ସ୍କୁଲ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାରିଦେଇଥିବା ସନ୍ଦେହ
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଚାଞ୍ଚଲ୍ୟ । ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ୍ ନିକଟରୁ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ଯୁବକର ଦେହରେ ବିଭିନ୍ନ ସ୍ଥାନରେରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ଯୁବକଙ୍କୁ କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ଜଳେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଚାଞ୍ଚଲ୍ୟ । ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ୍ ନିକଟରୁ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖି ପ୍ରଥମେ ବସ୍ତା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।
ଉକ୍ତ ଯୁବକର ଦେହରେ ବିଭିନ୍ନ ସ୍ଥାନରେରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ଯୁବକଙ୍କୁ କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବସ୍ତା ପୋଲିସର ତଦନ୍ତ ଜାରି ରଖିଛି। ମୃତ ଯୁବକଙ୍କ ଘର ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି ।