Below header

ବାଇକ୍ ଶୋଭାଯାତ୍ରାରେ ଡ. ଅଚ୍ୟୁତ ସାମନ୍ତ ଓ ସାଲୁଗା ପ୍ରଧାନଙ୍କ ପ୍ରଚାର

ଟିକାବାଲିରେ ବିଜେଡ଼ିର ନିର୍ବାଚନ ପ୍ରଚାର। କନ୍ଧମାଳ ସାଂସଦ ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବାଇକ୍ ଶୋଭା ଯାତ୍ରାରେ ଵାହାରି ପ୍ରଚାର କରିଛନ୍ତି ।

କନ୍ଧମାଳ(କେନ୍ୟୁଜ୍‌): ଟିକାବାଲିରେ ବିଜେଡ଼ିର ନିର୍ବାଚନ ପ୍ରଚାର। କନ୍ଧମାଳ ସାଂସଦ ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବାଇକ୍ ଶୋଭା ଯାତ୍ରାରେ ଵାହାରି ପ୍ରଚାର କରିଛନ୍ତି ।

ଟିକାବାଲି ବ୍ଲକର ଗଶାଗୁଡାଠାରୁ ବାହାରି ଟିକାବାଲି, ତେନ୍ତୁଳିଗଡ, ଵସ୍ତିଙ୍ଗିଆ,କଟିମାହା,ଗୁଟିଙ୍ଗିଆ,ପାବୁରିଆ ଦେଇ ଗଦଗୁଡାଠାରେ ପହଞ୍ଚିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ସାଂସଦ ଡ. ସାମନ୍ତ ଭୋଟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ଆର୍ଶୀବାଦ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। କନ୍ଧମାଳକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବା ପାଇଁ ଵିଜେଡିର ଉଭୟ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଓ ଜି.ଉଦୟଗିରି ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଲୋକଙ୍କ ସହଯୋଗ ଓ ସମର୍ଥନ କାମନା କରିଥିଲେ। ଏହି ଶୋଭାଯାତ୍ରାରେ ଏକ ହଜାରରୁ ଅଧିକ ବାଇକ ଭାଗ ନେଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.