ ରାତ୍ରିଯାପନ କରିବେ ବିଜେପି ଜାତୀୟ ସଭାପତି। ଗତ ୨୫ ତାରିଖରେ ସୋନପୁର ଆସି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.