ଜେଲ ଯାଇ ବେଲରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ : କାର୍ତ୍ତିକ ପାଣ୍ଡିଆନ

ଜେଲ ଯାଇ ବେଲରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଠକିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଲ ପଠାଇଥିଲେ।

ବ୍ରହ୍ମପୁର : ଜେଲ ଯାଇ ବେଲରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଠକିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଲ ପଠାଇଥିଲେ। ନାଁ ନନେଇ ବିଜେପି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଖୁବ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ଆଜି ଚିକିଟିରେ ବିଜେଡି ନିର୍ବାଚନୀ ପ୍ରଚାର ସଭାରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ଯେଉଁମାନେ ଜେଲରୁ ବେଲ୍ ରେ ଆସିଛନ୍ତି ତାଙ୍କୁ ଜେଲ ପଠାନ୍ତୁ। ଭୃଗୁ ବକ୍ସିପାତ୍ର ଭଳି ଭଲ ଲୋକଙ୍କୁ ସଂସଦ ପଠାନ୍ତୁ । କିଏ ସେବା ପାଇଁ ରାଜନୀତି କରୁଛନ୍ତି ଓ ଆଉ କିଏ ସାଧାରଣ ଲୋକଙ୍କୁ ଠକିବାକୁ ରାଜନୀତିକୁ ଆସିଛନ୍ତି ସେମାନଙ୍କୁ ଚିହ୍ନି ରଖିବାକୁ ଭୋଟରଙ୍କୁ କହିଛନ୍ତି।

ବ୍ରହ୍ମପୁର ଲୋକସଭା ଆସନରେ ମାରାଥନ କ୍ୟାମ୍ପେନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଗଜପତିର ମୋହନା ଓ ଗଞ୍ଜାମର ଚିକିଟିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ମୋହନା ଓ ଚିକିଟି ଆସନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାରର ଲିଡ ଦେବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ଏହା ସହ ମୋହନା ଓ ଚିକିଟି ପାଇଁ ମୁଖ୍ଯମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟର ହିସାବ ମଧ୍ୟ ସେ ଦେଇଥିଲେ।

You might also like