Below header

ପୁଣି ଆମେରିକାରେ ଗୁଳିମାଡ, ୩ ପୋଲିସ ଅଧିକାରୀଙ୍କ ମୃତ୍ୟୁ

ଆମେରିକାରେ ନର୍ଥ କେରୋଲାଇନରେ ଜଣେ ଦୁର୍ବୃତ୍ତ ଗୁଳିମାଡ କରିଥିବା ଫଳରେ ୩ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୪ ଜଣ ଲୋକ ଆହତ ହୋଇଛନ୍ତି । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଚଢାଉ କରିବାକୁ ଯାଇଥିବା ବେଳେ ଗୁଳିମାଡ ହୋଇଥିଲା ।

ପୁଣି ଆମେରିକାରେ ଗୁଳିକାଣ୍ଡ । ନର୍ଥ କେରୋଲାଇନରେ ଜଣେ ଦୁର୍ବୃତ୍ତ ଗୁଳିମାଡ କରିଥିବା ଫଳରେ ୩ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୪ ଜଣ ଲୋକ ଆହତ ହୋଇଛନ୍ତି । ତେବେ ପୋଲିସ ଅଧିକାରୀମାନେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଚଢାଉ କରିବାକୁ ଯାଇଥିବା ବେଳେ ଗୁଳିମାଡ ହୋଇଥିଲା ।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ମାର୍ଶଲ ଟାସ୍କର ଅଧିକାରୀ ଓ୍ଵାରେଣ୍ଟ ନେଇ ସନ୍ଦିଗ୍ଧ ଘରେ ପହଞ୍ଚିବା ପରେ ଗୁଳିମାଡ କରିଥିଲା ଦୁର୍ବୃତ୍ତ । ଏହି ଗୁଳିମାଡରେ ୪ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଅନ୍ୟ ପୋଲିସ ଅଧିକାରୀ ତାଙ୍କୁ ବଞ୍ଚାଇବାକୁ ପହଞ୍ଚିବା ପରେ ତାଙ୍କ ଉପରେ ମଧ୍ୟ ଗୁଳିମାଡ ହୋଇଥିଲା । ଫଳରେ ୩ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସର ଗୁଳିରେ ଜଣେ ନିହତ ହୋଇଥିବା ଜଣାପଡିଛି ।

ତେବେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଆମେରିକାର ମାର୍ଶଲ ସେବା କହିଛନ୍ତି କି, ଉତ୍ତର କେରୋଲିନାରେ ଚାର୍ଲାଟରେ ଏକ ଫେରାର ଅପରାଧୀକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ସମୟରେ ଆମେରିକାର ମାର୍ଶଲକୁ ଗଳି କରି ହତ୍ୟା କରାଯାଇଛି । ଏହାଛଡା ଅନ୍ୟ ମାର୍ଶଲ ସର୍ଭିସ ଟାସ୍କ ଫୋର୍ସର ସଦସ୍ୟ ଏବଂ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ଗୁଳିମାଡ ହୋଇଛି ।

ସୂଚନାଯୋଗ୍ୟ, ଫେବୃଆରୀରେ ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୨୨ ଜଣ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିଲେ, ଯେଉଁମାନଙ୍କର ବୟସ ୬ ରୁ ୧୫ବର୍ଷ ମଧ୍ୟରେ ଥିଲା ।

ଜାନୁଆରୀରେ ଇଲ୍ଲିନୋଏସ ପ୍ରାନ୍ତର ଚିକାଗୋ ସ୍ଥିତ ଜୋଲିଏଟରେ ଆଖିବୁଜା ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ । ଏକ କାରରେ ଆସି ଜନଗହଳିପୂର୍ଣ୍ଣ ସ୍ଥାନ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୩ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.