Below header

ସିଝୁଛି ଓଡିଶା: ଟ୍ବିନସିଟିକୁ ରେଡ୍ ଆଲର୍ଟ, ଦିନ ୧୧ରୁ ୩ଟା ଯାଏ ବାହାର ନ ବାହାରିବାକୁ ପରାମର୍ଶ

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଟ୍ବିନସିଟିକୁ ରେଡ୍ ଆଲର୍ଟ । ଭୁବନେଶ୍ବର ଓ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଦିନ ୧୧ରୁ ୩ଟା ମଧ୍ୟରେ ବାହାର ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅଂଶୁଘାତ ସତର୍କତା ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଟ୍ବିନସିଟିକୁ ରେଡ୍ ଆଲର୍ଟ ।  ଭୁବନେଶ୍ବର ଓ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।  ଦିନ ୧୧ରୁ ୩ଟା ମଧ୍ୟରେ ବାହାର ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତ ସତର୍କତା ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ସକାଳ ୮ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ଡେଇଁଲାଣି ପାରଦ ।  ତାଳଚେରରେ ସର୍ବାଧିକ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ।  ଭବାନୀପାଟଣାରେ ୩୭.୪, ବାରିପଦାରେ ୩୬.୪, ବଲାଙ୍ଗିରରେ ୩୬.୨ , ଟିଟଲାଗଡ଼ ଓ ବାଲେଶ୍ବରରେ ୩୬ ଡିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା ।  ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଲା ୨ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ ।  ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।  ଆଉ ୨ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ପୂର୍ବପରି ବଳବତ୍ତର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।  ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ ।  କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରେ ହ୍ରାସ ଘଟିବା ସମ୍ଭାବନା ରହିଛି ବୋଲି ପ୍ରେସମିଟ୍‌ କରି ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.