Below header

ଓଡ଼ିଶା-ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି, ପିକଅପ୍ ଭ୍ୟାନରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ଓଡ଼ିଶା-ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି । ଗୁରୁବାର ସଂଧ୍ୟାରେ ସୀମାନ୍ତରେ ଯାଞ୍ଚ ବେଳେ ଖରିଆର ରୋଡ ପୋଲିସ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି । ଏହି ଟଙ୍କା ନୂଆପଡ଼ା ଅଞ୍ଚଳରୁ ରାୟପୁରକୁ ଏକ ପିକଅପ ଭ୍ୟାନରେ ଯାଉଥିଲା ।

ନୂଆପଡ଼ା (କେନ୍ୟୁଜ): ଓଡ଼ିଶା-ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି ।  ଗୁରୁବାର ସଂଧ୍ୟାରେ ସୀମାନ୍ତରେ ଯାଞ୍ଚ ବେଳେ ଖରିଆର ରୋଡ ପୋଲିସ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି ।  ଏହି ଟଙ୍କା ନୂଆପଡ଼ା ଅଞ୍ଚଳରୁ ରାୟପୁରକୁ ଏକ ପିକଅପ ଭ୍ୟାନରେ ଯାଉଥିଲା ।  ପିକଅପ୍ ଭ୍ୟାନର ମାଲିକ ମହମ୍ମଦ ଅକବର ବୋଲି ଜଣାପଡିଛି । ମହମ୍ମଦ ଅକବରଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।

ଆବଶ୍ୟକ କାଗଜପତ୍ର ନଥିବାରୁ ଟଙ୍କା ଜବତ କରିଥିଲା ପୋଲିସ । ଗାଡିର ମାଲିକ ମହମ୍ମଦ ଅକବର ଟଙ୍କା ବିଷୟରେ କୌଣସି ଉତ୍ତର ଦେଇ ନ ପାରିବାରୁ ଟଙ୍କାକୁ ପୋଲିସ ଜବତ କରିଛି। କାଗଜପତ୍ର ଦାଖଲ କଲେ ଟଙ୍କା ଫେରସ୍ତ ହେବ ବୋଲି କହିଛି ପୋଲିସ ।  ନିର୍ବାଚନକୁ ସ୍ବଛ, ନିରପେକ୍ଷ ଓ ଅବାଧ କରିବାକୁ ଜୋରଦାର ଯାଞ୍ଚ ଚାଲିଛି ।  ଚଳିତ ନିର୍ବାଚନରେ ପୁଳାପୁଳା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଜବତ କରୁଛନ୍ତି ଫ୍ଲାଇଂ ସ୍କ୍ବାଡ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.