Below header

ଚୀନ : ହଠାତ୍‌ ଧସିଗଲା ରାସ୍ତା, ପୋତି ହୋଇଗଲା ଗାଡି, ୧୯ ମୃତ

ଚୀନର ଗୁଆଙ୍ଗଡୋଙ୍ଗ ମେଇଜୁ ସହରରୁ ଡାବୁ କାଉଣ୍ଟି ମଧ୍ୟରେ ଥିବା ଏସ୍ ୧୨ ରାଜପଥର ପ୍ରାୟ ୧୭.୯ ମିଟର ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ପୋତି ହୋଇଗଲା ଗାଡ଼ି ୧୮ଟି ଗାଡି । ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାତି ପ୍ରାୟ ୨ଟା ୧୦ ରେ ଏହି ଘଟଣା ଘଟିଥିଲା ।

ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା । ପୋତି ହୋଇଗଲା ଗାଡ଼ି ୧୮ଟି ଗାଡି । ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଠାରେ ହଠାତ୍ ଏକ ରାଜପଥର ପୂରା ଅଂଶ ଭୁଶୁଡ଼ି ପଡିବା ଯୋଗୁଁ ଏଭଳି ଘଟିଛି ।

ପୋଲିସ ସୂଚନା ଅନୁଯାୟୀ, ମେଇଜୁ ସହରରୁ ଡାବୁ କାଉଣ୍ଟି ମଧ୍ୟରେ ଥିବା ଏସ୍ ୧୨ ରାଜପଥର ପ୍ରାୟ ୧୭.୯ ମିଟର ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ରାତି ପ୍ରାୟ ୨ଟା ୧୦ ରେ ଏହି ଘଟଣା ଘଟିଥିଲା । ତେବେ ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଅଧିକ ଗୁରୁତର ରହିଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି ।

ଏହି ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଗାଡିରୁ ଧୂଆଁ ବାହାରୁଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୫୦୦ ଲୋକ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ିନାହିଁ ।

ସୂଚନାଯୋଗ୍ୟ, ରାଜସ୍ଥାନର ବିକାନେର୍‌ ଜିଲ୍ଲାରେ ଲୁଣକରଣସର ତହସିଲ ଅନ୍ତର୍ଗତ ସହଜରାସର ଗାଁରେ କିଛି ଦିନ ତଳେ ଏକ ଜମି ୧୦୦ ଫୁଟ୍‌ ତଳକୁ ଧସିଯାଇଥିଲା । ମାଟି ଧସିଯିବା ପରେ ଏଠାକାର ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି, ଯେପରି ଏହା ବିଦେଶର କୌଣସି ଏକ ଜିଓଲୋଜିକାଲ୍‌ ସାଇଟ୍‌ ପରି ଲାଗୁଛି । ତେଣୁ ଏହି ସ୍ଥାନରେ ସେଲ୍ଫି ଏବଂ ରିଲ୍ସ କରିବା ପାଇଁ ଶହ ଶହ ଲୋକ ଆସୁଛନ୍ତି । କିନ୍ତୁ ଏଠାରେ ବିପଦ ଆଶଙ୍କା କରି ପୋଲିସ ୧୪୪ ଧାରା ଲଗାଇ ଦେଇ ଥିଲା 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.