Below header

ଆଇନ ଅନୁସାରେ ସବୁ ଜୀବଜନ୍ତୁଙ୍କୁ ସ୍ୱାଧୀନ ଭାବେ ବଞ୍ଚିବାକୁ ଦେବା ଦରକାର

ଜୀବନ ଆଉ ଜୀବିକା କଥା ସାମ୍ନାକୁ ଆସେ ସେତେବେଳେ ଯେତେବେଳେ ମଣିଷ ଦିମୁଠା ଖାଇବା ଖୋଜେ । ତେବେ ଏସମାଜରେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ମଣିଷ ବିଭିନ୍ନ ରାସ୍ତା ବାଛିନିଏ । କିଛି ଲୋକ ଜୀବଜନ୍ତୁ, ସରୀସୃପ ପ୍ରାଣୀ ମାନଙ୍କ ସାହାରା ନେଇଥାନ୍ତି । କଥାରେ ଅତି ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ବି ଅଛି ।

ଭୁବନେଶ୍ୱର(କେନ୍ୟୁଜ): ଜୀବନ ଆଉ ଜୀବିକା କଥା ସାମ୍ନାକୁ ଆସେ ସେତେବେଳେ ଯେତେବେଳେ ମଣିଷ ଦିମୁଠା ଖାଇବା ଖୋଜେ । ତେବେ ଏସମାଜରେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ମଣିଷ ବିଭିନ୍ନ ରାସ୍ତା ବାଛିନିଏ । କିଛି ଲୋକ ଜୀବଜନ୍ତୁ, ସରୀସୃପ ପ୍ରାଣୀ ମାନଙ୍କ ସାହାରା ନେଇଥାନ୍ତି । କଥାରେ ଅତି ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ବି ଅଛି ।

ତଥାପି ମଣିଷ ନିଜ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ଦେଇଥାଏ ଆଉ ତାପରେ ଯାଇ ପ୍ରାଣୀ ଜଗତ । ସମୟଥିଲା ହାତୀ ,ବାଘ ,ଭାଲୁକୁ ପୋଷା କରି ସର୍କସ ଆଦିରେ ପ୍ରଦର୍ଶନ କରି ରୋଜଗାର କରୁଥିଲେ । ସାପୁଆମାନେ ସାପ ଆଣି ଘରେ ରଖି ପରିବାର ପୋଷୁଥିଲେ । ତେବେ ଆଜିକାଲି କିନ୍ତୁ ଆଇନ କାନୁନ ସମସ୍ତଙ୍କ ପାଇଁ ବାହାରିଲାଣି । ସମସ୍ତେ ସମାଜରେ ସୁରକ୍ଷାରେ ଏବଂ ସ୍ୱାଧୀନରତାର ସହିତ ବଂଚିପାରିବେ ।

ତେବେ ଏକଥା କହିବା କାରଣ ଗତକାଲି ଲିଙ୍ଗରାଜ ଥାନା ପୋଲିସ୍ କଣ୍ଟ୍ରୋଲ ରୁମରୁ ଖବର ପାଇ ପୋଲିସ୍ ବାବୁମାନେ ଦଉଡିଗଲେ ଆଉ ଧରି ଆଣିଲେ ଦୁଇ ବ୍ୟକ୍ତିଙ୍କୁ । ସେମାନେ ପିନ୍ଧିଥିଲେ ଗେରୁଆ ବସ୍ତ୍ର । ଆଉ ସେହି ଦୁଇ ବ୍ୟକ୍ତିଙ୍କ ହାତରେ ଯାହା ଥିଲା ଦେଖିଲା ପରେ ଦୁଇ ପାଦ ପଛକୁ ଫେରିଲୁ ଆଉ ସ୍ତବ୍ଧ ହୋଇ ରହିଲୁ ।

ସେମାନଙ୍କ ହାତରେ ଥିଲା ଗୋଟିଏ ବିରାଟ ଦୁଇ ମୁଣ୍ଡିଆ ସାପ । ସେ ଦୁଇ ଗେରୁଆ ବସ୍ତ୍ରଧାରି ବ୍ୟକ୍ତି ହାତ ଯୋଡି ନେହୁରା ହେଉଥିଲେ । ଆଉ କହୁଥିଲେ ଭୁବନେଶ୍ୱର ଉପକଣ୍ଠ ନଦୀ ପଠାରୁ ଏହି ସାପ ପାଇଥିଲେ । ସେମାନଙ୍କର କିଛି ଭୁଲ ନାହିଁ । ତେବେ ସାପଟିକୁ ଦେଖିଲେ ଲାଗୁନଥିଲା ଓଡିଶାର ସାପ ହୋଇଥିବ ବୋଲି ।

ତେବେ ଲିଙ୍ଗରାଜ ପୋଲିସ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଡାକି ସେମାନଙ୍କୁ ହସ୍ତାନ୍ତର କଲେ । ଜଙ୍ଗଲ ବିଭାଗ ଦୁଇ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ପଠାଇଲେ । ଏପଟେ
ଉଭୟ ବ୍ୟକ୍ତି କହୁଥିଲେ କି ସେମାନେ ସାପୁଆ ସାମ୍ପ୍ରଦାୟର । ସାପ ଧରିବା ସେମାନନାଙ୍କ ଜୀବିକା । ହେଲେ ଆଜିକାଲି ଆଇନକାନୁନ ସମସ୍ତଙ୍କ ପାଇଁ ସମାନ ରହିଛି । ଏପଟେ ଅନ୍ୟ ଏକ ଦୃଶ୍ୟ ଥିଲା କି, ସେମାନେ ସାପଟିକୁ ରଖି ଖାଇବାକୁ ଦେଉ ନଥିଲେ । ତେଣୁ ସ୍ନେକ ହେଲ୍ପଲାଇନର ଅଧିକାରୀ ଶୁଭେନ୍ଦୁ ମଲିକ ସାପଟିକୁ ବହୂ ସମୟ ଧରି ପାଣି ପିଆଇଥିଲେ । ସାପଟି ପାଣି ପିଇ ଆଶ୍ବସ୍ତି ପ୍ରକାଶ କରିଥିଲା ।

ସେ କହୁଥିଲେ ଏହା ହେଉଛି ରେଡ ସ୍ୟାଣ୍ଡ ବୋଆ ନାମକ ସାପ । ଏହା ସାଧାରଣରତଃ ଓଡ଼ିଶାରେ ଦେଖା ଯାଆନ୍ତି ନାହିଁ । ତେବେ ଆଗକୁ ଯଦି ଏଭଳି କୌଣସି ସାପୁଆ ସାପ ଖେଳାଉ ଥିବା ବା ଧରିଥିବା ସାମ୍ନାକୁ ଆସେ ତେବେ ସେମାନଙ୍କୁ ବି ଆଇନ ଅନୁସାରେ ଦଣ୍ଡଭୋଗିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.