Below header

ଲଞ୍ଚ ହେଲା Ampere Nexus e-scooter, ସିଙ୍ଗଲ୍‌ ଚାର୍ଜରେ ଦେବ ୧୩୬ କିମିର ରେଞ୍ଜ

Ampere Nexus ହେଉଛି NXG ର ପ୍ରଡକ୍ସନ ଭର୍ସନ, ଯାହା ୨୦୨୩ ଅଟୋ ଏକ୍ସପୋରେ ସୋକେସ୍‌ ହୋଇଥିଲା । କମ୍ପାନୀ କହିଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହୋଇଛି । ଡିଜାଇନ୍ ଠାରୁ ଆରମ୍ଭ କରି ଏହାର ପ୍ରଡକ୍ସନ ପର୍ଯ୍ୟନ୍ତ ସବୁକିଛି ଭାରତରେ କରାଯାଇଛି ।

ଭାରତରେ Ampere Nexus e-scooter ସ୍କୁଟର ଲଞ୍ଚ କରାଯାଇଛି । କମ୍ପାନୀ ଏହାର ଟୁ ହ୍ଵିଲର ବ୍ରାଣ୍ଡରେ ଆଉ ଏକ ନୂଆ ମଡେଲ୍ ଯୋଡିଛି । Ampere Nexus ର ଦୁଇଟି ଭାରିଆଣ୍ଟ ଭାରତୀୟ ବଜାରରେ ଆସିଛି – EX ଏବଂ ST । କମ୍ପାନୀ ଗତ ମାସରେ ଏହି ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ବୁକିଂ ନେବା ଆରମ୍ଭ କରିଥିଲା । ବର୍ତ୍ତମାନ ମେ ୧୫ ରୁ କମ୍ପାନୀ ଏହି ସ୍କୁଟରର ଡେଲିଭରୀ ମଧ୍ୟ ଆରମ୍ଭ କରିବ । Ampere Nexus ହେଉଛି କମ୍ପାନୀର ପ୍ରଥମ ପ୍ରିମିୟମ୍ ସ୍କୁଟର ।

Ampere Nexus ହେଉଛି NXG ର ପ୍ରଡକ୍ସନ ଭର୍ସନ, ଯାହା ୨୦୨୩ ଅଟୋ ଏକ୍ସପୋରେ ସୋକେସ୍‌ ହୋଇଥିଲା । କମ୍ପାନୀ କହିଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହୋଇଛି । ଡିଜାଇନ୍ ଠାରୁ ଆରମ୍ଭ କରି ଏହାର ପ୍ରଡକ୍ସନ ପର୍ଯ୍ୟନ୍ତ ସବୁକିଛି ଭାରତରେ କରାଯାଇଛି । ଏହି ସ୍କୁଟରରେ ୧୨-ଇଞ୍ଚର ଆଲୋଇ ହ୍ଵିଲ୍ସ ଅଛି । ଇ-ସ୍କୁଟରରେ ଆଲୁମିନିୟମ ଗ୍ରାବ ହ୍ୟାଣ୍ଡେଲ ଲଗାଯାଇଛି । ଏଥିରେ ବସିବା ପାଇଁ ଏକ ବଡ ସିଟ୍ ଯୋଗାଇ ଦିଆଯାଇଛି ।

Ampere Nexus ଇ-ସ୍କୁଟରରେ ୩ kWh LFP ବ୍ୟାଟେରୀ ପ୍ୟାକ୍ ଲଗାଯାଇଛି । ଏହି ବ୍ୟାଟେରୀ ପ୍ୟାକ୍ ସହିତ ଏହି ସ୍କୁଟର ୧୩୬ କିଲୋମିଟର ରେଞ୍ଜ ଦେବ । ଯଦି ବ୍ୟାଟେରୀ ସହିତ ଇ-ସ୍କୁଟରରେ PMS ମୋଟର ଯୋଡ଼ା ଯାଏ, ତେବେ ନମିନାଲ୍‌ ଆଉଟପୁଟ୍ ୩.୩ kW କିମ୍ବା ୪.୪୨ bhp ହେବ । ଏହାର ପିକ୍‌ ଆଉଟପୁଟ୍‌ ୪ kW କିମ୍ବା ୫.୩ bhp ହେବ । ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଇକୋ, ସିଟି, ପାୱାର୍ ଏବଂ ଲିମ୍ପ୍‌ ହୋମ୍ ଭଳି ଚାରୋଟି ରାଇଡ୍ ମୋଡ୍ ଅଛି । ଏହି ସ୍କୁଟରରେ ରିଭର୍ସ ମୋଡ୍ ମଧ୍ୟ ଅଛି । କମ୍ପାନୀ ଦାବି କରିଛି ଯେ ଏହି ସ୍କୁଟର ୯୩ କିଲୋମିଟରର ଟପ୍-ସ୍ପିଡ୍ ଦେଇଥାଏ ।

Ampere Nexus ଇଲେକ୍ଟ୍ରିକ୍ ସ୍କୁଟରର EX ଭାରିଆଣ୍ଟର ଏକ୍ସ-ସୋ’ରୁମ୍ ମୂଲ୍ୟ ୧.୧୦ ଲକ୍ଷ ଏବଂ ST ଭାରିଆଣ୍ଟର ମୂଲ୍ୟ ୧.୨୦ ଲକ୍ଷ ଟଙ୍କା ରହିଛି । ଏହା ହେଉଛି Ampere Nexus ସ୍କୁଟରର ଆରମ୍ଭ ମୂଲ୍ୟ । ପରେ ଏହି ସ୍କୁଟରଗୁଡ଼ିକର ମୂଲ୍ୟ ୧୦.୦୦୦ ଟଙ୍କା ବୃଦ୍ଧି ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.