Below header

ପାନ୍‌ କାର୍ଡ ଡ୍ୟାମେଜ୍‌ ହୋଇଗଲେ କଣ କରିବେ ? ଜାଣନ୍ତୁ ଅନଲାଇନରେ କେମିତି ମଗାଇବେ ଡୁପ୍ଲିକେଟ୍‌ କପି

ଯଦି ଆପଣଙ୍କର ପାନ୍ କାର୍ଡ ହଜିଯାଏ, ଚୋରି ହୋଇଯାଏ କିମ୍ବା ନଷ୍ଟ ହୋଇଯାଏ ତେବେ ଆପଣ କଣ କରିବେ । ଏହାର ନକଲି କପି ପାଇଁ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା ।

ପାନ୍ କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ଏବଂ ଏହାକୁ ବ୍ୟବହାର କରି ଆପଣ ଅନେକ ସର୍ଭିସର ଲାଭ ପାଆନ୍ତି । ଆର୍ଥିକ କାରବାର ପାଇଁ ଏହା ବ୍ୟବହାର କରାଯାଏ । କିନ୍ତୁ ଯଦି ଆପଣଙ୍କର ପାନ୍ କାର୍ଡ ହଜିଯାଏ, ଚୋରି ହୋଇଯାଏ କିମ୍ବା ନଷ୍ଟ ହୋଇଯାଏ ତେବେ ଆପଣ କଣ କରିବେ । ଏହାର ନକଲି କପି ପାଇଁ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା ।

ଆୟକର ବିଭାଗର ୱେବସାଇଟକୁ ଯାଆନ୍ତୁ । “ପାନ୍ ସର୍ଭିସ” ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ । ‘ରିକ୍ୱେଷ୍ଟ ଫର୍‌ ଡୁପ୍ଲିକେଟ୍‌ ପାନ କାର୍ଡ’ ଲିଙ୍କରେ କ୍ଲିକ୍ କରନ୍ତୁ । ଆପଣଙ୍କର ପାନ୍ ନମ୍ବର ଏଣ୍ଟ୍ରି କରନ୍ତୁ । ଆପଣଙ୍କର ନାମ, ଜନ୍ମ ତାରିଖ ଏବଂ ଠିକଣା ଏଣ୍ଟ୍ରି କରନ୍ତୁ । ଆପଣଙ୍କର ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ଏଣ୍ଟ୍ରି କରନ୍ତୁ । ଆପଣଙ୍କ ଦସ୍ତଖତର ସ୍କାନ୍ ଅପଲୋଡ୍ କରନ୍ତୁ । ଆପଣଙ୍କର ଆଧାର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସର ସ୍କାନ୍ ଅପଲୋଡ୍ କରନ୍ତୁ । ସବମିଟ୍‌ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

ଆୟକର ବିଭାଗ ଆପଣଙ୍କ ଆବେଦନକୁ ଯାଞ୍ଚ କରିବ ଏବଂ ୧୫ ଦିନ ମଧ୍ୟରେ ଆପଣଙ୍କୁ ଡୁପ୍ଲିକେଟ୍‌ ପାନ୍‌ କାର୍ଡ ପଠାଇବ । ପାନ୍ କାର୍ଡର ଡୁପ୍ଲିକେଟ୍‌ କପି ପାଇବାକୁ ଆପଣ ଅଫଲାଇନରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଆୟକର ବିଭାଗର ଯେକୌଣସି ଆଞ୍ଚଳିକ କାର୍ଯ୍ୟାଳୟକୁ ଯିବାକୁ ପଡିବ । ଆୟକର ବିଭାଗ ୱେବସାଇଟ୍ କିମ୍ବା କୌଣସି ଆଞ୍ଚଳିକ କାର୍ଯ୍ୟାଳୟରୁ ଆପଣ ସହଜରେ ପାନ୍‌ କାର୍ଡ ପାଇଁ ଅନଲାଇନ୍ କିମ୍ବା ଅଫଲାଇନରେ ଆବେଦନ କରିପାରିବେ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.