Below header

ବରେଲି ସେଣ୍ଟ୍ରାଲ ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଧନଞ୍ଜୟ ସିଂ, ହାଇକୋର୍ଟରୁ ମିଳିଥିଲା ଜାମିନ୍‌

ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଧନଞ୍ଜୟ ସିଂ । ଉତ୍ତର ପ୍ରଦେଶ ଜୋନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କୁ ବୁଧବାର ବରେଲି କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇଛି । ଆହ୍ଲାବାଦ ହାଇକୋର୍ଟରୁ ଧନଞ୍ଜୟ ସିଂଙ୍କୁ ଜାମିନ ମିଳିଥିଲା, ହେଲେ ତାଙ୍କ ମୁକ୍ତି ବିଳମ୍ବ ହେଉଥିଲା ।

ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଧନଞ୍ଜୟ ସିଂ । ଉତ୍ତର ପ୍ରଦେଶ ଜୋନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କୁ ବୁଧବାର ବରେଲି କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇଛି । ଆହ୍ଲାବାଦ ହାଇକୋର୍ଟରୁ ଧନଞ୍ଜୟ ସିଂଙ୍କୁ ଜାମିନ ମିଳିଥିଲା, ହେଲେ ତାଙ୍କ ମୁକ୍ତି ବିଳମ୍ବ ହେଉଥିଲା । ବୁଧବାର ସକାଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି ।

ଜେଲ୍‌ରୁ ବାହାରିବା ସମୟରେ ଧନଞ୍ଜୟ ସିଂଙ୍କ ବହୁ ସମର୍ଥକ ଉପସ୍ଥିତ ଥିଲେ । ଅନେକ ଗାଡ଼ିର କାରକେଡ୍‌ ସହିତ ସେ କେନ୍ଦ୍ରୀୟ ଜେଲରୁ ବାହାରି ଜୋନପୁର ଅଭିମୁଖେ ଯାତ୍ରା କରିଥିଲେ ।

ପୂର୍ବତନ ସାଂସଦଙ୍କୁ ୨୦୨୦ରେ ହୋଇଥିବା ଅପହରଣ ଓ ଜବରଦସ୍ତ ଟଙ୍କା ଦାବି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ, ଯାହାପରେ ତାଙ୍କୁ ବରେଲି ଜେଲରୁ ମୁକ୍ତ କରାଯାଇଛି । ଜେଲରୁ ମୁକୁଳିବା ପରେ ଧନଞ୍ଜୟ ସିଂ ଗଣମାଧ୍ୟମ ସହ କଥା ମଧ୍ୟ ହୋଇଥିଲେ । ସେ କହିଥିଲେ ଯେ ୨୦୨୦ରେ ମୋ ବିରୋଧରେ ନକଲି ମାମଲା ରୁଜୁ କରାଯାଇଥିଲା । ଏଠାରୁ ମୁଁ ସିଧାସଳଖ ଜୋନପୁର ଯିବି ।

ଧନଞ୍ଜୟ ସିଂଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ତୁରନ୍ତ ଆଶ୍ୱସ୍ତି ମିଳିଛି । ଏପ୍ରିଲ ୨୭ରେ ହାଇକୋର୍ଟ ତାଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦିଓ ଜୋନପୁରର ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ୭ ବର୍ଷର ଦଣ୍ଡ ଉପରେ ରୋକ୍‌ ଲଗାଇବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଧନଞ୍ଜୟ ସିଂଙ୍କ ଓକିଲ କହିଛନ୍ତି ଯେ ବର୍ତ୍ତମାନ ସେ ଏହି ଦଣ୍ଡ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବେ ।

ପୂର୍ବତନ ସାଂସଦ ବର୍ତ୍ତମାନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ତେଣୁ ବିଏସ୍‌ପି ତରଫରୁ ତାଙ୍କ ପତ୍ନୀ ଶ୍ରୀକଲା ରେଡ୍ଡୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏବେ ଧନଞ୍ଜୟ ସିଂଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିବାରୁ ସେ ନିଶ୍ଚିତ ଭାବେ ଜୋନପୁରରେ ପ୍ରଚାର କରୁଥିବାର ଦେଖାଯିବେ । ଧନଞ୍ଜୟ ସିଂ ତାଙ୍କ ପତ୍ନୀଙ୍କ ବିଷୟରେ କହିଛନ୍ତି ଯେ ‘ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ଯେ ସେ ନିର୍ବାଚନ ଲଢ଼ନ୍ତୁ ଏବଂ ଜିତନ୍ତୁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.