Below header

ଆଇଫୋନର ବ୍ୟାଟେରୀ ଲାଇଫକୁ ଦୀର୍ଘ ସମୟ ରଖିବାକୁ ଚାହୁଁଛନ୍ତି କି ? ତୁରନ୍ତ ବନ୍ଦ କରନ୍ତୁ ଏହି ସେଟିଂ

ଯଦି ଆପଣ ଆପଣଙ୍କର ଆଇଫୋନ୍ ବ୍ୟାଟେରୀ ଲାଇଫକୁ ଠିକ୍‌ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଷ୍ଟେପ୍‌ ନେବାକୁ ପଡ଼ିବ । ଆପଣ “ଅପ୍ଟିମାଇଜଡ୍ ଚାର୍ଜିଂ” ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଆଇଫୋନ୍ ଅଧିକ ଗରମରୁ ରକ୍ଷା ପାଇବ ଏବଂ ବ୍ୟାଟେରୀକୁ ଶେଷ ହେବାକୁ ଦେବ ନାହିଁ ।

ଗତ ମାସର ଆଇଫୋନ୍ ଅପରେଟିଂ ସିଷ୍ଟମ୍ ଅପଡେଟ୍ – iOS 17.4ରେ ଆପଣଙ୍କ ପାଇଁ ବ୍ୟାଟେରୀ ହେଲଥ ମେନୁ ନାମକ ଏକ ନୂଆ ଫିଚର ଯୋଡ଼ା ଯାଇଛି । ଆପଣ ବର୍ତ୍ତମାନ ବ୍ୟାଟେରୀର ପରସେଣ୍ଟ ଦେଖିପାରିବେ । ଯଦି ଏହା ୮୦% କିମ୍ବା ତାଠାରୁ ଅଧିକ ଥାଏ ତେବେ ଏହା ଭଲ । କିନ୍ତୁ ବର୍ତ୍ତମାନ ଯୋଡ଼ା ଯାଇଥିବା ନୂଆ ମେନୁରେ ଆପଣ କେତେଥର ଆପଣଙ୍କର ବ୍ୟାଟେରୀକୁ ବ୍ୟବହାର କରିଛନ୍ତି ଏବଂ ଆପଣଙ୍କ ବ୍ୟାଟେରୀ କେତେ ଅଛି ତାହା ଜାଣି ପାରିବେ ।

ଯଦି ଆପଣ ଆପଣଙ୍କର ଆଇଫୋନ୍ ବ୍ୟାଟେରୀ ଲାଇଫକୁ ଠିକ୍‌ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଷ୍ଟେପ୍‌ ନେବାକୁ ପଡ଼ିବ । ଆପଣ “ଅପ୍ଟିମାଇଜଡ୍ ଚାର୍ଜିଂ” ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଆଇଫୋନ୍ ଅଧିକ ଗରମରୁ ରକ୍ଷା ପାଇବ ଏବଂ ବ୍ୟାଟେରୀକୁ ଶେଷ ହେବାକୁ ଦେବ ନାହିଁ । iOS 16 ଏବଂ iOS 17 ରେ ଦୁଇଟି ଫିଚର ଅଛି ଯାହା ଆପଣଙ୍କ ଆଇଫୋନର ବ୍ୟାଟେରୀ ଉପରେ ବିଭିନ୍ନ ଲେଭଲରେ ପ୍ରଭାବ ପକାଇଥାଏ ଏବଂ ବ୍ୟାଟେରୀ ଲାଇଫକୁ ଖରାପ କରିଥାଏ । ତେବେ ଆସନ୍ତୁ ଜାଣିବା ଆପଣ କିପରି ଭାବେ ଏହାକୁ ବନ୍ଦ କରିପାରିବେ ।

ଆପଣଙ୍କ ଲକ୍ ସ୍କ୍ରିନରେ ଥିବା ସମସ୍ତ ୱିଜେଟ୍ ଅଟୋମେଟିକାଲି ଭାବରେ ବ୍ୟାକଗ୍ରାଉଣ୍ଡରେ ଆପ୍ସରେ ଚାଲିଥାଏ । ୱିଜେଟ୍ ଯୋଗୁଁ ଆପଗୁଡ଼ିକ ଲଗାତାର ଭାବରେ ବ୍ୟାକଗ୍ରାଉଣ୍ଡରେ ଚାଲିବା ଦ୍ୱାରା ଅଧିକ ଡାଟା ଖର୍ଚ୍ଚ ହୁଏ ଏବଂ ବ୍ୟାଟେରୀ ଉପରେ ପ୍ରଭାବ ପଡ଼େ । ଯଦି ଆପଣ iOS 17 ରେ ବ୍ୟାଟେରୀ ଲାଇଫକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ଲକ୍ ସ୍କ୍ରିନ୍ (ଏବଂ ହୋମ ସ୍କ୍ରିନ) ରେ ୱିଜେଟ୍ ହଟାଇବା ପାଇଁ ଚେଷ୍ଟା କରନ୍ତୁ । ଏହାକୁ ହଟାଇବା ପାଇଁ ଆପଣ ଲକ୍ ସ୍କ୍ରିନ୍ ଉପରେ ଆଙ୍ଗୁଠି ଦବାନ୍ତୁ ଏବଂ ଧରି ରଖନ୍ତୁ ଏବଂ ପରେ ଏକ ଲକ୍ ସ୍କ୍ରିନ୍ ବାଛିବା ପାଇଁ ଘୁଞ୍ଚାନ୍ତୁ ଯାହାର କୌଣସି ୱିଜେଟ୍ ନଥିବ ।

ଆଶ୍ଚର୍ଯ୍ୟର କଥା ହେଉଛି ଆଇଫୋନ୍ ର କିବୋର୍ଡ୍ ଆପଣ ଟାଇପ୍ କରିବା ସମୟରେ ଭାଇବ୍ରେସନ ହେଉନଥିଲା କିନ୍ତୁ ପରେ “ହାପ୍ଟିକ୍ ଫିଡବ୍ୟାକ୍” ନାମକ ଏକ ଫିଚର ଆଇଫୋନ୍ 16 ସହିତ ଆଇଫୋନରେ ଯୋଡି ହୋଇଥିଲା । ଆପଲ୍ ଅନୁଯାୟୀ ଏହି ଫିଚର ବ୍ୟାଟେରୀ ଲାଇଫ ଉପରେ ମଧ୍ୟ ପ୍ରଭାବ ପକାଇପାରେ । କିବୋର୍ଡ୍ ରେ ଥିବା ଏହି ଫିଚର ଆପଣଙ୍କ ଫୋନର ବ୍ୟାଟେରୀ ଲାଇଫ ଉପରେ କିଭଳି ପ୍ରଭାବ ପକାଏ ସେ ବିଷୟରେ ସୂଚନା ଦିଆଯାଇ ନାହିଁ, କିନ୍ତୁ ଯଦି ଆପଣ ବ୍ୟାଟେରୀ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଏହି ଫିଚରକୁ ବନ୍ଦ ରଖିବା ଭଲ ।

ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହଁବେ ତେବେ ସେଟିଂକୁ ଯାଆନ୍ତୁ ପରେ ସାଉଣ୍ଡସ୍ ଏବଂ ହାପ୍ଟିକ୍ସକୁ ଯିବେ । ପରେ କିବୋର୍ଡ୍ ଫିଡବ୍ୟାକ୍ କୁ ଯାଆନ୍ତୁ ଏବଂ ଆପଣଙ୍କ କିବୋର୍ଡ୍ ପାଇଁ ହାପ୍ଟିକ୍ ଫିଡବ୍ୟାକ୍ ବନ୍ଦ କରିବାକୁ ହାପ୍ଟିକ୍ ଉପରେ ଟ୍ୟାପ୍‌ କରନ୍ତୁ । ଏହି ଦୁଇଟି ଫିଚରକୁ ବନ୍ଦ କରିବା ପରେ ଆପଣଙ୍କ ଫୋନର ବ୍ୟାଟେରୀ ଲାଇଫ ଠିକ୍‌ ରହିବ । ଆପଣ ଏହାକୁ ଭଲ ଭାବେ ବ୍ୟବହାର କରିବା ପାଇଁ ସୁବିଧା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.