ଡେରାଡୁନ :ସାଙ୍ଗ ହୋଇ ବୁଲିବାକୁ ଆସିଥିବା ବେଳେ ଖାଇକୁ ଖସିଲା କାର୍, ୬ ମୃତ
ଡେରାଡୁନ-ମସୁରୀ ରାସ୍ତାରେ ଏସୟୁଭି ଏକ ପାହାଡ଼ ତଳକୁ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କାର୍ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତକଙ୍କ ଭିତରେ ୪ ଜଣ ଯୁବକ ଏବଂ ୨ ଜଣ ଯୁବତୀ ରହିଛନ୍ତି ।
ଉତ୍ତରାଖଣ୍ଡର ଡେରାଡୁନ-ମସୁରୀ ରାସ୍ତାରେ ଏସୟୁଭି ଏକ ପାହାଡ଼ ତଳକୁ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କାର୍ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତକଙ୍କ ଭିତରେ ୪ ଜଣ ଯୁବକ ଏବଂ ୨ ଜଣ ଯୁବତୀ ରହିଛନ୍ତି । ଏମାନେ ସମସ୍ତେ ବୁଲିବାକୁ ଆସିଥିଲେ । ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ଏସଡିଆରଏଫ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । । ଈଶ୍ୱରଙ୍କୁ ଦିବଂଗତ ଆତ୍ମା ପ୍ରତି ଶାନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
मसूरी में हुई दुर्भाग्यपूर्ण सड़क दुर्घटना में पांच लोगों के हताहत होने का अत्यंत दुःखद समाचार प्राप्त हुआ।
ईश्वर से प्रार्थना है कि दिवंगतों की आत्मा को शांति एवं शोक संतप्त परिजनों को यह असीम कष्ट सहन करने की शक्ति प्रदान करें।
— Pushkar Singh Dhami (Modi Ka Parivar) (@pushkardhami) May 4, 2024
ଖବର ମୁତାବକ, ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ ରୋଡ଼ର ଝଡ଼ୀପାନୀ ନିକଟରେ ଏସୟୁଭି ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା । ଗାଡ଼ିରେ ୪ ଜଣ ଯୁବକ ଓ ୨ ଜଣ ଯୁବତୀ ଯାତ୍ରା କରୁଥିଲେ । ଏମାନେ ସମସ୍ତେ ସାଙ୍ଗ ହୋଇ ମସୁରୀ ବୁଲିବାକୁ ଆସିଥିଲେ । ବୁଲିବା ପରେ ଡେରାଡୁନ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ହଠାତ୍ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖଓିପଡିଥିଲା । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ମଧ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ଖବର ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
କଠିନ ପରିଶ୍ରମ ପରେ ଖାଇରୁ ଏମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରକାରୀ ଦଳ ପହଞ୍ଚିବା ବେଳକୁ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ଦୁଇ ଜଣ ଯୁବତୀ ଜୀବିତ ଥିଲେ କିନ୍ତୁ ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ତେବେ ସେମାନେ ଆଇଏମଏସ କଲେଜର ଛାତ୍ରଛାତ୍ରୀ ବୋଲି ଜଣାପଡିଛି ।