Below header

ପ୍ରଧାନମନ୍ତ୍ରୀଙ୍କ ଡୁପ୍ଲିକେଟ୍‌,ବିକୁଛନ୍ତି ଗୁପ୍‌ଚୁପ୍‌

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘର ରାଜ୍ୟ ଗୁଜୁରାଟରେ ଜଣେ ବ୍ୟକ୍ତି ଭାଇରାଲ୍‌ ହେବାରେ ଲାଗିଛନ୍ତି । ଯିଏକି ପ୍ରଧାନମନ୍ତ୍ରୀଙ୍କ ପରି ଦେଖାଯାଉଛନ୍ତି । ଉଚ୍ଚତାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସବୁକିଛି ପ୍ରଧାନମନ୍ତ୍ରୀଙ୍କ ପରି । ଆପଣ ଦେଖିଲେ ମଧ୍ୟ ଚିହ୍ନିବା ଆପଣଙ୍କ ପକ୍ଷେ ମୁସ୍କିଲ ହୋଇଯିବ । ଏଭଳି ପରିସ୍ଥିତିରେ ପିଏମ୍‌ ମୋଦିଙ୍କ ଚେହେରା ପରି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଜାଣନ୍ତୁ ସେ ପ୍ରକୃତରେ କିଏ ।

ଅନେକ ସମୟରେ ଆପଣ ବଲିଉଡ ଷ୍ଟାର୍‌ ସଲ୍‌ମାନ ଶାହରୁଖ୍‌ , ଏବଂ ଅଜୟ ଦେବଗନ୍‌ଙ୍କ ଡୁପ୍ଲିକେଟ୍‌ ଥିବାର ଦେଖିଥିବେ । ଏହାସହ ରାଜନେତାଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଆପଣ ଯେଉଁ କଥା ସ୍ୱପ୍ନରେ କେବେ ଭାବି ନଥିବେ ଜାଣି ଆଶ୍ଚର୍ଯ୍ୟ ହେବେ । ଏଭଳି ଜଣେ ଡୁପ୍ଲିକେଟ୍‌ ମଣିଷ ଦେଖିବାକୁ ମିଳିଛି ଯିଏ ଅବିକଳ ପ୍ରଧାନମନ୍ତ୍ରୀଙ୍କ ପରି ଦେଖିବାକୁ ।

ହଁ ଆଜ୍ଞା, ଆପଣଙ୍କ ଏହି କଥା ବିଶ୍ୱାସ କରିପାରୁ ନାହାଁନ୍ତି ନା କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ । ଏଇ ଭିଡିଓ ଉପରେ ଟିକିଏ ନଜର ପକାଉ ନାହାଁନ୍ତି । ଦେଖିଲେ ତ । ଏବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ଗୁପ୍‌ଚୁପ୍‌ ବିକାଳିଙ୍କୁ କାହିଁକି ଦେଖାଉଛୁ । ଏଇତ ସେହି ବ୍ୟକ୍ତି ଯାହାଙ୍କ ବିଷୟରେ ଆମେ ଆପଣଙ୍କୁ କହୁଥିଲୁ । ଯାହାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅବିକଳ ଭାବି ସେଲ୍ଫି ନେବା ପାଇଁ ପିଲାମାନେ ଭିଡ଼ ଜମାଇଛନ୍ତି । ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କୁ ଝଟ୍‌କା ଲାଗିବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘର ରାଜ୍ୟ ଗୁଜୁରାଟରେ ଜଣେ ବ୍ୟକ୍ତି ଭାଇରାଲ୍‌ ହେବାରେ ଲାଗିଛନ୍ତି । ଯିଏକି ପ୍ରଧାନମନ୍ତ୍ରୀଙ୍କ ପରି ଦେଖାଯାଉଛନ୍ତି । ଉଚ୍ଚତାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସବୁକିଛି ପ୍ରଧାନମନ୍ତ୍ରୀଙ୍କ ପରି । ଆପଣ ଦେଖିଲେ ମଧ୍ୟ ଚିହ୍ନିବା ଆପଣଙ୍କ ପକ୍ଷେ ମୁସ୍କିଲ ହୋଇଯିବ । ଏଭଳି ପରିସ୍ଥିତିରେ ପିଏମ୍‌ ମୋଦିଙ୍କ ଚେହେରା ପରି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଜାଣନ୍ତୁ ସେ ପ୍ରକୃତରେ କିଏ ।

ପିଏମ୍‌ ମୋଦିଙ୍କ ପରି ଦେଖାଯାଉଥିବା ଏହି ବ୍ୟକ୍ତି ହେଉଛନ୍ତି ଅନିଲ ଭୋଇ ଠାକୁର । ଯିଏ ଗୁଜୁରାଟ ଆନନ୍ଦରେ ତୁଲସୀ ପାନି ପୁରୀର ମାଲିକ । ତାଙ୍କ ରୂପ, ଢଙ୍ଗ, ପୋଷାକ ଦେଖି ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ପିଏମ୍‌ ମୋଦି ବୋଲି ଡାକନ୍ତି । କେବଳ ଏତିକି ନୁହେଁ ତାଙ୍କ ହେୟାର୍‌ ଷ୍ଟାଇଲ୍‌ ଏବଂ ଦାଢ଼ି ମଧ୍ୟ ପିଏମଙ୍କ ମୋଦିଙ୍କ ସହ ମେଳ ଖାଉଛି । ତେବେ ପିଏମ୍‌ ମୋଦିଙ୍କ ଅବିକଳ ଜୁନାଗଡ଼ରୁ ଆସିଛନ୍ତି । ଏବଂ ସେ ଦୀର୍ଘ ୧୮ ବର୍ଷ ବୟସରୁ ‘ଚାଟ୍‌ ତୁଲସୀ ପାନି ପୁରୀ କେନ୍ଦ୍ରରେ’ ଗୁପ୍‌ଚୁପ୍‌ ଚାଟ୍‌ ବିକ୍ରି କରୁଛନ୍ତି । ପ୍ରଥମେ ତାଙ୍କ ଦାଦା ଏହି ଦୋକାନ ଆରମ୍ଭ କରିଥିଲେ । ସେବେଠୁ ସେ ଏହି ଦୋକାନରେ ବିକ୍ରି କରି ଆସୁଛନ୍ତି । ଅନିଲଙ୍କ ବୟସ ୭୧ ବର୍ଷ । ତାଙ୍କର ଅବିକଳ ଚେହେରା ହେତୁ ବହୁତ ଗ୍ରାହକ ତାଙ୍କ ସହ ସେଲଫି ନେଇଥାଆନ୍ତି ।

ତେବେ ପିଏମ୍‌ ମୋଦୀଙ୍କ ପରି ଦେଖାଯାଉଥିବା ଅନୀଲ ଭୋଇ ପ୍ରଥମ ବ୍ୟକ୍ତି ନୁହଁନ୍ତି । ମୁମ୍ବାଇର ମାଲାଡ୍‌ରୁ ଆସିଥିବା ବିକାଶ ମହାନ୍ତେ ମଧ୍ୟ ଅବିକଳ ପ୍ରଧାନମନ୍ତ୍ରୀଙ୍କ ପରି ଦେଖାଯାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.