Below header

ଟେମ୍ପୋ ଓଲଟି ୧୦ ଆହତ, ଶୋଭାଯାତ୍ରାରେ ଯୋଗଦେଇ ଗାଁକୁ ଫେରୁଥିଲେ 

ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଗାଁକୁ ଫେରୁଥିବାବେଳେ ଅଟୋ ଓଲଟି ୧୦ ଜଣ ଲୋକ ଆହତ ହୋଇଛନ୍ତି  ।

ବଣେଇ : ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଗାଁକୁ ଫେରୁଥିବାବେଳେ ଅଟୋ ଓଲଟି ୧୦ ଜଣ ଲୋକ ଆହତ ହୋଇଛନ୍ତି  । ଦୁର୍ଘଟଣା ଘଟିଛି ବଣେଇ ଉପଖଣ୍ଡରେ । ଆଜି ଚତୁର୍ଥ ଦିନରେ ବଣେଇ ସିପିଆଇଏମ ବିଧାନସଭା ଆସନ ପାଇଁ ଲକ୍ଷ୍ମଣ ମୁଣ୍ଡା ନାମାଙ୍କର ପତ୍ର ଦାଖଲ କରିଛନ୍ତି । ତାଙ୍କ ସମର୍ଥନରେ ସିପିଆଇଏମ ଦଳର ହଜାର ହଜାର ଲୋକେ ବଣେଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସି ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଫେରୁଥିଲେ ।

ବିମଳା ଗଡ ଫକିରମୁଣ୍ଡା ଗ୍ରାମର ୧୦ ଜଣ ଲୋକ ଏକ ଟେମ୍ପୋରେ ଫେରୁଥିବା ବେଳେ ରାଜାମୁଣ୍ଡା ଗୁଢି ଆଳି ଠାରେ ଟେମ୍ପୋଟି ଦୁର୍ଘଟଣା ଘଟିଥିଲା ।  ଫଳରେ ୮ ରୁ ୯ ଜଣ ଲୋକ ଗୁରୁତର ହୋଇଛନ୍ତି । କାହାର ମୁଣ୍ଡ ଫାଟି ଥିବା ବେଳେ କାହାର ହାତ ଭାଙ୍ଗିଛି ତ ଆଉ କାହାର ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇ ପଡିଥିବା ଜଣାପଡିଛି ।

ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଲହୁଣୀପଡ଼ା ଡାକ୍ତରଖାନାକୁ ଏକ ବୋଲେରୋ ଓ ଏକ ଅଟୋ ଯୋଗେ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଉ ଥିବାବେଳେ ଅଧିକ ଗୁରୁତର ଥିବା ପେସେଣ୍ଟକୁ ରାଉରକେଲା ଆର ଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.