Below header

ନିଜ ଭାଇବୋହୂକୁ ମାରି ଶୁଆଇ ଦେଲା ଦେଢ଼ଶୁର

କେବଳ ସେତିକିରେ ମନ ବୁଝିଲାନି ଯେ ନିଜର କୁନି ପୁତୁରାକୁ ବି ମାଆ ପାଖରେ ମାରି ଶୁଆଇଦେଇଛି । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗଡପୋଷ ଫାଣ୍ଡି ଅନ୍ତର୍ଗତ ଦଳକିବହାଲ ଗାଁରେ ।

କୁଚିଣ୍ଡା (କେନ୍ୟୁଜ) : ଆମ ଓଡିଆ ଘରର ସ୍ତ୍ରୀ ଯିଏ କି ସାଧାରଣତଃ ନିଜ ଦେଢ଼ସୁରକୁ ଦେଖିଲେ ମୁଣ୍ଡରେ ହାତ ଓଢ଼ଣା ଟାଣିଦିଏ । ଦେଢ଼ସୁର ଥିଲେ ସେହି ଘରକୁ ବି ପାଦ ପକାଏନି । ଆଉ ଯଦି ଭୁଲରେ ଦେଢ଼ସୁରଙ୍କୁ ଛୁଇଁଦେଲେ କୁହନ୍ତି ଯେ ଗୋବର ପାଣିରେ ଗାଧୋଇବାକୁ । କିନ୍ତୁ ଏଠି ଜଣେ ଦେଢ଼ସୁର ରାକ୍ଷସ ପାଲଟି ଯାଇଛି । ନିଜର ସାନଭାଇର ସ୍ତ୍ରୀକୁ ଯାହା କରିଛି ତାକୁ କେହି କେବେ କଳ୍ପନା ବି କରିନଥିବେ । କେବଳ କଣ ଭାଇ ବୋହୁ ସହ ଏ ରାକ୍ଷସ ଏମିତି କରିଛି ସାନଭାଇର ଦେଢ଼ ବର୍ଷର ପୁଅ ସହ ବି କରିଛି ନାରକୀୟ କାଣ୍ଡ ।

ଜଣେ ଦେଢ଼ଶୁର, ଯିଏ କି ମାରିପକାଇଛି ସାନଭାଇର ସ୍ତ୍ରୀକୁ । ନିଜ ଭାଇବୋହୂକୁ ମାରି ଶୁଆଇ ଦେଲା ଦେଢ଼ଶୁର । କେବଳ ସେତିକିରେ ମନ ବୁଝିଲାନି ଯେ ନିଜର କୁନି ପୁତୁରାକୁ ବି ମାଆ ପାଖରେ ମାରି ଶୁଆଇଦେଇଛି । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗଡପୋଷ ଫାଣ୍ଡି ଅନ୍ତର୍ଗତ ଦଳକିବହାଲ ଗାଁରେ ।

ଭାଇ ବୋହୂକୂ ମାରିଦେଇ ସାନଭାଇକୁ ଫୋନ କଲା ବଡ ଭାଇ । ତୋ ସ୍ତ୍ରୀ ଓ ତୋ ପୁଅକୁ ମୁଁ ମାରିଦେଇଛି । ଭାଇ ଠାରୁ ଏମିତି ଫୋନ କଲ୍‌ ପାଇ ଦୂରରେ ଥିବା ସାନଭାଇର ପାଦତଳୁ ଯେମିତି ମାଟି ଖସିଗଲା । ସଙ୍ଗେସଙ୍ଗେ ଧାଇଁ ଆସିଲା ଘରକୁ । ଆଉ ଘରକୁ ଆସି ଦେଖିଲା ତ ସତକୁ ସତ ଘର ଭିତରେ ଭୂଇଁରେ ମରି ଶୋଇଛନ୍ତି ସ୍ତ୍ରୀ ଆଉ ପୁଅ ।

ତେବେ ଯାହା ସୂଚନା ରହିଛି ଗତକାଲି ବିଳମ୍ବିତ ରାତିରେ ୱାର୍ଡ ସଭ୍ୟ ପରମେଶ୍ବର ପୀଙ୍ଗଙ୍କ ସ୍ତ୍ରୀ ପୂର୍ଣ୍ଣିମା ଓ ତାଙ୍କର ଏକ ବର୍ଷର ପୁଅ ଘରେ ଶୋଇଥିବା ବେଳେ ପୂର୍ଣ୍ଣିମାର ଦେଢ଼ଶୁର କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ହାତରେ ଧରିଥିଲା ଏକ ମାରଣାସ୍ତ୍ର । କବାଟ ଭାଙ୍ଗି ପଶିବା ପରେ ପୂର୍ଣ୍ଣିମା ଓ କୁନି ପୁଅକୁ ନିର୍ମମ ଭାବେ ମାରି ତଳେ ଶୁଆଇଦେଲା । ଆଉ ବିଶ୍ୱାସ କରନ୍ତୁ ଏ ହତ୍ୟା ଏପରି ସାଂଘାତିକ ଭାବେ ହୋଇଛି ଯେ ଯାହାର ଚିତ୍ର ଆମେ ଆପଣଙ୍କୁ ଦେଖାଇ ପାରିବୁନି ।

ସବୁଠୁ ବଡ କଥା ହେଉଛି ହତ୍ୟାକାରୀ ବଡ଼ ଭାଇ ପରମେଶ୍ବରକୁ ଫୋନ୍ ଯୋଗେ ତା ସ୍ତ୍ରୀ ଓ ପିଲାକୁ ମାରି ଦେଇଛି ବୋଲି ଜଣାଇଥିଲା । ଖବର ପାଇ ପରମେଶ୍ବର ଗଡପୋସ୍ ଫାଣ୍ଡିକୁ ଜଣାଇବା ପରେ ଆଜି ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା ଓ ଗଡପୋଶ ଫାଣ୍ଡି ଅଧିକାରୀ ଅମୂଲ୍ୟ ଗଡନାୟକ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.