Below header

ଦେଖିବାକୁ ମିଳିଲା ଅନୁଷ୍କା ଓ ବିରାଟଙ୍କ ପୁଅ ଅକାୟର ପ୍ରଥମ ଝଲକ, ଭାଇରାଲ ହେଉଛି ଫଟୋ

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଅଫିସିଆଲ୍‌ ଭାବେ ସେମାନଙ୍କର ଦୁଇ ସନ୍ତାନର ଝଲକ ଦେଖାଇ ନାହାଁନ୍ତି । ତେବେ ମ୍ୟାଚ୍ ସମୟରେ ଝିଅ ଭାମିକାଙ୍କ ଝଲକ ଦେଖିବାକୁ ମିଳିଥିଲା । କିନ୍ତୁ ପୁଅ ଅକାୟଙ୍କ ଗୋଟିଏ ବି ଫଟୋ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ବର୍ତ୍ତମାନ ଟିଭି ଅଭିନେତା ଆମୀର ଅଲି ସେମାନଙ୍କ ପୁଅର ଏକ ଫଟୋ ସେୟାର କରିଛନ୍ତି ।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ ପିଲା ଭାମିକା ଓ ଅକାୟଙ୍କୁ ନେଇ ବହୁତ ପ୍ରୋଟେକ୍ଟିଭ୍‌ ରହିଥାନ୍ତି । ଯେତେବେଳେ ଅନୁଷ୍କା ପ୍ରଥମ ଥର ଗର୍ଭବତୀ ହୋଇଥିଲେ, ସେତେବେଳେ ସେ ସୋସିଆଲ ମିଡିଆରେ ଏହା ଆନାଉନ୍ସମେଣ୍ଟ କରିଥିଲେ, କିନ୍ତୁ ଏଥର ସେ ଏହି ବିଷୟରେ ମଧ୍ୟ ସେୟାର କରିନଥିଲେ । ତେବେ ପୁଅର ଜନ୍ମ ପରେ ଦୁହେଁ ସିଧାସଳଖ ଏହି ଆନାଉନ୍ସମେଣ୍ଟ କରିଥିଲେ । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଅଫିସିଆଲ୍‌ ଭାବେ ସେମାନଙ୍କର ଦୁଇ ସନ୍ତାନର ଝଲକ ଦେଖାଇ ନାହାଁନ୍ତି । ତେବେ ମ୍ୟାଚ୍ ସମୟରେ ଝିଅ ଭାମିକାଙ୍କ ଝଲକ ଦେଖିବାକୁ ମିଳିଥିଲା । କିନ୍ତୁ ପୁଅ ଅକାୟଙ୍କ ଗୋଟିଏ ବି ଫଟୋ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ବର୍ତ୍ତମାନ ଟିଭି ଅଭିନେତା ଆମୀର ଅଲି ସେମାନଙ୍କ ପୁଅର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବିରାଟ ଏବଂ ଅନୁଷ୍କାଙ୍କ ପୁଅ ଅକାୟ କିପରି ଦେଖାଯାଉଛନ୍ତି, ତାହା ଦେଖିବାକୁ ମିଳିଛି ।

ନିକଟରେ ଆମୀର ବିରାଟଙ୍କ ସହ ଏକ ଆଡ୍‌ରେ କାମ କରିଛନ୍ତି । ଜୁମ୍ ସହିତ ଏକ ଇଣ୍ଟରଭ୍ୟୁରେ ଆମୀର ବିରାଟଙ୍କ ସହ କାମ କରିବା ବିଷୟରେ କହିଥିଲେ । ଏହି ସମୟରେ ସେ କହିଥିଲେ ଯେ ବିରାଟ ଏବଂ ଅନୁଷ୍କା କିପରି ସେମାନଙ୍କର ଦୁଇ ସନ୍ତାନଙ୍କୁ ପାଳୁଛନ୍ତି । ଅଭିନେତା କହିଛନ୍ତି ଯେ ଯେତେବେଳେ ବିରାଟ ତାଙ୍କ ପରିବାର ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ତାଙ୍କ ମୁହଁରେ ଏକ ଚମକ ଆସିଥାଏ । ସେ କହିଛନ୍ତି, ‘ଆମେ କ୍ରିକେଟ୍ ବିଷୟରେ କହିଥିଲୁ, କିନ୍ତୁ ଯେତେବେଳେ ସେ ତାଙ୍କ ପରିବାର ବିଷୟରେ କହିଥିଲେ ସେତେବେଳେ ତାଙ୍କ ମୁହଁରେ ଏକ ଭିନ୍ନ ଚମକ ଥିଲା ।’

ଟିଭି ଷ୍ଟାର ଆମୀର ଆହୁରି କହିଛନ୍ତି, ‘ସେ ମୋତେ ତାଙ୍କ ଝଅର ଫଟୋ ଦେଖାଇଲେ ଏବଂ ଅନୁଷ୍କାଙ୍କ ବିଷୟରେ ମଧ୍ୟ କହିଥିଲେ । ସେହି ସମୟରେ ତାଙ୍କ ମୁହଁରେ ଏକ ଭିନ୍ନ ଚମକ ଥିଲା । ଏହା ବ୍ୟତୀତ ଅକାୟଙ୍କ ବିଷୟରେ କଥାବାର୍ତ୍ତା କରି ଆମୀର କହିଛନ୍ତି, ‘ଅକାୟ ବହୁତ ସୁନ୍ଦର । ଏପରି ଭାବେ ଆମୀର ବିରଟଙ୍କୁ କହିଲେ, ଯେ ଭଲ କରିଛନ୍ତି ପିଲାଙ୍କୁ କ୍ୟାମେରା ଠାରୁ ଦୂରେଇ ରଖିଛନ୍ତି । ତେବେ ପିଲାମାନଙ୍କୁ ମିଡିଆ ଏବଂ ପ୍ରଶଂସକଙ୍କଠାରୁ ଦୂରେଇ ରଖିବା ଅନୁଷ୍କାଙ୍କ ନିଷ୍ପତ୍ତି ବୋଲି ସେ କହିଛନ୍ତି । ପିଲାମାନେ ପିଲାମାନଙ୍କ ପରି ହେବା ଉଚିତ୍, କିନ୍ତୁ ସେ ବହୁତ ଗୋଲୁ ମଲୁ ଏବଂ କ୍ୟୁଟ୍‌, ଭଗବାନ ସେମାନଙ୍କ ଉପରେ ଆଶୀର୍ବାଦ ରଖନ୍ତୁ । ତେବେ ଅନୁଷ୍କା ଏବଂ ବିରାଟଙ୍କ ପୁଅ ଅକାୟ ଫେବୃଆରୀ ୧୫ରେ ଜନ୍ମ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.