ଇଂଜିନିୟରିଂ କରିଥିଲେ ସରକାରୀ ଚାକିରି ପାଇଁ କରନ୍ତୁ ଆବେଦନ, ମିଳିବ ଦେଢ ଲକ୍ଷରୁ ଅଧିକ ଦରମା

ହରିୟାଣା ପବ୍ଲିକ ସର୍ଭିସ କମିଶନରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆଇଟିଅଇ ପ୍ରିନ୍ସିପାଲ ଏବଂ ଗ୍ରୁପ ଏ ଓ ବି ପଦବୀରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଆସନ୍ତାକାଲିରୁ ଆବେଦନ କରିପାରିବେ ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ହରିୟାଣା ପବ୍ଲିକ ସର୍ଭିସ କମିଶନରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆଇଟିଅଇ ପ୍ରିନ୍ସିପାଲ ଏବଂ ଗ୍ରୁପ ଏ ଓ ବି ପଦବୀରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଆସନ୍ତାକାଲିରୁ ଆବେଦନ କରିପାରିବେ ।

ଆବେଦନ କେବଳ ଅନଲାଇନ ହେବ । ଏଥିପାଇଁ ଆପଣଙ୍କୁ hpsc.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୯୮

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୨ ମଇରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ଜୁନ୍‌ ୫ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ସମ୍ବନ୍ଧୀୟ ବିଷୟରେ ବିଇ କିମ୍ବା ବିଟେକ ଡିଗ୍ରୀ କରିଥିବା ଜରୁରୀ । ଏହାସହିତ ୫ ବର୍ଷର ଟିଚିଂ ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୪୨ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୨୫୦ ଟଙ୍କା ଦେବାକୁ ହେବ । ଆବେଦନ ଶୁଳ୍କ କେବଳ ଅନଲାଇନ ଭରିପାରିବେ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟରେ ହେବ । ଏଥିପାଇଁ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ପ୍ରଥମ ପର୍ଯ୍ୟାୟ ପାସ୍‌ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏଣ୍ଟ୍ରି ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୫୬ ହଜାର ଟଙ୍କାରୁ ୧,୭୭,୫୦୦ ଟଙ୍କା ମିଳିବ । ସେହିପରି ଗ୍ରୁପ ବି ପ୍ରାର୍ଥୀଙ୍କୁ ୪୪,୯୦୦ ଟଙ୍କା ମାସିକ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.