Below header

ମା’ର ଅଭିମାନ ଭରା ଚିଠି ପଢି ପୁଅ ନେଲା ଚରମ ନିଷ୍ପତ୍ତି, ସବୁଦିନ ପାଇଁ କରିଦେଲା ଦୋଷୀ

ପୁଅର କଟୁ ବଚନ ସହି ନ ପାରି ଘର ଛାଡି ଚାଲିଗଲା ମା' । ଗଲା ବେଳେ ଛାଡି ଦେଇଯାଇଥିଲା ଏଇ ଅଭିମାନ ଭରା ଚିଠି । ଆଉ ଘରୁକୁ ଫେରି ଯେତେବେଳେ ପୁଅ ମା'କୁ ଖୋଜିଥିଲା ସେତେବେଳେ ମା'କୁ ତ ପାଇନଥିଲା, ହେଲେ ପାଇଥିଲା ମା'ର ହାତ ଲେଖା ଚିଠି ।

ସୋର(କେନ୍ୟୁଜ୍‌): ‘ଧନରେ, ତୁ ମୋତେ ଯାହା କହିଲୁ, ଭାରି ବାଧିଲା । କେତେ ଦୁଃଖ କଷ୍ଟ ସହି, ତେ ଅପବାଦ ମୁଣ୍ଡାଇ ମୁଁ ତୋତେ ମଣିଷ କରିଛି । ହେଲେ ତୁ ତୋ ମାଆକୁ ଚିହ୍ନି ପାରିଲୁନି? ମୋ ‘ପାଖରେ ସମୟ କମ୍ । ମୁଁ ଆଉ ବେଶି କିଛି ଲେଖିବି ନାହିଁ । ଖାଲି ଏତିକି ଶୁଣୁ ମନଦେଇ ପାଠ ପଢ଼ିବୁ ଧନ । କେବେବି ନିଜର କିଛି କ୍ଷତି କରିବୁନି । ତୋ ମା’ ତୋ ପାଇଁ ଯଥେଷ୍ଟ କିଛି କରିଛି । ତୋର ଚଳିବାରେ କିଛି ଅସୁବିଧା ହେବନି । ମୁଁ ସବୁଦିନ ପାଇଁ ଘର ଛାଡ଼ି ଚାଲିଯାଉଛି । ମୋତେ କେହି ଖୋଜିବନି’।

ପୁଅର କଟୁ ବଚନ ସହି ନ ପାରି ଘର ଛାଡି ଚାଲିଗଲା ମା’ । ଗଲା ବେଳେ ଛାଡି ଦେଇଯାଇଥିଲା ଏଇ ଅଭିମାନ ଭରା ଚିଠି । ଆଉ ଘରୁକୁ ଫେରି ଯେତେବେଳେ ପୁଅ ମା’କୁ ଖୋଜିଥିଲା ସେତେବେଳେ ମା’କୁ ତ ପାଇନଥିଲା, ହେଲେ ପାଇଥିଲା ମା’ର ହାତ ଲେଖା ଚିଠି । ଏପରି ଅଭିମାନ ଭରା ଚିଠି ପଢ଼ିସାରିବା ପରେ ସହିପାରିଲାନି ପୁଅ । ମା’କୁ କଷ୍ଟ ଦେଇଥିବାରୁ ନିଜର ଦାୟି କରି କେତେ ପଶ୍ଚାତାପ କଲା । ଆଉ ଶେଷରେ ନେଇଗଲା ଚରମ ନିଷ୍ପତ୍ତି । ଯେଉଁ ମା’ର ଶାଢ଼ିରେ ଦିନେ ମୁହଁ ପୋଛି ଗେହ୍ଲା ହେଉଥିଲା ସେହି ଶାଢ଼ିରେ ନେଇଗଲା ନିଜ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ।

ସୋର ବ୍ଲକ୍ ମାଣିପୁର ଗ୍ରାମର ସନାତନ ବେହେରା ଓ ସଞ୍ଜୁଲତା ବେହେରାଙ୍କ ପୁଅ ଜଗନ୍ନାଥ ବେହେରା । ବୟସ ୨୦ ବର୍ଷ ହେବ । ସେ କଟକରେ ରହି ପାଠ ପଢ଼ୁଥିବା ବେଳେ ପାରିପାରିବ ସମସ୍ୟା ପାଇଁ ସନାତନ ଘର ଛାଡ଼ି ବାହାରେ ରହୁଥିଲେ । ତେବେ କିଛିଦିନ ତଳେ ଜଗନ୍ନାଥ ଘରକୁ ଆସିଥିଲେ । ଗତକାଲି ରାତିରେ ମାଆ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯାହାଫଳରେ ସଞ୍ଜୁଲତା ଏକ ଅଭିମାନ ଭରା ଚିଠି ଲେଖି ଆଜି ଘରୁ କେଉଁଆଡ଼େ ଚାଲିଯାଇଥିଲେ ।

ହେଲେ ଜଗନ୍ନାଥ ଘରକୁ ଫେରି ଦେଖିଥିଲେ ମା’ ସଞ୍ଜୁଲତା ଘରେ ନାହାନ୍ତି । ବହୁ ଖୋଜାଖୋଜି କରି ଶେଷରେ ଚିଠିଟିଏ ପାଇଥିଲେ । ମା’ ଛାଡିଯାଇଥିବା ଚିଠିକୁ ପଢ଼ି ସାରିବା ପରେ ଜଗନ୍ନାଥ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଯାହା ନକରିବା କଥା ସେଇୟା ହିଁ କରିଦେଲେ । ଏନେଇ ଜଣାପଡ଼ିବା ପରେ ନିକଟରେ ରହୁଥିବା ଅଜାଘର ଲୋକ ଓ ପଡ଼ୋଶୀମାନେ ମିଶି ତାଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ପ୍ରଥମେ ମାଣିପୁର ଏବଂ ପରେ ସୋର ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ କାନ୍ଦବୋବାଳିରେ ଫାଟିପଡିଲା ଡାକ୍ତରଖାନା ପରିସର । ପବନ ବେଗରେ ପ୍ରଚାର ହୋଇଗଲା ଖବର । ପୁଅର କଟୁ କଥା ସିନା ସହିପାରିଲାନି ମା’, ହେଲେ ମା’ର ଅନୁପସ୍ଥିତିକୁ ହୃଦୟଙ୍ଗମ କରିପାରିଲା ପୁଅ । ମା’ ନଥିଲେ ସେ କେମିତି ଏ ଦୁନିଆରେ ବଞ୍ଚିବ, କେମିତି ଏ ଦୁନିଆ ଲୋକଙ୍କ ସହ ଲଢିବ । ତାକୁ ସବୁ କଣ କହିବେ, କେମିତିଆ ପୁଅ ତୁ, ଏମିତି କଣ କହୁଲୁ କି ତୋ ମା’ ଘର ଛାଡି ଚାଲିଗଲା । ଏଇ ନିନ୍ଦା ଅପବାଦ ସେ ସହି ପାରିନଥାନ୍ତା । ତେଣୁ ସବୁ ଦିନ ପାଇଁ ମା’ କୁ ଦୋଷୀ କରି ଚାଲିଗଲା ଆରପାରିକୁ । ଏପଟେ ଏନେଇ ଥାନାରେ ୩୩/୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସୋର ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.