Below header

ମୋହନାରେ ତାଣ୍ଡବ ରଚିଲା କାଳବୈଶାଖି, ଉଡ଼ାଇଦେଲା ଘରର ଛପର

ଆଜି ଅପରାହ୍ନ ସମୟରେ ଗଜପତି ଜ଼ିଲ୍ଲା ମୋହନାରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି l ଫଳରେ ବିଭିନ୍ନ କଚ୍ଚା ଘରର ଛପର ଉଡିବା ସହିତ ବଜାର ମଧ୍ୟରେ ଥିବା ଦୋକାନ ଗୁଡିକର ଟିଣ ଉଡିଯାଇଥିବା ଦେଖିବାକୁ ମିଳିଛି l

ମୋହନା(କେନ୍ୟୁଜ୍‌): ଆଜି ଅପରାହ୍ନ ସମୟରେ ଗଜପତି ଜ଼ିଲ୍ଲା ମୋହନାରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି l ଫଳରେ ବିଭିନ୍ନ କଚ୍ଚା ଘରର ଛପର ଉଡିବା ସହିତ ବଜାର ମଧ୍ୟରେ ଥିବା ଦୋକାନ ଗୁଡିକର ଟିଣ ଉଡିଯାଇଥିବା ଦେଖିବାକୁ ମିଳିଛି l ଏହା ସହ ବ୍ଲକ ରାସ୍ତା ଏବଂ BSNL ଅଫିସ ପ୍ରାଙ୍ଗଣରେ ଥିବା ବଡ଼ ବଡ଼ ଗଛ ଭାଙ୍ଗି ପଡିଛି l

ପବନର ବେଗ ଏତେ ଅଧିକ ଥିଲାଯେ ବିଦ୍ୟୁତ ଖୁଣ୍ଟି ଗୁଡିକ ଭାଙ୍ଗି ପଡିଥିଲା l ଯାହା ଫଳରେ ବିଦ୍ୟୁତ ସରବରlହ ବ୍ୟାହତ ହୋଇଛି l ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅତ୍ୟନ୍ତ ଗୁଳୁଗୁଳିରୁ ଜନସାଧାରଣଙ୍କୁ ଆଶ୍ବସ୍ତି ମିଳିଛି ସତ କିନ୍ତୁ କାଳ ବୈଶାଖୀ ମୋହନା ସହର ରେ ବ୍ୟାପକ କ୍ଷୟକ୍ଷତି କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.