Below header

ମହାରାଷ୍ଟ୍ର: ଟ୍ରକ୍‌ ଧକ୍କାରେ ସରକାରୀ ବସ୍‌ ଚୁର୍‌ମାର, କଣ୍ଡକ୍ଟରଙ୍କ ସମେତ ୫ ମୃତ, ୪୧ ଆହତ

ମହାରାଷ୍ଟ୍ରର ନାସିକରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଏଠାରେ ଜିଲ୍ଲାର ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଟ୍ରକ ସହ ରାଜ୍ୟ ପରିବହନ ବିଭାଗର ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି ।

ମହାରାଷ୍ଟ୍ରର ନାସିକରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଏଠାରେ ଜିଲ୍ଲାର ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଟ୍ରକ ସହ ରାଜ୍ୟ ପରିବହନ ବିଭାଗର ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକମାନଙ୍କ ମଧ୍ୟରେ ଦୁଇଜଣ ବରିଷ୍ଠ ନାଗରିକ, ଜଣେ ୧୪ ବର୍ଷର ବାଳକ ଓ ବସ୍ କଣ୍ଡକ୍ଟରଙ୍କ ସହ ଦୁଇଜଣ ପୁରୁଷ ଅଛନ୍ତି ।

ଦୁର୍ଘଟଣା ସକାଳ ପ୍ରାୟ ୯ଟା ୪୫ରେ ଚାନ୍ଦଓ୍ଵାଡ ସହରର ବାହ୍ୟ ଅଞ୍ଚଳରେ ଘଟିଛି । ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (MSRTC)ର ଏକ ବସ୍ ଜଲଗାଓଁ ଜିଲ୍ଲାର ଭୁସାଭଲରୁ ନାସିକ ସହରକୁ ଯାଉଥିଲା । ଯେତେବେଳେ ବସ୍ ଡ୍ରାଇଭର ରାଜପଥରେ ଏକ ମାଲବାହୀ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଏହି ଭୟାନକ ଦୁର୍ଘଟଣା ଘଟିଥିଲା ।

ଚାନ୍ଦଓ୍ଵାଡ୍‌ ଥାନା ଇନ୍ସପେକ୍ଟର କୈଳାଶ ୱାଗ କହିଛନ୍ତି, ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ବସ୍‌ର ବାମ ପାର୍ଶ୍ୱ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ଯେଉଁ କାରଣରୁ ବସ୍‌ରେ ଥିବା ଅନେକ ଯାତ୍ରୀ ଫସି ରହିଥିଲେ । ସହାୟତା ପାଇଁ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ଡକାଯାଇଥିଲା ।

ତତ୍କାଳ ଚିକିତ୍ସା ପାଇଁ ଆହତମାନଙ୍କୁ ଚାନ୍ଦଓ୍ଵାଡ୍‌ ସରକାରୀ ଡାକ୍ତରଖାନା ଏବଂ ଅନ୍ୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୁମ୍ବାଇ ଏମ୍‌ଏସ୍‌ଆର୍‌ଟିସିର ଜଣେ ପ୍ରବକ୍ତା କହିଛନ୍ତି ଯେ କମ୍ପାନୀ ୧୭ ଜଣ ଆହତଙ୍କୁ ୧୫,୦୦୦ ଟଙ୍କା ଲେଖାଏ ତତ୍କାଳ ଅନୁଗ୍ରହ ରାଶି ପ୍ରଦାନ କରିଛି ।

ଦ୍ରୁତ ଗତିରେ ଆସୁଥିବା ବସ୍‌କୁ ବାମ ପାର୍ଶ୍ୱରୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ବସ୍‌ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ଯାତ୍ରୀ ବସ୍‌ରୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ପରେ ରାସ୍ତା ଅବରୋଧ ହୋଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା । ପରେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତାରୁ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ବସ୍‌କୁ ଟାଣି ରାସ୍ତା ପାର୍ଶ୍ୱରେ ରଖାଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.