Below header

ଆମାଜନ୍‌ ବକ୍ସରୁ ବାହାରିଲା ବିଲେଇ, ବିନା ପାଣି ଆଉ ଖାଦ୍ୟରେ ଥିଲା ଦୀର୍ଘ ଛଅ ଦିନ ପର୍ଯ୍ୟନ୍ତ

ପ୍ରଡକ୍ଟ ବଦଳରେ ପକେଟ୍‌ ଭିତରୁ ବାହାରିଲା ବିଲେଇ । ଦୀର୍ଘ ଛଅ ଦିନ ପର୍ଯ୍ୟନ୍ତ ବିନା ପାଣି ଆଉ ଖାଦ୍ୟରେ ଥିଲା ଏ ବିଲେଇ । ପାର୍ସଲ ଭିିତରେ ୫୦୦ ମାଇଲ ଦୂର ଚାଲିଗଲା ଏ ବିଲେଇ ।

ଆମାଜନ୍‌ ବକ୍ସରୁ ବାହାରିଲା ବିଲେଇ । ପ୍ରଡକ୍ଟ ବଦଳରେ ପ୍ୟାକେଟ୍‌ ଭିତରୁ ବାହାରିଲା ବିଲେଇ । ଦୀର୍ଘ ଛଅ ଦିନ ପର୍ଯ୍ୟନ୍ତ ବିନା ପାଣି ଆଉ ଖାଦ୍ୟରେ ଥିଲା ଏ ବିଲେଇ । ପାର୍ସଲ ଭିିତରେ ୫୦୦ ମାଇଲ ଦୂର ଚାଲିଗଲା ଏ ବିଲେଇ । ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? ନିହାତି ଭାବେ ହେବା ବି କଥା, ଯିଏ ଶୁଣିବ ଏ କଥା ସିଏ ଆଶ୍ଚର୍ଯ୍ୟ ହେବେ । ଭାବୁଥିବେ ଯେ ଆମାଜନ ପାର୍ସଲ ଭିତରେ ଅନଲାଇନରେ ଜିନିଷ ଆସୁଥିବାର ଶୁଣିଛୁ କିନ୍ତୁ ଏ ଜୀବନ୍ତ ବିଲେଇ, କେମିତି ଆସିଲା ଆଉ କେଉଁଠୁ ଆସିଲା?

ତେବେ କହିବାକୁ ଚାହିଁବୁ ଯେ ଆମେରିକାରେ ଜଣେ ଦମ୍ପତିଙ୍କର ପୋଷା ବିଲେଇ ଆମାଜନର ଏକ ରିଟର୍ଣ୍ଣ ବକ୍ସରେ ପଶି ପଳାଇଥିଲା । ଆଉ ଯେତେବେଳେ ବିଲେଇକୁ ନ ପାଇଲେ ସେତେବେଳେ ଏ ଦମ୍ପତି ବହୁତ ଖୋଜାଖୋଜି କଲେ, ଏମିତିକି ସହରରେ ପୋଷ୍ଟର ବି ଲଗାଇଲେ । ଆଉ ପ୍ରାୟ ସପ୍ତାହେ ପରେ ହେବ ଏକ ଫୋନ୍‌ କଲ୍‌ ଆସିଲା ଯାହା ସେମାନଙ୍କୁ ଆସ୍ୱସ୍ତି ଦେଲା । ବିଲେଇଟି ଆମାଜନର ଜଣେ କର୍ମଚାରୀଙ୍କୁ ବକ୍ସ ଭିତରେ ଜୀବିତ ଅବସ୍ଥାରେ ମିଳିଥିଲା । ସବୁଠୁ ଆଶ୍ଚର୍ଯ୍ୟର କତା ହେଉଛି ୩ ଫୁଟର ଏହି ବକ୍ସ ଭିତରେ ବିଲେଇଟି ୬ ଦିନ ଅଖିଆ ଅପିଆ ରହିଥିଲା ।

ଆମେରିକାର ୟୁଟାର ଏହି ଦମ୍ପତିଙ୍କ ପୋଷା ବିଲେଇ ଗାଲେନା ଡେଇଁପଡିଥିଲା ଏକ ପ୍ୟାକେଟ୍‌ ଭିତରକୁ । ଯାହା ଥିଲା ଆମାଜନ୍‌ ରିଟର୍ଣ୍ଣ ପ୍ୟାକେଟ୍‌ । ଆଉ ସେହି ପ୍ୟାକେଟ୍‌ ଭିତରେ ବିଲେଇଟି ନିଜ ମାଲିକର ଘର ୟୁଟା ଠାରୁ ପ୍ରାୟ ୫୦୦ ମାଇଲ୍‌ ଦୂର କାଲିଫର୍ଣ୍ଣିଆ ଚାଲିଯାଇଥିଲା । ୧୦ ଏପ୍ରିଲରେ ବିଲେଇଟିର ମାଲିକ କ୍ୟାରୀ କ୍ଲର୍କ ଯେତେବେଳେ ତାଙ୍କ ପୋଷା ବିଲେଇକୁ ଖୋଜିଥିଲେ ସେତେବେଳେ ସେ କେଉଁଠିବି ପାଇଲେନି । ପାଖାପାଖି ସପ୍ତାହେ ପର୍ଯ୍ୟନ୍ତ ସେ ପରିବାର ଓ ପଡୋଶୀଙ୍କୁ ନେଇ ବିଲେଇକୁ ଖୋଜି ଚାଲିଥିଲେ । ବହୁ ଖୋଜାଖୋଜି ପରେ ହତାଶ ହୋଇ ସେ ଶେଷରେ ବିଲେଇର ପୋଷ୍ଟର ବି ସହରର ଚାରିଆଡେ ଲଗାଇଦେଲେ ।

ତେବେ ପାଖାପାଖି ୬ ଦିନ ପରେ ଅର୍ଥାତ୍‌ ୧୭ ଏପ୍ରିଲରେ କାଲିଫର୍ଣ୍ଣିଆର ଆମାଜନର େଓ୍ଵୟାରହାଉସରେ ଜଣେ କର୍ମଚାରୀ ପ୍ୟାକେଟ୍‌ ଭିତରୁ ଗୋଟେ ବିଲେଇକୁ ଜୀବିତ ଅବସ୍ଥାରେ ପାଇଲେ । ଆଉ ସେ ତୁରନ୍ତ ତାର ମାଲିକଙ୍କୁ ଫୋନ୍‌ କରି ତାର ଖବର ଜଣାଇଥିଲେ । ତେବେ ଯେତେବେଳେ ବିଲେଇ ବିଷୟରେ ତାର ମାଲିକାଣୀ ଜାଣିବାକୁ ପାଇଲେ, ସେ ପ୍ରଥମେ ବିଶ୍ୱାସ କରିପାରିଲେନାହିଁ । ତାଙ୍କୁ ଲାଗିଲା କିଏ ତାଙ୍କ ସହ ମଜାକ୍‌ କରୁଛି । କିନ୍ତୁ ପରେ ସେ ତାଙ୍କ ପୋଷା ବିଲେଇ ଗ୍ୟାଲେନାକୁ ଫେରି ପାଇଥିଲେ । ଆଉ ଘରକୁ ଆଣି ତାଙ୍କୁ ପେଟେ ଖୁଆଇଥିଲେ । ଯାହାର ଚିତ୍ର ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ତେବେ ଏହାକୁ ନେି ମାଲିକାଣୀ କ୍ୟାରୀ କହିଛନ୍ତି ଯେ ସେ ଅନୁମାନ କରୁଛନ୍ତି ଯେତେବେଳେ ସେ ଆମାଜନ ରିଟର୍ଣ୍ଣ ପ୍ୟାକେଟ୍‌ ରଖିଥିଲେ ସେତେବେଳେ ବୋଧହୁଏ ଗାଲେନା ଭୁଲରେ ଡେଇଁପଡିଛି ସେହି ପାର୍ସଲ ଭିତରକୁ । ଯାହାପରେ ତାଙ୍କ ସ୍ୱାମୀ ଆଉ ନଦେଖି ଟେପ୍‌ ଲଗାଇ ତାକୁ ରିଟର୍ଣ୍ଣ କରିଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.