Below header

ଭଡ଼ାଟିଆଙ୍କ ପ୍ରେମକୁ ବିରୋଧ କରିବାରୁ ଘର ମାଲିକଙ୍କୁ ହତ୍ଯା, ଜଙ୍ଗଲରୁ ମୃତଦେହ ଉଦ୍ଧାର କଲା ପୋଲିସ

ଭଡ଼ାଟିଆଙ୍କ ପ୍ରେମକୁ ବିରୋଧ କରିବାରୁ ଘର ମାଲିକଙ୍କୁ ହତ୍ଯା । ସାଙ୍ଗ ସହ ମିଶି ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କୁଟୁରିଆ ଗାଁରେ ବର୍ବର ହତ୍ୟାକାଣ୍ଡ ଘଟିଛି । କୁଟୁରିଆ ଗାଁର ଶ୍ରୀରାମ ସିଂ ଘରେ ଅଶୋକ ସେଠୀ ଓ ଅନ୍ୟ ଜଣେ ଯୁବତୀ ଭଡ଼ାରେ ରହୁଥିଲେ । ତେବେ ଯୁବତୀଙ୍କ ସହ ଅଶୋକ ଖରାପ ସଂପର୍କ ରଖିବାରୁ ଏହାର ପ୍ରତିବାଦ କରିଥିଲେ ଶ୍ରୀରାମ ।

ମୟୂରଭଞ୍ଜ(କେନ୍ୟୁଜ୍‌): ଭଡ଼ାଟିଆଙ୍କ ପ୍ରେମକୁ ବିରୋଧ କରିବାରୁ ଘର ମାଲିକଙ୍କୁ ହତ୍ଯା । ସାଙ୍ଗ ସହ ମିଶି ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କୁଟୁରିଆ ଗାଁରେ ବର୍ବର ହତ୍ୟାକାଣ୍ଡ ଘଟିଛି । କୁଟୁରିଆ ଗାଁର ଶ୍ରୀରାମ ସିଂ ଘରେ ଅଶୋକ ସେଠୀ ଓ ଅନ୍ୟ ଜଣେ ଯୁବତୀ ଭଡ଼ାରେ ରହୁଥିଲେ । ତେବେ ଯୁବତୀଙ୍କ ସହ ଅଶୋକ ଖରାପ ସଂପର୍କ ରଖିବାରୁ ଏହାର ପ୍ରତିବାଦ କରିଥିଲେ ଶ୍ରୀରାମ ।

୨୫ ତାରିଖ ରାତିରେ ଶ୍ରୀରାମ ଘରେ ଶୋଇଥିବା ବେଳେ ତାଙ୍କୁ ଦୁଇଜଣ ଯୁବକ ଡ଼ାକି ନେଇଥିଲେ । ୨୬ ତାରିଖ ସକାଳ ସୁଦ୍ଧା ଶ୍ରୀରାମ ଘରକୁ ନଫେରିବାରୁ ଓ ଫୋନ ସ୍ବିଚ ଅଫ ଥିବାରୁ ତାଙ୍କ ପତ୍ନୀ ଶରତ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଭଡ଼ାଟିଆ ଅଶୋକ ସେଠୀ ଓ ତାଙ୍କ ସାଙ୍ଗ ଅଶୋକ ମହନ୍ତକୁ ଗିରଫ କରିଛି । ଉଭୟ ଶ୍ରୀରାମଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି । ଶ୍ରୀରାମଙ୍କୁ ଘରୁ ଡାକି ନେଇ ନୀଳଗିରି ଥାନା ଭାଲୁକାଶୁଣି ନିକଟ ତିନିକୋଶିୟା ଜଙ୍ଗଲରେ କଟୁରିରେ ହାଣି ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ । ଶରତ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.