Below header

କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଶ୍ରମିକ ଆହତ

କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ ।ଆଜି ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକିଥିଲା । ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ଏହି ତରଳ ପଦାର୍ଥ ପଡ଼ିବାରୁ ସେମାନଙ୍କ ମଧ୍ୟରୁ ୧୦ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି ।

କେନ୍ଦୁଝର(କେନ୍ୟୁଜ୍‌) : କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ ।ଆଜି ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକିଥିଲା । ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ଏହି ତରଳ ପଦାର୍ଥ ପଡ଼ିବାରୁ ସେମାନଙ୍କ ମଧ୍ୟରୁ ୧୦ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ଡାକ୍ତର କହିଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଏ ସମସ୍ତ ଶ୍ରମିକ ବାହାର ପ୍ରଦେଶର ବୋଲି ଜଣାପଡିଛି । ସୁରକ୍ଷାରେ ଅବହେଳା କାରଣରୁ ବାରମ୍ବାର ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ଜୀବନ ହାନି ଘଟୁଥିଲେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଚେତୁ ନାହାନ୍ତି ।

ସୁଚନାଯୋଗ୍ୟ,ଗତ ୨୦୧୭ ମସିହାରେ ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ, ଗତ ଜାନୁଆରୀ ମାସରେ ପୁଣି ବିସ୍ଫୋରଣ ଘଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.