Below header

ଡରାଇ ପାରୁନି ତାତି, ୩୫ ବର୍ଷ ହେଲା କଦଳୀ ପତ୍ର ବଞ୍ଚାଇଛି ପରିବାର

ଏତେ ବଡ଼ ଟାଣ ଖରାରେ ସାହାରା ବୋଲି କିଛି ନାହିଁ l ସେହି ଖରାରେ ସମସ୍ତେ ଛଟପଟ କେହି ବାହାରକୁ ବାହାରିବାକୁ ସାହାସ କରୁନାହାନ୍ତି ହେଲେ ମଉସା ବସିଛନ୍ତି ତଳ ଉପର ଉଭୟ ତାତିରେ ବସି ବୁଢା ଜଣେ କଦଳୀ ପତ୍ର ବିକ୍ରୀ କରୁଛନ୍ତି l

ଖରା ତାତିରେ ଜଳୁଛି ରାଜଧାନୀ, ସମସ୍ତେ ତ୍ରାହି ତ୍ରାହି ଡାକିଲେଣି ତତଲା ଖରାରୁ ନିସ୍ତାର ପାଇବା ପାଇଁ କିଏ କେମିତି ବିନ୍ଦୁ ସାଗର ଜଳର ସାହାରା ନେଉଛନ୍ତି l ଆଉ ଏହି ଡହ ଡହ ଖରାରେ ବିନ୍ଦୁ ସାଗର କୂଳରେ ଏକ ବିକଳ ଛବି ଆମର ଅନ୍ତର ଆତ୍ମାକୁ ବ୍ୟଥିତ କଲା l ବିନ୍ଦୁ ସାଗରକୁ ଲାଗି ଛୋଟିଆ ଶିବ ମନ୍ଦିରଟିଏ l ସେହି ମନ୍ଦିରର ଅଳ୍ପ ଦୂରରେ ଜଣେ ବୁଢା ଲୋକ ଏମିତି ଦୟନୀୟ ଅବସ୍ଥାରେ ଖରାକୁ ସମ୍ଭାଳି ବସିଛନ୍ତି l

ଏ ଦୃଶ୍ୟ ଦେଖିଲେ ଦୁଃଖରେ ଭାଙ୍ଗି ପଡିବା ଭଳି ଲାଗିବ l ଭଙ୍ଗା ସାଇକେଲ ଖଣ୍ଡେ ରାସ୍ତା କଡରେ ଥୁଆ ହୋଇଛି l ସାଇକେଲ ର କିଛି ଅଂଶ ଜଙ୍କ ଲାଗି ଯାଇଛି l ତା ଉପରେ ଖଣ୍ଡେ ପ୍ଲାଷ୍ଟିକ ଜରିପାଲ କାଟି ପକା ଯାଇଛି l ତା ସହିତ ସେହି ଜରିପାଲ ନ ଉଡିବା ପାଇଁ ତା ଉପରେ ପଥର ଦୁଇଟି ରଖା ହୋଇଛି l ଅନ୍ୟ ପାର୍ଶ୍ୱ ରେ ଛତାଟିଏ ରଖା ହୋଇଛି l ତଳେ ଖଣ୍ଡେ ପ୍ଲାଷ୍ଟିକ ଜରି ବସ୍ତା ପକାଇ ତା ଉପରେ ବସିଛନ୍ତି ଜଣେ ବୟସ୍କ ବୁଢା ମଉସା l ସାମ୍ନାରେ ରଖା ହୋଇଛି କିଛି କଦଳୀ ପତ୍ର l ଭିତରେ ଗୋଟିଏ ସବୁଜ ରଙ୍ଗ ବୋତଲ ପାଣି ରଖା ହୋଇଛି l ସେହି ବୋତଲ ପାଣିକୁ ଖରା ତାତିରୁ ଟିକିଏ ଆଶ୍ବସ୍ତି ପାଇଁ ମୁଣ୍ଡରେ ଟିକେ ଟିକେ ପାଣି ମାରୁଥାନ୍ତି l ସବୁଠାରୁ ଦୁଃଖ ଆଉ ପରିତାପର ବିଷୟ ଯେ ବୁଢା ମଉସାଙ୍କର ଗୋଟିଏ ଆଖି ଅଛି ଅନ୍ୟ ଆଖିଟି ବନ୍ଦ ଦେଖା ଯାଉନି ସେ ଆଖିକୁ l

ଏତେ ବଡ଼ ଟାଣ ଖରାରେ ସାହାରା ବୋଲି କିଛି ନାହିଁ l ସେହି ଖରାରେ ସମସ୍ତେ ଛଟପଟ କେହି ବାହାରକୁ ବାହାରିବାକୁ ସାହାସ କରୁନାହାନ୍ତି ହେଲେ ମଉସା ବସିଛନ୍ତି ତଳ ଉପର ଉଭୟ ତାତିରେ ବସି ବୁଢା ଜଣେ କଦଳୀ ପତ୍ର ବିକ୍ରୀ କରୁଛନ୍ତି l ଆମେ ଟିକେ ପାଖକୁ ଯାଇ ପଚାରିଲୁ ଏତେ ବଡ଼ ଟାଣ ଖରାରେ କାହିଁକି ବସି ଛନ୍ତି l ଟିକେ ଛାୟିରେ ବସୁ ନାହାନ୍ତି l ବୁଢ଼ା ମଉସା କହିଲେ ଏଠାରେ ବସି କଦଳୀ ପତ୍ର ବିକ୍ରୀ କରିବା ୩୫ ବର୍ଷ ହୋଇଗଲା l ୫୦ ପଇସାରୁ ବର୍ତ୍ତମାନ ୩/୪ ଟଙ୍କାରେ ପହଞ୍ଚିଲାଣି l ମଉସାଙ୍କ ନାଁ ହେଉଛି ସୁରେନ୍ଦ୍ର l ଭୁବନେଶ୍ୱରକୁ ଯିଏ ଅତି ନିକଟରୁ ଦେଖିଛନ୍ତି  l

ସେତେବେଳେ ଏତେ ଲୋକ ସଂଖ୍ୟା ନଥିଲା l ତଥାପି ବହୁତ ବିକ୍ରୀ ହେଉଥିଲା l ହେଲେ ସେତେବେଳେ ରୋଜଗାର କମ୍ ଥିଲା କିନ୍ତୁ ଏବେ ରୋଜଗାର ହେଉଛି ସତ କିନ୍ତୁ ସବୁ ଜିନିଷ ଦରଦାମ୍‌ ଅଧିକ l ପରିବାରକୁ ନେଇ ଆଜି ଯାଏ କଷ୍ଟରେ ଚାଲିଛି l ତେଣୁ ପେଟ ଜ୍ୱାଳାଠାରୁ ଖରା ତାତି କମ୍ l ଦୁଇଟି ଝିଅ ଅଛନ୍ତି ବାହା ହେବାପାଇଁ ଏତେ ବଡ଼ ପରିବାରର ବୋଝ ଆଗରେ ଖରା ତାତି ଫିକା ଲାଗେ l ଏ ୪୫% ତାତି ତାଙ୍କୁ ଡରାଇପାରୁନି । ଯେତେ ଯାହା ହେଉ ଏ ଦୁଃଖ କେହି ଦୁରେଇ ପାରିବେ ନାହିଁ l ଆଜି ଏହି ଦୟନୀୟ ପରିସ୍ଥିତିର ବିକଳ ଚିତ୍ର ଦେଖିବାକୁ ମିଳିଛି । ସମସ୍ତଙ୍କୁ ଅନେକ ପ୍ରଶ୍ନ କରୁଛି l ସତରେ ଏମାନଙ୍କର ଦୁଃଖ କେବେ ଦୂର ହେବ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.