Below header

ଧରାପଡ଼ିଲେ ଆଫଗାନ କୂଟନୀତିଜ୍ଞ: ଜାକେଟ, ଲେଗିନ୍ସି ଓ ଅଣ୍ଟା ବେଲ୍ଟରେ ଲୁଚାଇ ରଖିଥିଲେ ୨୫ କେଜି ସୁନା

ସ୍ମଗଲିଂ ସୁନା ସହ ଧରାପଡିଲେ କୁଟନୀତିଜ୍ଞ । ଶୁଣିକି ଚକିତ ଲାଗୁଥିଲେ କି କଥାଟା ସତ । ୨୫ କେଜି ସ୍ମଗଲିଂ ସୁନା ସହ ଧରାପଡ଼ିଲେ ଏହି ଆଫଗାନ କୂଟନୀତିଜ୍ଞ । ଆଫଗାନିସ୍ତାନର କନସୁଲ ଜେନେରାଲ ଜାକିଆ ୱାରଡାକ ଯିଏ ୨୫ କେଜି ସ୍ମଗଲିଂ ସୁନା ସହ ମୁମ୍ବାଇ ଏୟାରପୋର୍ଟରେ ଧରାପଡ଼ିଛନ୍ତି ।

ମୁମ୍ବାଇ: ସ୍ମଗଲିଂ ସୁନା ସହ ଧରାପଡିଲେ କୁଟନୀତିଜ୍ଞ । ଶୁଣିକି ଚକିତ ଲାଗୁଥିଲେ ବି କଥାଟା ସତ । ୨୫ କେଜି ସ୍ମଗଲିଂ ସୁନା ସହ ଧରାପଡ଼ିଲେ ଏହି ଆଫଗାନ କୂଟନୀତିଜ୍ଞ । ଆଫଗାନିସ୍ତାନର କନସୁଲ ଜେନେରାଲ ଜାକିଆ ୱାରଡାକ ଯିଏ ୨୫ କେଜି ସ୍ମଗଲିଂ ସୁନା ସହ ମୁମ୍ବାଇ ଏୟାରପୋର୍ଟରେ ଧରାପଡ଼ିଛନ୍ତି । ତେବେ ଯାହା ସୂଚନା ମିଳିଛି କି, ଜବତ ସୁନାର ଆନୁମାନିକ ଦାମ୍ ପ୍ରାୟ ୧୮ କୋଟି ୬ ଲକ୍ଷ ଟଙ୍କା ହେବ । ଜାକିଆ ଜଣେ କୂଟନୀତିଜ୍ଞ ହୋଇଥିବାରୁ ତାଙ୍କୁ ଏଯାଇ ଗିରଫ କରାଯାଇନାହିଁ ।

ସୂଚନା ମୁତାବକ, ଗତ ଏପ୍ରିଲ ୨୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି । ଘଟଣା ଦିନ ଜାକିଆ ୱାରଡାକ ତାଙ୍କ ପୁଅ ସହ ଏମିରେଟ୍ସ ଫ୍ଲାଇଟରେ ଦୁବାଇରୁ ଭାରତ ଫେରିଥିଲେ । ମାଆ ଓ ପୁଅ ଦୁହେଁ ବିମାନରୁ ଓହ୍ଲାଇବେ ପରେ ଏୟାରପୋର୍ଟର ଗ୍ରୀନ ଚ୍ୟାନେଲ ଦେଇ ଯାଇଥିଲେ । ଏହି ସମୟରେ ତାଙ୍କୁ ଏହି ସୁନା ସହିତ ଧରାଯାଇଥିଲା ।

ଯାହା କୁହାଯାଉଛି କି, ଏୟାରପୋର୍ଟର ଗ୍ରୀନ ଚ୍ୟାନେଲ ଦେଇ ଯାଉଥିବା ସମୟରେ ସେମାନଙ୍କ ଉପରେ, ସନ୍ଦେହ ହେବାରୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ-DRI ଅଧିକାରୀ ତାଙ୍କୁ ଏକ ରୁମକୁ ନେଇ ଯାଞ୍ଚ କରିଥିଲେ । ଯାହାପରେ ସବୁ ଘଟଣା ସାମ୍ନାକୁ ଅଆସିଥିଲା । ଜାକିଆ ୱାରଡାକ ତାଙ୍କ ଜାକେଟ, ଲେଗିନ୍ସି, ଆଣ୍ଠୁ କ୍ୟାପ ଓ ଅଣ୍ଟା ବେଲଟରେ ସୁନା ବାର ଲୁଚାଇ ରଖିଥିଲେ । ଯାହାକୁ ଦେଖି ଅଧିକାରୀମାନେ ଚକିତ ପଡିଥିଲେ ।

ତେବେ ଏହି ସବୁ ସୁନାକୁ ରାଜସ୍ବ ଗୁଇନ୍ଦା ଅଧିକାରୀ ଜବତ କରିଛନ୍ତି । ଏନେଇ କଷ୍ଟମସ ଆକ୍ଟ ୧୯୬୨ରେ ମାମଲା ରୁଜୁ ହୋଇଛି । ତେବେ ଯାହା ଜଣାପଡ଼ିଛି କି, ଜାକିଆଙ୍କ ପୁଅ ନିକଟରୁ କିଛି ବି ସୁନା ମିଳିନାହିଁ । ଏହା ଭିତରେ ଜାକିଆ ୱାରଡାକ ସୁନା ସ୍ମଗଲିଂ ଅଭିଯୋଗକୁ ନେଇ ଆଶ୍ଚର୍ଯ୍ୟ ଚକିତ ବୋଲି ନିଜେ ଗଣମାଧ୍ୟମକୁ କହିଛନ୍ତି । ଏହି ଘଟଣା ଏବେ ଲୋକଲୋଚନକୁ ଆସିବା ପରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.