Below header

ରବି କିଶନଙ୍କୁ ବଡ଼ ଆଶ୍ୱସ୍ତି, ତାଙ୍କ ଝିଅ ବୋଲି କହୁଥିବା ଯୁବତୀଙ୍କ DNA ଟେଷ୍ଟ୍‍ ଦାବି ସମ୍ପର୍କିତ ଆବେଦନ କୋର୍ଟରୁ ଖାରଜ

ଭୋଜପୁରୀ ଏବଂ ହିନ୍ଦୀ ସିନେମାର ଷ୍ଟାର ରବି କିଶନଙ୍କୁ ମୁମ୍ବାଇ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ନିଜକୁ ତାଙ୍କ ଝିଅ ବୋଲି ଦାବି କରୁଥିବା ୨୫ ବର୍ଷୀୟା ଯୁବତୀ ଶିନୋଭା କିଛି ଦିନ ତଳେ ଅଭିନେତାଙ୍କ DNA ଟେଷ୍ଟ୍‍ ପାଇଁ ଦାବି କରିଥିଲେ । କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଭୋଜପୁରୀ ଏବଂ ହିନ୍ଦୀ ସିନେମାର ଷ୍ଟାର ରବି କିଶନଙ୍କୁ ମୁମ୍ବାଇ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ନିଜକୁ ତାଙ୍କ ଝିଅ ବୋଲି ଦାବି କରୁଥିବା ୨୫ ବର୍ଷୀୟା ଯୁବତୀ ଶିନୋଭା କିଛି ଦିନ ତଳେ ଅଭିନେତାଙ୍କ DNA ଟେଷ୍ଟ୍‍ ପାଇଁ ଦାବି କରିଥିଲେ । ଶିନୋଭା କହିଥିଲେ ଯେ ସେ ରବି କିଶନଙ୍କ ଝିଅ । ତେଣୁ ସେ ଚାହୁଁଛନ୍ତି, ରବି କିଶନ ତାଙ୍କର DNA ଟେଷ୍ଟ୍‍ କରାନ୍ତୁ, ଯଦ୍ଦ୍ଵାରା ସେ ମିଛ କହୁଛନ୍ତି ବୋଲି ପ୍ରମାଣିତ ହୋଇପାରିବ ।

ବର୍ତ୍ତମାନ ମୁମ୍ବାଇର ଡିଣ୍ଡୋସି ସେସନ୍ସ କୋର୍ଟ ଶିନୋଭାଙ୍କ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଶିନୋଭା ଦାବି କରିଥିଲେ ଯେ ରବି କିଶନ ହେଉଛନ୍ତି ତାଙ୍କର ପ୍ରକୃତ ବାପା । କୋର୍ଟ କହିଛନ୍ତି, ରବି କିଶନ ଏବଂ ଶିନୋଭାଙ୍କ ମା’ଙ୍କ ଭିତରେ କୌଣସି ପାରିବାରିକ ସମ୍ପର୍କ ନାହିଁ, ଏମିତିରେ ଏହା କୌଣସି ମାମଲା ନୁହେଁ । ତେବେ କୋର୍ଟଙ୍କର ସମ୍ପୂର୍ଣ୍ଣ ଆଦେଶ ଏ ପର୍ଯ୍ୟନ୍ତ ଜାରି କରାଯାଇ ନାହିଁ ।

ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶିନୋଭା ଓ ତାଙ୍କ ମା’ ଅପର୍ଣ୍ଣା ସୋନି ଏହି ବଡ଼ ଦାବି କରିଥିଲେ । ସେ ଦାବି କରିଥିଲେ ଯେ ଅଭିନେତା ରବି କିଶନ ତାଙ୍କ ଝିଅ ଶିନୋଭାଙ୍କ ବାପା । ଏହାପରେ ଶିନୋଭା ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରି ଏକ ଭିଡିଓ ସେୟାର କରିଥିଲେ । ଏଥିରେ ସେ କହିଥିଲେ କି, ନିଜ ଦାବି ପଛର ପ୍ରମାଣଗୁଡ଼ିକୁ ମଧ୍ୟ ସେ ଉପସ୍ଥାପନ କରିପାରିବେ ।

କହି ରଖୁଛୁ, ଶିନୋଭା ଭିଡିଓ ପୋଷ୍ଟ କରିବାର କିଛି ଦିନ ପରେ ରବି କିଶନଙ୍କ ପତ୍ନୀ ପ୍ରୀତି ଶୁକ୍ଳା ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏ ନେଇ ଅଭିଯୋଗ ଦାଖଲ କରିଥିଲେ । ସେ ଅପର୍ଣ୍ଣା ଠାକୁର, ତାଙ୍କ ଝିଅ ଶିନୋଭା, ସ୍ୱାମୀ, ପୁଅ ଏବଂ ଜଣେ ୟୁଟ୍ୟୁବରଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ଏହି ଅଭିଯୋଗକୁ ଆଧାର କରି ଆଇପିସି ଧାରା ୧୨୦ବି/ ୧୯୫/ ୩୮୬/ ୩୮୮/ ୫୦୪ ଏବଂ ୫୦୬ ଅଧୀନରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.