Below header

ଦୀପକ ଚହରଙ୍କ ଆହତଜନିତ ସମସ୍ୟା ବଢାଇଲା ଚେନ୍ନାଇର ଚିନ୍ତା, ପୂର୍ବରୁ ତୁଷାର-ପଥିରାନା ପଡିଛନ୍ତି ବାଦ୍‌

ପଞ୍ଜାବ କିଙ୍ଗ ବିପକ୍ଷ ମ୍ୟାଚରେ ପ୍ରଥମ ଓଭର ପକାଇବା ପାଇଁ ଦୀପକ ଚହର ବୋଲିଂ କରିଥିଲେ । ଦୀପକ ମାତ୍ର ୨ଟି ବଲ୍‌ ପକାଇଥିବା ବେଳେ ଛୋଟେଇ ଛୋଟେଇ ବାହାରକୁ ଚାଲିଯାଇଥିଲେ । ଦୀପକଙ୍କ ପୂର୍ବ ଆହତଜନିତ ସମସ୍ୟା ପୁଣି ଦେଖାଦେଇଥିଲା । ଟିମ୍‌ ପଥିରାନା ଏବଂ ତୁଷାରଙ୍କ ବ୍ୟତୀତ ଖେଳୁଥିଲା ଏବେ ଦୀପକଙ୍କ ଆହତ ସମସ୍ୟା ଯୋଗୁଁ ଟିମ୍‌ର ଚିନ୍ତା ବଢିଯାଇଛି ।

ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ୨୦୨୪ରେ ପଞ୍ଚମ ପରାଜୟ ପାଇଛି । ପଞ୍ଜାବ କିଙ୍ଗସ ଚେନ୍ନାଇକୁ ହରାଇଛି । ପ୍ରଥମେ ମ୍ୟାଚରୁ ମଥିଶା ପଥିରାନା ଏବଂ ତୁଷାର ଦେଶପାଣ୍ଡେ ବାଦ୍‌ ପଡିଥିବା ବେଳେ ମ୍ୟାଚ ବେଳେ ଦୀପକ ଚହର ଆହତ ହୋଇଛନ୍ତି । ତେଣୁ ଟିମ ପାଖରେ ବୋଲର ଅଭାବ ଦେଖାଦେଇଛି । ତେଣୁ ଆଗାମୀ ମ୍ୟାଚ୍‌ ଟିମ୍‌ କେମିତି ଖେଳିବ ତାହାକୁ ନେଇ ଚିନ୍ତା ଦେଖାଦେଇଛି ।

ପଞ୍ଜାବ କିଙ୍ଗ ବିପକ୍ଷ ମ୍ୟାଚରେ ପ୍ରଥମ ଓଭର ପକାଇବା ପାଇଁ ଦୀପକ ଚହର ବୋଲିଂ କରିଥିଲେ । ଦୀପକ ମାତ୍ର ୨ଟି ବଲ୍‌ ପକାଇଥିବା ବେଳେ ଛୋଟେଇ ଛୋଟେଇ ବାହାରକୁ ଚାଲିଯାଇଥିଲେ । ଦୀପକଙ୍କ ପୂର୍ବ ଆହତଜନିତ ସମସ୍ୟା ପୁଣି ଦେଖାଦେଇଥିଲା । ଟିମ୍‌ ପଥିରାନା ଏବଂ ତୁଷାରଙ୍କ ବ୍ୟତୀତ ଖେଳୁଥିଲା ଏବେ ଦୀପକଙ୍କ ଆହତ ସମସ୍ୟା ଯୋଗୁଁ ଟିମ୍‌ର ଚିନ୍ତା ବଢିଯାଇଛି ।

ଦୀପକ ଆହତ ହେବା ଚେନ୍ନାଇ ପାଇଁ ବଡ ବିପଦ ହୋଇପାରେ । ଚହରଙ୍କ ଆହତଜନିତ ସମସ୍ୟା ନେଇ କୋଚ ଷ୍ଟିଫନ ଫ୍ଲେମିଂ କହିଛନ୍ତି, ଦୀପକଙ୍କ ସମସ୍ୟା ଗୁରୁତର ରହିଛି । ଅଧିକ ରିପୋର୍ଟ ପାଇଁ ଫିଜିଓ ଏବଂ ଡାକ୍ତରଙ୍କୁ ଅପେକ୍ଷା । ଶ୍ରୀଲଙ୍କା ଖେଳାଳି ଭିସା ପାଇଁ ଚାଲିଯାଇଛନ୍ତି । ତେବେ ସେମାନଙ୍କ କାମ ଶୀଘ୍ର ସରିଗଲେ ଧର୍ମଶାଳାରେ ଖେଳାଯିବାକୁ ଥିବା ମ୍ୟାଚରେ ସେମାନେ ଟିମରେ ସାମିଲ ହେବେ ।

ସେପଟେ ତୁଷାର ଦେଶପାଣ୍ଡେଙ୍କୁ ଫ୍ଲୁ ହୋଇଛି । ଯେଉଁଥି ପାଇଁ ଟିମରେ ପରିବର୍ତ୍ତନ କରାଯାଇଥିଲା ବୋଲି ରିଚର୍ଡ ଗ୍ଲିସନ କହିଛନ୍ତି । ତେଣୁ ଦଳରେ ପ୍ରମୁଖ ବୋଲରଙ୍କ ଅଭାବ ଯୋଗୁଁ ଚେନ୍ନାଇ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ହାରିଥିଲା ।

ସୂଚନାଯୋଗ୍ୟ, ଚେନ୍ନାଇ ୧୬୩ ରନର ଟାର୍ଗେଟକୁ ମାତ୍ର ୧୭.୫ ଓଭରରେ ଜିତି ନେଇଛି ପଞ୍ଜାବ । କୋଲକାତା ବିପକ୍ଷରେ ଦମଦାର ବିଜୟ ପରେ ଚେନ୍ନାଇକୁ ହରାଇ କମ୍ ବ୍ୟାକ୍ କରିଛି କିଙ୍ଗସ୍ ବାହିନୀ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ପ୍ରାରମ୍ଭରୁ ପଞ୍ଜାବର ପ୍ରଭାବୀ ବୋଲିଂ ଟିମକୁ ୧୬୨ ରନରେ ରୋକିବାରେ ସଫଳ ହୋଇଥିଲା । ଫଳରେ ନିର୍ଦ୍ଧାରିତ ଓଭରରେ ଦଳ ୭ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.