ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ: ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର

ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ୧୮ ତମ ଲୋକସଭା ପାଇଁ ଆଜି ମତଦାନ ଆରମ୍ଭ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଭୋଟିଂ। ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା ।

କେନ୍ୟୁଜ୍‌: ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ୧୮ ତମ ଲୋକସଭା ପାଇଁ ଆଜି ମତଦାନ ଆରମ୍ଭ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଭୋଟିଂ। ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୧ ଲକ୍ଷ ୮୭ ହଜାର ପୋଲିଂ ବୁଥରେ ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର । ଏଥିରେ ୩୫ ଲକ୍ଷ ୬୭ ହଜାର ମତଦାତା ପ୍ରଥମ ଥର ମତଦାନ କରିବାକୁ ପଞ୍ଜିକରଣ କରିବେ ।

୨୦ରୁ ୨୯ ବର୍ଷ ବୟସ ବର୍ଗରେ ୩କୋଟି ୫୧ ଲକ୍ଷ ଯୁବ ଭୋଟର ମତଦାନ କରିବେ। ତାମିଲନାଡୁର ସମୁଦାୟ ୩୯ଟି ଯାକ ଲୋକସଭା ଆସନରେ ହେବ ମତଦାନ। ଏହା ସହ ଉତ୍ତରାଖଣ୍ଡର ୫ଟି ଯାକ ଆସନ ଓ ଅରୁଣାଚଳ ପ୍ରଦେଶ, ମିଜୋରାମ, ମଣିପୁର, ସିକ୍କିମ, ନାଗାଲାଣ୍ଡ, ମେଘାଳୟ, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ବୀପ ଏବଂ ପୁଡୁଚେରୀର ସମସ୍ତ ଆସନ ପାଇଁ ହେଉଛି ମତଦାନ ।

ଏହା ସହ ଆସାମର ୧୪ଟି ଆସନ ମଧ୍ୟରୁ ୫, ବିହାରର ୪୦ଟି ଆସନରୁ ୪, ଛତିଶଗଡର ୧୧ଟି ଆସନରୁ ଗୋଟିଏ, ମଧ୍ୟପ୍ରଦେଶର ୨୯ଟି ଆସନରୁ ୬, ମହାରାଷ୍ଟ୍ରର ୪୮ଟି ଆସନରୁ ୫, ରାଜସ୍ଥାନର ୨୫ରୁ ୧୨, ତ୍ରିପୁରାର ୨ଟି ଆସନରୁ ଗୋଟିଏ, ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ ୮ଟି, ପଶ୍ଚିମବଙ୍ଗର ୪୨ଟିରୁ ୩ଟି, ଜମ୍ମୁକଶ୍ମୀରର ୫ଟି ଲୋକସଭା ଆସନରୁ ଗୋଟିଏ ଆସନରେ ମତଦାନ ହେଊଉଛି। ଏହା ସହ ଅରୁଣାଚଳର ୬୦ଟି ଯାକ ବିଧାନସଭା ଆସନରେ ବି ଚାଲିଛି ଭୋଟିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.