Below header

ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

କର୍ଣ୍ଣାଟକରେ ଜେଡି(ଏସ୍‌)ର ଲୋକସଭା ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି । ତାଙ୍କ ସହ ଜଡ଼ିତ ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ଏସ୍‌ଆଇଟି ଗୁରୁବାର ଏହି ନୋଟିସ ଜାରି କରିଛି । ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହାକୁ ଜାରି କରାଯାଇଛି ।

କର୍ଣ୍ଣାଟକରେ ଜେଡି(ଏସ୍‌)ର ଲୋକସଭା ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି । ତାଙ୍କ ସହ ଜଡ଼ିତ ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ (ଏସ୍‌ଆଇଟି) ଗୁରୁବାର ଏହି ନୋଟିସ ଜାରି କରିଛି । ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହାକୁ ଜାରି କରାଯାଇଛି ।

ରାଜ୍ୟ ଗୃହମନ୍ତ୍ରୀ ଜି. ପରମେଶ୍ୱର ସଙ୍କେତ ଦେଇଛନ୍ତି କି, ଯଦି ପ୍ରଜ୍ଜ୍ୱଳ ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନା ଗୁଲବର୍ଗାରେ ପଚରାଉଚରା ପାଇଁ ଏସ୍‌ଆଇଟିରେ ହାଜର ନ ହୁଅନ୍ତି, ତେବେ ସେମାନଙ୍କୁ ଗିରଫ କରାଯିବ । ଏପ୍ରିଲ ୨୬ରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀର ଫ୍ରାଙ୍କଫର୍ଟ ପଳାଇଥିବା ଅଭିଯୋଗ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ମାମଲାରେ ଯଦି ପୀଡ଼ିତା ଏବଂ ସେମାନଙ୍କ ପରିବାର ବୟାନ ରେକର୍ଡ କରାଇବାକୁ ଆସନ୍ତି, ତା’ ହେଲେ ଏସ୍‌ଆଇଟି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବ । ଏଜେନ୍ସି ପୀଡ଼ିତାମାନଙ୍କ ଉପରେ ଚାପ ପକାଇବ ନାହିଁ, ଯଦି ସେମାନେ ନିଜେ ଆଗକୁ ଆସୁଛନ୍ତି, ତେବେ ବୟାନ ରେକର୍ଡ ହେବ । ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ ଦୁଇ ମହିଳା ପ୍ରଜ୍ଜ୍ୱଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା 354A, 354D, 506 ଓ 509 ଅନ୍ତର୍ଗତ ମାମଲା ରୁଜୁ କରିଛି । ଏହି ଅଭିଯୋଗ ପରେ କର୍ଣ୍ଣାଟକ ଏବଂ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ସେପଟେ ପ୍ରଜ୍ଜ୍ୱଳ ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ ନିକଟରେ ହାଜର ହେବା ପାଇଁ ସାତ ଦିନ ସମୟ ମାଗିଛନ୍ତି । ସେ ଯାଞ୍ଚ ଟିମ୍‌କୁ କହିଛନ୍ତି ଯେ ସେ ବେଙ୍ଗାଲୁରୁ ବାହାରେ ଅଛନ୍ତି । ପ୍ରଜ୍ଜ୍ୱଳ ଓ ତାଙ୍କ ବାପାଙ୍କୁ ପଚରାଉଚରା ପାଇଁ ଏସ୍‌ଆଇଟିରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା ।

ଲୁକଆଉଟ୍ ସର୍କୁଲାର୍ (LOC) କିମ୍ବା ଲୁକଆଉଟ୍ ନୋଟିସ୍ ହେଉଛି ଏକ ସର୍କୁଲାର୍ ଲେଟର । ଏହାକୁ ଇମିଗ୍ରେସନ୍ ଅଧିକାରୀଙ୍କ ଦ୍ୱାରା କୌଣସି ଅଭିଯୁକ୍ତଙ୍କୁ ଦେଶ ଛାଡିବାକୁ ରୋକିବା ପାଇଁ ବ୍ୟବହାର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.