Below header

ଜଙ୍ଗଲରେ ନିଆଁ ଲଗାଇ ଇନ୍‌ଷ୍ଟାଗ୍ରାମରେ କଲେ ରିଲ୍ସ…୩ ଯୁବକଙ୍କୁ ଗିରଫ କଲା ପୋଲିସ

ଉତ୍ତରାଖଣ୍ଡର ଚମୋଲି ପାହାଡ଼ ଜଙ୍ଗଲରେ ପ୍ରତିଦିନ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ଜଙ୍ଗଲରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଚାଲିଛି, ଯାହାକି, ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ବଡ଼ ସମସ୍ୟା ଆଣିଦେଉଛି ।

ଉତ୍ତରାଖଣ୍ଡର ଚମୋଲି ପାହାଡ଼ ଜଙ୍ଗଲରେ ପ୍ରତିଦିନ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ଜଙ୍ଗଲରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଚାଲିଛି, ଯାହାକି, ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ବଡ଼ ସମସ୍ୟା ଆଣିଦେଉଛି । ଏହାରି ଭିତରେ ଜଙ୍ଗଲରେ ନିଆଁ ଲାଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି ଯୁବକ କହୁଛନ୍ତି ଯେ ‘ଆମର କାମ ନିଆଁ ଲଗାଇବା ଏବଂ ନିଆଁ ଉପରେ ଚାଲିବା’ ।

ଯେତେବେଳେ ଏହି ଭିଡିଓ ଭାଇରାଲ ହୋଇଥିଲା, ମାମଲା ପୋଲିସରେ ପହଞ୍ଚିଥିଲା । ତଦନ୍ତ ପରେ ପୋଲିସ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜଙ୍ଗଲରେ ନିଆଁ ଲାଗିବାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ଅଭିଯୁକ୍ତମାନଙ୍କୁ ଗାଳିମନ୍ଦ କରୁଥିବାର ଦେଖାଯାଉଛି । ସୂଚନା ମୁତାବକ, ଏହି ଭିଡିଓ କରିଥିବା ୩ ଯୁବକଙ୍କୁ ଧରି ପୋଲିସ ଥାନାକୁ ନେଇଛି ।

ଭିଡିଓ ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଛି ଯେ ଏହି ଭିଡିଓ ଚମୋଲି ପାଣ୍ଡବଖାଲର ଗାୟରସେନ ଅଞ୍ଚଳର । ପୋଲିସ ଅଧୀକ୍ଷକ ସର୍ବେଶ ପାଓ୍ଵାରଙ୍କ ନିର୍ଦ୍ଦେଶ କ୍ରମେ ଗାୟରସେନ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ବିହାର ନିବାସୀ ବ୍ରିଜେଶ କୁମାର, ସଲମାନ ଓ ସୁଖଲାଲ । ଏହି ୩ ଜଣଙ୍କ ବିରୋଧରେ ସାର୍ବଜନିକ ସମ୍ପତ୍ତି କ୍ଷତି ନିବାରଣ ଅଧିନିୟମ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପଚରା ଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ କି, ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ ସେମାନେ ଏହି ଭିଡିଓ ଅପଲୋଡ୍‌ କରିଥିଲେ । ଯୁବକମାନେ ଇନ୍‌ଷ୍ଟା ଭିଡିଓରେ କହୁଛନ୍ତି, ‘ଆମର କାମ ନିଆଁ ଲଗାଇବା ଏବଂ ନିଆଁରେ ଖେଳିବା’ । ସେପଟେ ପୋଲିସ ଅଧୀକ୍ଷକ ସର୍ବେଶ ପାଓ୍ଵାର ନିଆଁ କବଳରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅପିଲ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.