Below header

ବଡ଼ି ଟ୍ରାନ୍ସଫରମେସନ୍‌ ଦେଖି ଫ୍ୟାନ୍ସ ହେଲେ ଫିଦା, ଫିଲ୍ମ ‘ରାମାୟଣ’ ପାଇଁ ବଦଳିଲା ରଣବୀରଙ୍କ ଲୁକ୍‌

ରଣବୀର କପୁର ଆଜିକାଲି ସେ ନିଜ ଫିଟନେସର ଯତ୍ନ ନେଉଛନ୍ତି । ତେବେ ରଣବୀର କପୁରଙ୍କ ଫିଟ୍‌ନେସ୍‌ ଟ୍ରେନ୍‌ର ଶିବହୋମ, ରଣବୀରଙ୍କର କିଛି ଦମ୍‌ଦାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେସନ୍‌ ଦେଖିବାକୁ ମିଳିଛି ।

ବର୍ତ୍ତମାନ ଅଭିନେତା ରଣବୀର କପୁର ତାଙ୍କର ଅପ୍‌କମିଂ ଫିଲ୍ମ ‘ରାମାୟଣ’ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ଆଜିକାଲି ସେ ନିଜ ଫିଟନେସର ଯତ୍ନ ନେଉଛନ୍ତି । ତେବେ ରଣବୀର କପୁରଙ୍କ ଫିଟ୍‌ନେସ୍‌ ଟ୍ରେନ୍‌ର ଶିବହୋମ, ରଣବୀରଙ୍କର କିଛି ଦମ୍‌ଦାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେସନ୍‌ ଦେଖିବାକୁ ମିଳିଛି ।

ତେବେ ଶିବହୋମ ତାଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ରଣବୀର କପୁରଙ୍କ ଫିଜିକାଲ ଫିଟ୍‌ନେସର ଜର୍ଣ୍ଣିର ଅନେକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ରଣଭୀର କପୁର ତାଙ୍କ ଫିଲ୍ମ ‘ଆନିମଲ୍’ ଫିଟ୍ ଲୁକ୍‌ରେ ନଜର ଆସିଛନ୍ତି, ଯାହା ଗତ ବର୍ଷ ମୁକ୍ତିଲାଭ କରିଥିଲା । ଏହା ପରେ ସେକେଣ୍ଡ ଫଟୋରେ ରଣବୀର କପୁରଙ୍କୁ ତାଙ୍କ ପୁରୁଣା ଲୁକରେ ଦେଖିବାକୁ ମିଳିଛନ୍ତି । ସେହିପରି ତୃତୀୟ ଫଟୋରେ ରଣବୀର କପୁର ତାଙ୍କର ଫିଜିକାଲ ଟ୍ରାନ୍ସଫରମେସନ୍‌ର ନୂଆ ରୂପରେ ନଜର ଆସିଛନ୍ତି । ଯାହା ହେଉଛି ତାଙ୍କ ଅପ୍‌କମିଂ ଫିଲ୍ମ ‘ରାମାୟଣ’ ର ଲୁକ୍‌ ।

ଏହି ତିନୋଟି ଫଟୋ ସେୟାର କରିବାବେଳେ ଶିବହୋମ ରଣବୀର କପୁରଙ୍କୁ ‘ରାମାୟଣ’ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଶିବହୋମ ଲେଖିଛନ୍ତି ଯେ ଏହା ଏକ ସୁନ୍ଦର ଯାତ୍ରା ଥିଲା ଏବଂ ମୁଁ ପରବର୍ତ୍ତୀ ବ୍ଲକବଷ୍ଟର ଫିଲ୍ମ ‘ରାମାୟଣ’ର ସଫଳତା ପାଇଁ ରଣବୀର କପୁରଙ୍କୁ ଶୁଭେଚ୍ଛା ଜଣାଉଛି ।

କେବଳ ଏତିକି ନୁହେଁ ଫିଲ୍ମ ‘ରାମାୟଣ’ର ସୁଟିଂ ପୂର୍ବରୁ ରଣବୀର ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାୟାମ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରଣବୀର କପୁରଙ୍କ ଫିଟନେସ୍ କୋଚ୍ ନାମ ନିକଟରେ ତାଙ୍କ ଟ୍ରାନ୍ସଫରମେସନ୍‌ର ଝଲକ ଦେଇଛନ୍ତି, ଯାହା ସେ ସୁଟିଂ ପୂର୍ବରୁ କରିଥିଲେ । ଏହି ଭିଡିଓରେ ରଣବୀର କପୁରଙ୍କ ୱାର୍କଆଉଟ୍ ରୁଟିନ୍‌ରେ ଦେଖିବାକୁ ମିଳିଛି । ଭିଡିଓରେ ରଣବୀର କପୁରଙ୍କୁ ବିନା ସାର୍ଟରେ ଦେଖିବାକୁ ମିଳିଥିଲା ଏବଂ ଜଙ୍ଗଲ ମଧ୍ୟରେ ଜୋରଦାର ବ୍ୟାୟାମ କରୁଥିଲେ ।

ରଣବୀରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର କପୁରଙ୍କୁ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ‘ଆନିମଲ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ରଣବୀର କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକ୍ସନ୍‌ କରିଥିଲା । ତେବେ ରଣବୀର କପୁର ବର୍ତ୍ତମାନ ନୀତୀଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମ ଭୂମିକାରେ ଅଭିନୟ କରୁଛନ୍ତି । ଏଥି ସହିତ ସୂଚନାଯୋଗ୍ୟ ଯେ ସାଇ ପଲ୍ଲଭୀ ଏହି ଫିଲ୍ମରେ ମାତା ସୀତାଙ୍କ ଭୂମିକାରେ ନଜର ଆସିପାରନ୍ତି ।

 

View this post on Instagram

 

A post shared by SHIVOHAAM (@shivohamofficial)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.