ରୟାଲ ଏନଫିଲ୍ଡ ଲଞ୍ଚ କରିବ ୨ଟି ନୂଆ ବାଇକ୍‌, ଜବରଦସ୍ତ ଲୁକ୍‌ ସହ ରହିଛି ବଢ଼ିଆ ଫିଚର୍ସ

କ୍ଲାସିକ୍ 350 ନୂଆ 'J' ପ୍ଲାଟଫର୍ମକୁ ସିଫ୍ଟ ହେବା ପରେ ଏହା ପ୍ରଥମ ଅପଡେଟ୍‌ ହେବ । କିନ୍ତୁ ୨୦୨୪ ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350 ଫେସେଲିଫ୍ଟ ବିଷୟରେ ଅଧିକ ସୂଚନା ମିଳି ନାହିଁ ।

ଅପଡେଟ୍ ହୋଇଥିବା ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350 ଏବଂ କ୍ଲାସିକ୍ 650 ମୋଟରସାଇକେଲ ଚଳିତ ବର୍ଷ ଭାରତୀୟ ବଜାରକୁ ଆସିବାକୁ ଯାଉଛି । କ୍ଲାସିକ୍ 350 ନୂଆ ‘J’ ପ୍ଲାଟଫର୍ମକୁ ସିଫ୍ଟ ହେବା ପରେ ଏହା ପ୍ରଥମ ଅପଡେଟ୍‌ ହେବ । କିନ୍ତୁ ୨୦୨୪ ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350 ଫେସେଲିଫ୍ଟ ବିଷୟରେ ଅଧିକ ସୂଚନା ମିଳି ନାହିଁ । ଏଥିରେ କିଛି କସମେଟିକ୍‌ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ଯେପରିକି ଅଲ-ଏଲଇଡି ଲାଇଟିଂ ଏବଂ ଟ୍ୟୁବଲେସ୍ ଟାୟାର ସହିତ ନୂଆ ଆଲୋଇ ହ୍ଵିଲ୍ସ । ଏହା ବ୍ୟତୀତ ରୟାଲ୍ ଏନଫିଲ୍ଡ ବାଇକ୍ ର ଚାହିଦାକୁ ବଢ଼ାଇବା ପାଇଁ ଏବଂ ଏହାର ସେଗମେଣ୍ଟରେ ଏକ ଭଲ ପ୍ରାଇସ୍‌ ପଏଣ୍ଟ ସହିତ ଅନେକ ନୂଆ ଫିଚର୍ସ ଲ୍ୟାସ୍‌ ହୋଇପାରିବ ।

ପାୱାର୍ ଟ୍ରେନ୍ ମାମଲାରେ ଇଞ୍ଜିନରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୨୦୨୪ ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350 ଏକ 349cc ସିଙ୍ଗଲ୍ ସିଲିଣ୍ଡର ଏୟାର-କୁଲ୍ଡ, ଫ୍ୟୁଲ୍‌-ଇଞ୍ଜେକ୍ଟେଡ୍‌ ଇଞ୍ଜିନ ଦ୍ୱାରା ଚାଳିତ ହେବ, ଯାହା ରୟାଲ ଏନଫିଲ୍ଡ ମେଟିୟରରେ ମଧ୍ୟ ମିଳିଥାଏ । ଭାଇବ୍ରେସନକୁ କମାଇବା ପାଇଁ ଏହି ଇଞ୍ଜିନରେ ଏକ ଏକ୍ସଟ୍ରା କାଉଣ୍ଟର-ବ୍ୟାଲାନ୍ସର୍ ଶଫ୍ଟ ଅଛି, ଯାହା ୨୦.୨bhp ର ପାଓ୍ଵାର ଏବଂ ୨୭ Nmର ଟର୍କ ଜେନେରେଟ କରେ । ଏହି ବାଇକର ଫ୍ରଣ୍ଟ ଏବଂ ରିୟରରେ ଡିସ୍କ ବ୍ରେକ୍ ଏବଂ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ଲ୍ୟାସ୍‌ ହେବ ।

୨୦୨୪ ରୟାଲ୍ ଏନଫିଲ୍ଡ କ୍ଲାସିକ୍ 650 କ୍ଲାସିକ୍ 350 ସହିତ ସମାନ ହେବ । ଏଥିରେ କ୍ରୋମ୍ ରିମ୍ ସହିତ ଏକ ଗୋଲ ହେଡଲାଇଟ୍, ସିଗନେଚର ପାଇଲଟ୍ ଲ୍ୟାମ୍ପ, ରାଉଣ୍ଡ ଇଣ୍ଡିକେଟର୍‌, ମିରର୍‌ ଏବଂ ଏକ ନୂଆ ଟେଲ୍‌ ଲାଇଟ୍ ରହିବ ବୋଲି ଆଶା କରାଯାଉଛି । ଏଥିରେ ଆରାମଦାୟକ ସିଟ୍‌ ରହିବ । କ୍ଲାସିକ୍ 650 ର ସସପେନ୍ସନ ସେଟଅପ୍ ରେ ଟ୍ରାଡିସନାଲ ଟେଲିସ୍କୋପିକ୍ ଫୋର୍କସ ଭଳି ଫିଚର ମିଳିବ ।

ଦାମ୍‌ ବିଷୟରେ କହିବାକୁ ଗଲେ ନୂଆ ୨୦୨୪ ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350 ଫେସେଲିଫ୍ଟର ଦାମ୍‌ ବର୍ତ୍ତମାନର ମଡେଲ ସହିତ ସମାନ ରହିପାରେ । ଏଥିସହିତ ରୟାଲ ଏନଫିଲ୍ଡ କ୍ଲାସିକ୍ 650 ର ଏକ୍ସ ସୋ’ରୁମ୍ ମୂଲ୍ୟ ୩.୩ ଲକ୍ଷରୁ ୩.୭ ଲକ୍ଷ ମଧ୍ୟରେ ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.