Below header

ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବୃଦ୍ଧ ବାପା-ମା’, ଚାତକ ଭଳି ଚାହିଁବସିଛନ୍ତି ସହାୟତା ରାଶିକୁ

କେଉଁଠି ଛପର ରୁ ଛଣ ଉଡ଼ି ଗଲାଣି ତ ଆଉ କେଉଁଠି ଘରର ବାଉଁଶ ଆଁ କରି ପଦାକୁ ବାହାରି ଗଲାଣି । କେଉଁଠି ଛିଣ୍ଡା ଜରି ଘର ଉପରେ ପଡିଛି ତ ଆଉ କେଉଁଠି ଘରର ଜିନିଷପତ୍ର ଏଠି ସେଠି ପଡ଼ିଛି । ଏଭଳି ବିପଦପୂର୍ଣ୍ଣ ମାଟି ଘରେ ରହୁଛନ୍ତି, ଏକମାତ୍ର ରୋଜଗାରିଆ ପୁଅକୁ ହରାଇଥିବା ବୃଦ୍ଧ ବାପ-ମା'।

ସାଲେପୁର(କେନ୍ୟୁଜ): କେଉଁଠି ଛପର ରୁ ଛଣ ଉଡ଼ି ଗଲାଣି ତ ଆଉ କେଉଁଠି ଘରର ବାଉଁଶ ଆଁ କରି ପଦାକୁ ବାହାରି ଗଲାଣି । କେଉଁଠି ଛିଣ୍ଡା ଜରି ଘର ଉପରେ ପଡିଛି ତ ଆଉ କେଉଁଠି ଘରର ଜିନିଷପତ୍ର ଏଠି ସେଠି ପଡ଼ିଛି । ଏଭଳି ବିପଦପୂର୍ଣ୍ଣ ମାଟି ଘରେ ରହୁଛନ୍ତି, ଏକମାତ୍ର ରୋଜଗାରିଆ ପୁଅକୁ ହରାଇଥିବା ବୃଦ୍ଧ ବାପା ମା’। ଯେଉଁ ଗରିବ ବାପ-ମା’ ବୟସର ଅପରାହ୍ନରେ ନିଜର ରୋଜଗାରିଆ ପୁଅକୁ ଆଶା ବାଡ଼ି ବୋଲି  ଆଶା ରଖିଥିଲେ, ହେଲେ ସେ ତାକୁ ଦୁଇ ବର୍ଷ ତଳୁ ହରାଇସାରିଛନ୍ତି ।

ଗର୍ଭ ଧାରିଣୀ ମା’, ଆଉ ମୁହଁରେ ଦାନା ଦେଇ ଏତେ ବଡ଼ କରିଥିବା ବାପା ପୁଅର  ୨୨/୨୩ ବର୍ଷର ପୁଅକୁ ହରାଇବା ପରେ ସେମାନଙ୍କ ଉପରେ କଣ ଯେ ବିତୁଥିବ ସେକଥା ବଖାଣିବା ଭାରି କଷ୍ଟ  । ତେଣୁ ଏ ବୟସରେ  ବୃଦ୍ଧ ବାପ-ମା’  କରିବେ ବା କ’ଣ  ? ଏ ବୟସରେ ବାପା ର କାମ କରିବାକୁ ଆଉ ଯୁ ନଥିବା ବେଳେ, ବୃଦ୍ଧା ମା’ଙ୍କୁ ଦିନକୁ ଦିନ ରୋଗ ମାଡ଼ି ବସିଲାଣି । ତେଣୁ ଏଭଳି ପରିସ୍ଥିତିରେ ଦିନେ ଖାଇଲେ ଦି ଦିନ ଉପାସ ରହୁଛନ୍ତି ବୃଦ୍ଧ ଦମ୍ପତି ।

ଅକାଳରେ ମୃତ୍ୟୁବରଣ କରିଥିବା ପୁଅର ସରକାରୀ ଅନୁକମ୍ପା ରାଶିର ଏକ ଡେମୋ ଚେକ୍ ଆଠ ମାସ ତଳୁ ମିଳିଥିବା ବେଳେ ସେଥିରୁ ଏପର୍ଯ୍ୟନ୍ତ ମିଳିଲା ନାହିଁ ଟଙ୍କା ଟିଏ ।  ଏହି ବଡ଼ ଡେମୋ ଚେକ୍ ଟିକୁ ହାତରେ ଧରାଇ ଦେଇ କାମ ସାରିଦେଲା ପ୍ରଶାସନ । ଏହି ବଡ଼ ଡେମୋ ଚେକ୍ ଟିକୁ ଖାଲି,ଭଙ୍ଗାରୁଜା ଘରେ ସାଇତି ରଖିବା ଛଡା ଅନ୍ୟ  ଉପାୟ କିଛି ନାହିଁ ଏ ବୃଦ୍ଧ ବାପ-ମା’ ଙ୍କର।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଂଚାୟତରେ। ବୃଦ୍ଧ  ଲଷ୍ମୀଧର ନୟକଙ୍କ ଏକମାତ୍ର ପୁଅ ପ୍ରହଲ୍ଲାଦ, ଜଣେ ରଙ୍ଗ ମିସ୍ତ୍ରୀ ଭାବରେ ଅଂଚଳରେ ବେଶ୍ ଭଲ କାମ କରୁଥିଲେ । ତାଙ୍କ ରୋଜଗାରରେ ବୃଦ୍ଧ ବାପ-ମା’ ବଡ଼ ଖୁସିରେ ଚଳୁଥିଲେ । କିନ୍ତୁ ହଠାତ୍ ଦିନେ ରୋଜଗାରିଆ ପୁଅ ପ୍ରହଲ୍ଲାଦ ଙ୍କର ଅକାଳ ମୃତ୍ୟୁ ଘଟିଗଲା । ଆଉ ସତେକି ଯେପରି ବୃଦ୍ଧ ବାପ-ମା’ ଙ୍କ ଗୋଡ଼ ତଳୁ ମାଟି ଖସିଗଲା ।

ଚାରି ଦିଗ ଅନ୍ଧାର ଦିଶିଲା । ଆଜକୁ ପାଖାପାଖି ଦୁଇ ବର୍ଷ ତଳେ ପୁଅ ପ୍ରହଲ୍ଲାଦଙ୍କ ଅକାଳ ମୃତ୍ୟୁ ହେବାରୁ ସରକାର ,ଶ୍ରମିକ କାର୍ଡ ଜରିଆରେ ବାପା ଲକ୍ଷ୍ମୀଧରଙ୍କୁ ୨ ଲକ୍ଷ ୫ ହଜାର ଟଙ୍କାର ଏକ ଅନୁକମ୍ପା ରାଶିର ଡେମୋ ଚେକ୍, ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାଙ୍ଗଣରେ ଏକ ଭତ୍ତା ବଣ୍ଟନ ସଭାରେ ଧରାଇଦେଲେ ।   କିନ୍ତୁ ଦୀର୍ଘ ୮ ମାସ  ବିତିଯାଇଥିଲେ ମଧ୍ୟ,  ବୃଦ୍ଧ ଲଷ୍ମୀଧର  ଙ୍କୁ ମୃତ ପୁଅ ର ମିଳିଥିବା ଅନୁକମ୍ପା ରାଶି ଟଙ୍କା ରୁ ଟଙ୍କା ଟିଏ ବି ମିଳିଲା ନାହିଁ ।

house

ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଶେଷରେ ହତାଶ ହେଲେ ସିନା ବୃଦ୍ଧ ବାପା, ହେଲେ  ମୃତ ପୁଅ ର ସହାୟତା ରାଶି ଟଙ୍କା ରୁ ଏପର୍ଯ୍ୟନ୍ତ ଟଙ୍କା ଟିଏ ପାଇ ପାଇଲେ ନାହିଁ ବାପା ଲକ୍ଷ୍ମୀଧର ।

ସେପଟେ ଲକ୍ଷ୍ମୀଧର ଜଣେ ବାଦ୍ୟ କଳାକାର ହୋଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ କଳାକାର ଭତ୍ତା ଟିଏ ମିଳି ପାରିନାହିଁ । ଏପଟେ ଏକମାତ୍ର  ରୋଜଗାରିଆ ପୁଅର ଅକାଳ ବିୟୋଗରେ ବୃଦ୍ଧ ବାପ-ମା’ ଭାଙ୍ଗି ପଡିଥିବା ବେଳେ, ସହାୟତା ରାଶି ନମିଳିବାରୁ, ଯେପରି ବୃଦ୍ଧ ବାପ-ମା’ ଙ୍କ କ୍ଷେତ୍ରରେ,ଏ ଅଫିସ୍ ରୁ ସେ ଅଫିସ୍ ଦୈାଡିବା, ସବୁ ଦୁଃଖଠାରୁ ବଳି ଯାଇଛି ।

ତେବେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ କହିଛନ୍ତି ଯେ, ସେ ଲକ୍ଷ୍ମୀଧର ଙ୍କ ସମସ୍ତ ଘଟଣା ଜାଣିଛନ୍ତି ଏବଂ କିଛି ଟେକ୍ନିକାଲ ଅସୁବିଧା ହେତୁ ତାଙ୍କୁ ଏହି ସହାୟତା ରାଶି ମିଳି ପାରିନି । ତେଣୁ ଆସନ୍ତା ୧୫ ଦିନ ଭିତରେ ଲକ୍ଷ୍ମୀଧରଙ୍କୁ ସମସ୍ତ ସହାୟତା ରାଶି ମିଳିଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା  କେତେ ଦୂର ନିଜ ପ୍ରତିଶୃତି ପାଳନ କରୁଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ । ଆଉ କେବେ ମିଳୁଛି ପୁତ୍ରହରା ବୃଦ୍ଧ ବାପ-ମା’ ଙ୍କୁ ମୃତ ପୁଅ ର  ଅନୁକମ୍ପା ରାଶି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.