Below header

ବିହାର: ସୁରକ୍ଷାକର୍ମୀଙ୍କୁ ନେଇ ନିର୍ବାଚନ ଡ୍ୟୁଟିକୁ ଯାଉଥିଲା ବସ୍‌, ଟ୍ରକ୍‌ ସହ ଧକ୍କାରେ ୩ ଯବାନ ସହିଦ

ବିହାରର ଗୋପାଳଗଞ୍ଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ପୋଲିସ ବସ୍‌ ଦୁର୍ଘଟଣାର ଶିକାର ହୋଇଛି ।

ବିହାରର ଗୋପାଳଗଞ୍ଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ପୋଲିସ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୀଷଣ ଧକ୍କାରେ ଡ୍ରାଇଭରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି । ୧୨ରୁ ଅଧିକ ଯବାନ ଏଥିରେ ଆହତ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣା ସିଧଭଲିଆ ଅଞ୍ଚଳର ବରହିମା ଚୌକ୍‌ ନିକଟରେ ଘଟିଛି । ସହିଦ ଯବାନମାନେ ହେଲେ ପବନ ମେହେତୋ, ଦିଗ୍‌ବିଜୟ ଓ ଅଶୋକ ଉରାଓ ।

ସ୍ଥାନୀୟ ଏସ୍‌ପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ ଜିଲ୍ଲା ପୋଲିସର ଯବାନମାନେ ୩ଟି ବସ୍‌ ଯୋଗେ ସୁପୋଲ ଜିଲ୍ଲାରେ ଲୋକସଭା ନିର୍ବାଚନ ଡ୍ୟୁଟିକୁ ଯାଉଥିଲେ । ଏହି ସମୟରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଜୋର୍‌ଦାର ଧକ୍କା ହୋଇଥିଲା, ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିଲେ । ତୃତୀୟ ଯବାନ ହସ୍ପିଟାଲରେ ଚିକିତ୍ସା ସମୟରେ ହିଁ ଆଖି ବୁଜିଥିଲେ ।

ସୂଚନା ମୁତାବକ, ଗୋପାଳଗଞ୍ଜ ପୋଲିସ ଲାଇନ୍‌ରୁ ୨୪୨ ଜଣ ଯବାନ ୩ଟି ବସ୍‌ ଯୋଗେ ସୁପୋଲ୍‌ ଯାଉଥିଲେ । ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଏହି ୩ଟି ବସ୍‌କୁ ପଛପଟୁ ଟ୍ରକ୍‌ ଜୋର୍‌ରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ୩ଟି ବସ୍‌କୁ ରାଜପଥରେ ପାର୍କିଂ କରାଇ ଯବାନମାନେ ବରହିମା ଟର୍ଣ୍ଣିଂ ନିକଟସ୍ଥ ଏକ ହୋଟେଲକୁ ଭୋଜନ କରିବାକୁ ଯାଇଥିଲେ । ବସ୍‌ରୁ କିଛି ଯବାନ ଓହ୍ଲାଇ ଯାଇଥିଲେ । ଯେତେବେଳେ କି, ଆଉ କିଛି ଯବାନ ବସ୍‌ ଭିତରେ ହିଁ ଥିଲେ । ଏତିକି ବେଳେ ଏକ ଟ୍ରକ୍‌ ପଛପଟୁ ଆସି ୩ଟି ବସ୍‌କୁ ଭୀଷଣ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ଯବାନମାନଙ୍କ ମୃତ୍ୟୁ ଘଟିଥିଲା । ସେପଟେ ସହିଦ ଯବାନମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.