ମହାରାଷ୍ଟ୍ର: ଜମିରେ ଜରୁରୀ ଅବତରଣ କଲା ଭାରତୀୟ ସେନା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ୪ ଯବାନ
ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଏରୋଣ୍ଡଲୀ ଗାଁ ନିକଟ ଏକ ଜମିରେ ଜରୁରୀକାଳୀନ ଅବତରଣ କରିଛି ଭାରତୀୟ ସେନା ହେଲିକପ୍ଟର । ଫଳରେ ୪ ଜଣ ଯବାନଙ୍କ ଜୀବନ ବଞ୍ଚିଯାଇଛି । ତେବେ ହେଲିକପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ଜମିରେ ଅବତରଣ କରିଛି ବୋଲି ଜଣାପଡିଛି । ତେବେ ହେଲିକପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ଜମିରେ ଅବତରଣ କରିଛି ବୋଲି ଜଣାପଡିଛି ।
ଭାରତୀୟ ସେନାର ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି । ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଏରୋଣ୍ଡଲୀ ଗାଁ ନିକଟ ଏକ ଜମିରେ ଜରୁରୀକାଳୀନ ଅବତରଣ କରିଛି ହେଲିକପ୍ଟର । ଫଳରେ ୪ ଜଣ ଯବାନଙ୍କ ଜୀବନ ବଞ୍ଚିଯାଇଛି । ତେବେ ହେଲିକପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ଜମିରେ ଅବତରଣ କରିଛି ବୋଲି ଜଣାପଡିଛି ।
ହେଲିକପ୍ଟର ହଠାତ୍ ଜମିରେ ଅବତରଣ କରିବା ଦେଖି ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଏଥିରେ ଥିବା ୪ ଜଣ ଯବାନ ସୁରକ୍ଷିତ ରହିଛନ୍ତି । ଘଟଣାଟି ସକାଳ ୧୧.୩୦ ମିନିଟରେ ଘଟିଛି ।
ତେବେ ସେନା ହେଲିକପ୍ଟରଟି ନାସିକରୁ ବେଲଗାଭୀ ପାଇଁ ଉଡାଣ ଭରିଥିଲା । ହେଲିକପ୍ଟରରେ ପାଇଲଟଙ୍କ ସହିତ ୪ ଜଣ ଯବାନ ଥିଲେ । ସେନା ହେଲିକପ୍ଟର ଲ୍ୟାଣ୍ଡି କରିବା ଖବର ମିଳିବା ପରେ ଅଧିକ ସଂଖ୍ୟକ ଗ୍ରାମବାସୀ ଏକାଠି ହୋଇଥିଲେ । ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ଶିବସେନା (ଉଦ୍ଧବ ଦଳ) ନେତ୍ରୀ ସୁଷମା ଅନ୍ଧାରେ ଯିବାର ଥିଲା । କିନ୍ତୁ ଏହାପୂର୍ବରୁ ହିଁ ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ଦୁଇ ଜଣ ପାଇଲଟ୍ ସାମାନ୍ୟ ଆହତ ହୋଇଥିଲେ ।
ଘଟଣା ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ଘଟିଥିଲା । ହେଲିକପ୍ଟରଟି ଏକ ସାଧାରଣ ସଭା ପାଇଁ ଅନ୍ଧାରେଙ୍କୁ ଆଣିବାକୁ ଯାଉଥିଲା । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା । ଘଟଣାରେ ହେଲିକପ୍ଟରର ଉଭୟ ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଏବଂ ଏମରଜେନ୍ସି ଟିମ୍ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଏହି ହେଲିକପ୍ଟର ଏକ ଘରୋଇ ବିମାନ କମ୍ପାନୀର ଥିଲା । କୁହାଯାଉଛି ଯେ, ହେଲିକପ୍ଟର ଅବତରଣ ପାଇଁ କୌଣସି ହେଲିପ୍ୟାଡ୍ ନ ଥିଲା, ଯେଉଁ କାରଣରୁ ଲ୍ୟାଣ୍ଡିଂ ସମୟରେ ଏହା କ୍ରାସ୍ ହୋଇଯାଇଥିଲା । ଏ ସମ୍ପର୍କରେ ସୂଚନା ପାଇ ରାଇଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଗତବର୍ଷ ନଭେମ୍ବରରେ ଭାରତୀୟ ବାୟୁସେନା (IAF)ର ଆପାଚେ ହେଲିକପ୍ଟର ବୁଧବାର ଲଦାଖରେ ଜରୁରୀ ଅବତରଣ କରିଥିଲା । ଏକ ଅପରେସନାଲ୍ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରକୁ ଏମରଜେନ୍ସି ଲ୍ୟାଣ୍ଡ୍ କରିବାକୁ ପଡ଼ିଥିଲା । ଲଦାଖ ଏରିଆ ଅଫ୍ ରେସପନ୍ସିବିଲିଟି (AOR)ରେ ଉତ୍ଥାନ-ପତ୍ତନ ଅଞ୍ଚଳ ଏବଂ ଅଧିକ ଉଚ୍ଚତା ହେତୁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ଯୋଗୁ ଏହି ଘଟଣା ଘଟିଥିଲା ।