Below header

ବିବାହ ବନ୍ଧନରେ ବାନ୍ଧି ହେଲେ ବିଗବସ୍ ୧୩ ଫେମ୍ ଆରତୀ ସିଂ, ଭାଇରାଲ ହେଉଛି ଭିଡିଓ

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଅଭିନେତ୍ରୀ ଆରତୀ ସିଂ । ଏହି ଅଭିନେତ୍ରୀ ବ୍ୟବସାୟୀ ଦୀପକ ଚୌହାନଙ୍କୁ ବିବାହ କରିଛନ୍ତି । ତେବେ ଜୟମାଲାର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଫଟୋରେ ଆରତୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଅଭିନେତ୍ରୀ ଆରତୀ ସିଂ । ଏହି ଅଭିନେତ୍ରୀ ବ୍ୟବସାୟୀ ଦୀପକ ଚୌହାନଙ୍କୁ ବିବାହ କରିଛନ୍ତି । ତେବେ ଜୟମାଲାର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଫଟୋରେ ଆରତୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆରତୀ ସିଂଙ୍କ ବ୍ରାଇଡାଲ ଏଣ୍ଟ୍ରିର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଆରତୀଙ୍କୁ ଏକ ଭିନ୍ନ ଶୈଳୀରେ ଅଣାଯାଇଥିଲା । ସୋସିଆଲ ମିଡିଆରେ ଆରତୀଙ୍କ ବିବାହର ଫଟୋ ଏବଂ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । ସ୍ୱାମୀଙ୍କ ସହ ଅଭିନେତ୍ରୀଙ୍କ ଫଟୋ ଦେଖିବା ପରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆରତୀ ସିଂଙ୍କ ବ୍ରାଇଡାଲ ଏଣ୍ଟ୍ରି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ଏକ ପରଦା ପଛରେ ଲୁଚି ଏଣ୍ଟ୍ରି କରିଥିଲେ । କ୍ୟାମେରା ଆଗରେ ତାଙ୍କର ଲୁକ୍ ରିଭିଲ ହୋଇନଥିଲା । ତାଙ୍କୁ ସବୁ ଦିଗରୁ ଏକ ପରଦାରେ ଲୁଚାଇ ଜୟମାଲା ପାଇଁ ନିଆଯାଇଥିଲା, କିନ୍ତୁ ଏହା ପରେ ମଧ୍ୟ ଅଭିନେତ୍ରୀଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି । ଆରତୀ ବ୍ରାଇଡାଲ ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଜୟମାଲ ସମୟରେ ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଆରତୀ ତାଙ୍କ ବିବାହ ପାଇଁ ପାରମ୍ପାରିକ ବିବାହ ରଙ୍ଗ ଲାଲକୁ ବାଛିଥିଲେ ।

ସେ ଲାଲ୍ ଭାରୀ ଲେହେଙ୍ଗା ସହିତ ଭାରୀ ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ଏହା ସହିତ, ସେ ଏକ ବଡ ନୋଜ୍ ରିଙ୍ଗ, ମାଙ୍ଗ ଟୀକା ଏବଂ ଚୁଡ଼ି ସହିତ ନିଜର ଲୁକ୍ କପ୍ଲିଟ କରିଥିଲେ । ଜୟମାଲା ପରେ ଆରତୀ ବହୁତ ଖୁସି ନଜର ଆସିଥିଲେ ଏବଂ ସେ ହସି ହସି ସ୍ୱାମୀ ଦୀପକ ଚୌହାନଙ୍କ ସହ ପାପାରାଜିଙ୍କ ପାଇଁ ପୋଜ୍ କରି ଫଟୋ କ୍ଲିକ୍ କରିଥିଲେ । ଫଟୋ ଭିଡିଓ ଦେଖିବା ପରେ ଲୋକମାନେ ଆରତୀଙ୍କ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା କରୁଛନ୍ତି ।

ଆପଣଙ୍କୁ କହି ରଖୁଛୁ ଗୋବିନ୍ଦାଙ୍କ ଭାଣେଜୀ, କମେଡିଆନ କୃଷ୍ଣ ଅଭିଷେକଙ୍କ ଭଉଣୀ ତଥା କାଶ୍ମୀର ଶାହାଙ୍କ ନଣନ୍ଦ ଆରତୀ ସିଂଙ୍କର ଟିଭି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ରହିଛି । ଆରତୀ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା । ଏହି ଅଭିନେତ୍ରୀ ଅନେକ ସିରିଏଲରେ କାମ କରିଛନ୍ତି । ସେ ‘ବିଗ୍ ବସ୍ ୧୩’ର ଏକ ଅଂଶ ହୋଇ ଫାଇନାଲ୍ ରେ ପହଞ୍ଚିଥିଲେ । ଶୋ’ରେ ଲୋକମାନେ ଆରତୀଙ୍କୁ ବହୁତ ପସନ୍ଦ କରିଥିଲେ । ଆରତୀ ସିଂ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଏବଂ ତାଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ସେୟାର କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.