Below header

କନ୍ଧମାଳରୁ ନାମାଙ୍କନ ଭରିଲେ ଡ.ଅଚ୍ୟୁତ ସାମନ୍ତ, ଦ୍ବିତୀୟ ଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ ନିର୍ବାଚନ

କନ୍ଧମାଳରୁ ନାମାଙ୍କନ ଦାଖଲ କଲେ BJD ଲୋକସଭା ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ। ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ଫୁଲବାଣୀ ଦଧିବାମନ ମନ୍ଦିରରେ ପୂଜାର୍ଚ୍ଚନା ପରେ ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପାଇଁ ବାହାରିଥିଲେ ଡ.ଅଚ୍ୟୁତ ସାମନ୍ତ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳରୁ ନାମାଙ୍କନ ଦାଖଲ କଲେ BJD ଲୋକସଭା ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ ।  ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ।  ଫୁଲବାଣୀ ଦଧିବାମନ ମନ୍ଦିରରେ ପୂଜାର୍ଚ୍ଚନା ପରେ ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପାଇଁ ବାହାରିଥିଲେ ଡ.ଅଚ୍ୟୁତ ସାମନ୍ତ ।  ମାଦିକୁନ୍ଦା ଛକରୁ ବିଶାଳ ଶୋଭାଯାତ୍ରାରେ ଵାହାରି ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଡକ୍ଟର ଅଚ୍ୟୁତ ସାମନ୍ତ ।

କ୍ରମାଗତ ଦ୍ବିତୀୟ ଥର ପାଇଁ ଡକ୍ଟର ସାମନ୍ତ କନ୍ଧମାଳ ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।  ନାମାଙ୍କନ ଦାଖଲ ପରେ ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ଗତ ପାଞ୍ଚ ବର୍ଷ ଭିତରେ କନ୍ଧମାଳରେ ବହୁ ଉନ୍ନତି ହୋଇଛି ।  ଆଗକୁ ମଧ୍ୟ ବିକାଶର ଧାରା ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.