ଆମେଠି ଓ ରାୟବରେଲି ଲଢ଼େଇ ପୂର୍ବରୁ ରାମଲାଲାଙ୍କୁ ଦର୍ଶନ କରିବେ ରାହୁଲ-ପ୍ରିୟଙ୍କା, ଏମିତି ରହିଛି ପ୍ଲାନ୍‌

ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ କେରଳର ୱାୟନାଡରେ ମଧ୍ୟ ମତଦାନ ହେବ । ଏହି ଆସନରୁ ରାହୁଲ ଗାନ୍ଧି ପୁଣିଥରେ ନିର୍ବାଚନୀ ମୈଦାନରେ ଅଛନ୍ତି ।

ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ କେରଳର ୱାୟନାଡରେ ମଧ୍ୟ ମତଦାନ ହେବ । ଏହି ଆସନରୁ ରାହୁଲ ଗାନ୍ଧି ପୁଣିଥରେ ନିର୍ବାଚନୀ ମୈଦାନରେ ଅଛନ୍ତି । ଏଠାରେ ତାଙ୍କର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ନେତା ଆନି ରାଜାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ହେବ । କିନ୍ତୁ ଏହାରି ଭିତରେ ଉତ୍ତର ପ୍ରଦେଶର ଦୁଇଟି ହାଇ ପ୍ରୋଫାଇଲ୍ ଆସନ ରାୟବରେଲି ଏବଂ ଆମେଠି ଉପରେ ରହିଛି ସମସ୍ତଙ୍କ ନଜର ।

ଏହି ଦୁଇଟି ଆସନ ପାଇଁ ଏପ୍ରିଲ ୨୬ରୁ ନାମାଙ୍କନ ଆରମ୍ଭ ହୋଇଯିବ । ସୂତ୍ରରୁ ପ୍ରକାଶ, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଆମେଠି ଏବଂ ରାୟବରେଲି ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି । କୁହାଯାଉଛି ଯେ ଏହି ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଦୁହେଁ ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିପାରନ୍ତି ।

କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ ରାହୁଲ ଓ ପ୍ରିୟଙ୍କା ଏହି ଦୁଇଟି ଆସନରୁ ନିର୍ବାଚନ ଲଢ଼ିବାର ପୂରା ସମ୍ଭାବନା ରହିଛି । ଯଦିଓ ଏହି ଦୁଇଟି ସିଟ୍‌ରେ ଏପ୍ରିଲ ୩୦ ପୂର୍ବରୁ ଆନୁଷ୍ଠାନିକ ଘୋଷଣା କରାଯିବ ନାହିଁ । କଂଗ୍ରେସ ନେତାମାନେ ମଧ୍ୟ ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ନେଇ କିଛି କହି ନାହାନ୍ତି ।

ସୂତ୍ରର କହିବା ହେଲା, ଆମେଠି ଏବଂ ରାୟବରେଲି ଯିବା ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ଅଯୋଧ୍ୟା ଯାଇପାରନ୍ତି । ସେଠାରେ ସେମାନେ ରାମଲାଲାଙ୍କୁ ଦର୍ଶନ କରିବେ । କିନ୍ତୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ଜଣେ ବରିଷ୍ଠ କଂଗ୍ରେସ ନେତା ସଙ୍କେତ ଦେଇଛନ୍ତି ଯେ ଯଦି ରାହୁଲ ଓ ପ୍ରିୟଙ୍କା ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ମେ’ ୧ ଏବଂ ୩ରେ ନାମାଙ୍କନ ହୋଇପାରେ । ସୂଚନାଥାଉ କି, ଏଠାରେ ନାମାଙ୍କନର ଶେଷ ତାରିଖ ରହିଛି ମେ’ ୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.