Below header

‘ପୁଷ୍ପା ୨’ରୁ ରିଲିଜ୍‌ ହେଲା ଦମ୍‌ଦାର ଗୀତ, ଅଲ୍ଲୁ ଅର୍ଜୁନଙ୍କ ଷ୍ଟେପ୍‌ ଦେଖି ଫ୍ୟାନ୍ସ ଦେଲେ ଭିନ୍ନ ଭିନ୍ନ ପ୍ରତିକ୍ରିୟା

‘ପୁଷ୍ପା ୨’ର ନିର୍ମାତା ଗୋଟିଏ ଦିନରେ ଫିଲ୍ମ ପ୍ରଶଂସକଙ୍କୁ ଦୁଇଟି ବଡ଼ ସରପ୍ରାଇଜ୍‌ ଦେଇଥିଲେ । ତେବେ ରଶ୍ମିକା ମନ୍ଦନାଙ୍କ ଜନ୍ମଦିନ ଅବସରରେ ‘ପୁଷ୍ପା ୨’ ଫିଲ୍ମରୁ ଅଭିନେତ୍ରୀଙ୍କ ଲୁଲ୍‌ର ଏକ ଫଟୋ ସେୟାର କରାଯାଇଥିଲା । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ରଶ୍ମିକାଙ୍କ ପୁରା ଲୁକ୍ ରିଲିଜ୍ ହେବା ପରେ ନିର୍ମାତାମାନେ ‘ପୁଷ୍ପା ୨’ର ନୂଆ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଫିଲ୍ମକୁ ଦେଖିବାକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢି ଯାଉଛି ।

ଅପ୍‌କମିଂ ଫିଲ୍ମ ‘ପୁଷ୍ପା ୨’ ପାଇଁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଚର୍ଚ୍ଚାରେ ଅଛନ୍ତି । ତେବେ ‘ପୁଷ୍ପା: ଦି ରାଇଜ୍’ର ଜବରଦସ୍ତ ସଫଳତା ପରେ, ଫ୍ୟାନ୍ସମାନେ ଉତ୍ସାହର ସହିତ ଫିଲ୍ମ ‘ ପୁଷ୍ପା ୨’କୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ନୂଆ ଅପଡେଟ୍ ପ୍ରାୟ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ଏସବୁ ମଧ୍ୟରେ ‘ପୁଷ୍ପା ୨’ର ନିର୍ମାତା ଗୋଟିଏ ଦିନରେ ଫିଲ୍ମ ପ୍ରଶଂସକଙ୍କୁ ଦୁଇଟି ବଡ଼ ସରପ୍ରାଇଜ୍‌ ଦେଇଥିଲେ । ତେବେ ରଶ୍ମିକା ମନ୍ଦନାଙ୍କ ଜନ୍ମଦିନ ଅବସରରେ ‘ପୁଷ୍ପା ୨’ ଫିଲ୍ମରୁ ଅଭିନେତ୍ରୀଙ୍କ ଲୁଲ୍‌ର ଏକ ଫଟୋ ସେୟାର କରାଯାଇଥିଲା । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ରଶ୍ମିକାଙ୍କ ପୁରା ଲୁକ୍ ରିଲିଜ୍ ହେବା ପରେ ନିର୍ମାତାମାନେ ‘ପୁଷ୍ପା ୨’ର ନୂଆ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଫିଲ୍ମକୁ ଦେଖିବାକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢି ଯାଉଛି ।

ଏହା ବ୍ୟତୀତ ଏବେ ‘ପୁଷ୍ପା: ଦି ରୁଲ୍‌’ ର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ସିଙ୍ଗଲ୍ ‘ପୁଷ୍ପା ପୁଷ୍ପା’ରୁ’ ଚାୟ ଷ୍ଟେପ୍ ‘ କରୁଥିବା ଏକ କ୍ଲିପ୍ ସେୟାର କରିଛନ୍ତି । ତେବେ ମେ ୧ରେ, ‘ପୁଷ୍ପା: ଦି ରୁଲ’ର ନିର୍ମାତା ପ୍ରଥମ ସିଙ୍ଗଲ୍ ରିଲିଜ୍ କରିଥିଲେ, ଯାହା ଖୁବ୍ ଶୀଘ୍ର ବାଇରାଲ ହୋଇଥିଲା ଏବଂ ଅନଲାଇନ୍‌ରେ ସେନ୍ସେସ୍ ସୃଷ୍ଟି କରିଥିଲା ।

ତେବେ ଗୀତ ରିଲିଜ୍ ପରେ ଅଲ୍ଲୁ ଅର୍ଜୁନ ଏହି ଗୀତରେ ତାଙ୍କର ଷ୍ଟାଇଲିସ୍ ଡ୍ୟାନ୍ସ ମୁଭ୍ ସହିତ ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲେ । ଏହି ଗୀତରେ ସେ କିଛି ନୂଆ ପୋଷାକରେ ମଧ୍ୟ ଦେଖିବାକୁ ମିଳିଛନ୍ତି । ଯେଉଁଥିରେ ପୁଷ୍ପ ଚମକକିଲା ରେଶମ ସାର୍ଟ ଏବଂ ଆରାମଦାୟକ ବିଣ୍ଟେଜ୍ ପ୍ୟାଣ୍ଟରେ ନଜର ଆସିଛନ୍ତି । ତେବେ ସୁନା ଅଳଙ୍କାର ପିନ୍ଧି ସେ ଡ୍ୟାନ୍ସ କ୍ଲିପ୍‌ରେ ନିଜର ଆଇକନିକ୍ ପୁଷ୍ପ ରାଜ ଭଳି ଦେଖିବାକୁ ମିଳିଛନ୍ତି ।

ଏହି ପୋଷ୍ଟଟି ଭାଇରାଲ ହେବା ପରେ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ଜଣେ ନେଟ୍‌ଜନ୍‌ କହିଛନ୍ତି ଯେ ଅଭିନେତା ନିଆଁରେ ଜଳୁଛନ୍ତି । ସେହିପରି ଅନ୍ୟ ଦର୍ଶକ ମଧ୍ୟ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି । ଏପରି ମଧ୍ୟ ଜଣେ ୟୁଜର ଲେଖିଛନ୍ତି, ଫିଲ୍ମକୁ ଦେଖିବାକୁ ଆଉ ଅପେକ୍ଷା କରିହେବ ନାହିଁ । ତେବେ ଏହି କ୍ଲିପ୍‌ରେ ଅଲ୍ଲୁ ଅର୍ଜୁନ ଏକ ଗ୍ଲାସ୍ ଚା ଧରିଥିବାବେଳେ ବୋଲ୍ଡ ଡ୍ୟାନ୍ସ ମୁଭ୍ କରୁଛନ୍ତି । ଏହି ‘ଚାୟ ଷ୍ଟେପ୍’ ତାଙ୍କ ଡାଇଲୋଗ ସହିତ ଶେଷ ହୋଇଛି, “ଇସ ବାର ହରଗିଜ ଝୁକେଗା ନାହିଁ ସାଲା ।”

ତେବେ ଚାଇ ଷ୍ଟେପ୍‌ରେ ଲୋକଙ୍କର ଏହି ପରି ଅନେକ ପ୍ରତିକ୍ରିୟା ରହିଛି । ଜଣେ ୟୁଜର ଏପରି ମଧ୍ୟ କହିଛନ୍ତି ଯେ ଏହି ଷ୍ଟେପ୍‌ ଘରେ ଟ୍ରାଏ କରନ୍ତୁ ନାହିଁ, ଆପଣଙ୍କ ଫ୍ଲାଇଙ୍ଗ୍‌ ଚପଲ ରହିବ ନାହିଁ । ମାଇଥ୍ରି ମୁଭି ମେକର୍ସ ଏବଂ ମୁଟାମସେଟ୍ଟି ମିଡିଆ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଅଗଷ୍ଟ ୧୫, ୨୦୨୪ ରେ ମୁକ୍ତିଲାଭ କରିବ । ତେବେ ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ଫିଲ୍ମର ପ୍ରଥମ ଭାଗରେ ଅଭିନୟ ପାଇଁ ଏକ ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଥିଲେ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ସୁକୁମାର । ସିକ୍ୱେଲରେ ରଶ୍ମିକା ମନ୍ଦନା ମଧ୍ୟ ଦମ୍‌ଦାର ଭୂମିକାରେ ଅଭିନୟ କରୁଛନ୍ତି ।

 

View this post on Instagram

 

A post shared by Allu Arjun (@alluarjunonline)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.