Below header

ଭୋଟ ଦେବାର କେଇ ମିନିଟ୍ ପରେ ଆଖିବୁଜିଲେ ୯୧ ବର୍ଷ ବୟସ୍କା ବୃଦ୍ଧା

କର୍ଣ୍ଣାଟକରେ ଜଣେ ୯୧ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କରିବାର କାରଣ ହେଉଛି କି, ଭୋଟ ଦେବାର କେଇ ମିନିଟ୍ ପରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

କର୍ଣ୍ଣାଟକ: କର୍ଣ୍ଣାଟକରେ ଜଣେ ୯୧ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କରିବାର କାରଣ ହେଉଛି କି, ଭୋଟ ଦେବାର କେଇ ମିନିଟ୍ ପରେ ହିଁ ତାଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଏହି ୯୧ ବର୍ଷ ବୟସ୍କା ମହିଳାଙ୍କର ଏଭଳି ଭାବେ ମୃତ୍ୟୁ ଏବେ ସବୁଠି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି ।

କର୍ଣ୍ଣାଟକର ମହୀଶୂର ଲୋକସଭା ଆସନ ଅନ୍ତର୍ଗତ ହୁନସୁର ଅଞ୍ଚଳରେ ପୁଟ୍ଟମ୍ମା ନାମକ ବୃଦ୍ଧା ଜଣକ ଆଜି ତାଙ୍କର ଭୋଟ୍ ଅଧିକାର ସାବ୍ୟସ୍ତ କରିଥିଲେ । ବୟସାଧିକ୍ୟ ସତ୍ୱେ ସେ ଭୋଟ୍ ଦେବାକୁ ମତଦାନ କେନ୍ଦ୍ରକୁ ଆସିଥିଲେ । ତେବେ ଭୋଟ୍ ଦେଇ ସାରିବାର କିଛି ମୁହୂର୍ତ୍ତ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏପଟେ ବୟସ୍କ ଭୋଟର ମାନଙ୍କ ପାଇଁ ସୁବିଧା ରହିଛି ।  ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ବୁଥ୍ ଯିବା ନାହିଁ ଆବଶ୍ୟକ ନାହିଁ । ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର । ସେମାନଙ୍କ ଘରକୁ ଭେଟ ଦେବା ପାଇଁ ଏକ ଫର୍ମ ପଠାଯିବ ଏବଂ ସେହି ଫର୍ମକୁ ପୁଣି  ସଂଗ୍ରହ କରାଯିବ  । ତଥାପି ବୃଦ୍ଧା ଜଣକ ନିଜ ଇଚ୍ଛା ମୁତାବକ ମତଦାନ କେନ୍ଦ୍ରକୁ ଆସିଥିଲେ ଏବଂ ଜୀବନ ଚାଲିଯିବା ପୂର୍ବରୁ ଗଣତନ୍ତ୍ର ମହାପର୍ବରରେ ନିଜର ମତ ପ୍ରଦାନ କରିଥିଲେ ।

woman

ତେବେ ସୂଚନା ଥାଉକି, ଏବେ ଭୋଟ ଦେଉଛି ଭାରତ  । ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ସକାଳ ୧୧ଟା ସୁଦ୍ଧା ସବୁଠୁ ଅଧିକ ଭୋଟିଂ ହୋଇଛି ତ୍ରିପୁରାରେ । ଏଠାରେ ୩୬.୪୨ ପ୍ରତିଶତ ମତଦାନ ହୋଇଛି । ଆସାମରେ ୨୭.୪୩% ଏବଂ ଏହା ପଛକୁ ବିହାରରେ ୨୧. ୬୮ ପ୍ରତିଶତ ମତଦାନ ହୋଇଛି। ଛତିଶଗଡ଼ରେ ୩୫.୪୭ ପ୍ରତିଶତ , କର୍ଣ୍ଣାଟକରେ ୨୨.୩୪%, କେରଳରେ ୨୫.୬୧%, ମଧ୍ୟପ୍ରଦେଶ- ୨୮.୫୧ ଓ ମହରାଷ୍ଟ୍ରରେ ୧୮.୮୩% ମତଦାନ ହୋଇଥିଲା ।

ସେହିଭଳି ମଣିପୁର- ୩୩.୨୨%,ରାଜସ୍ଥାନ-୨୬.୮୪%, ତ୍ରିପୁରା- ୩୬.୪୨%, ଉତ୍ତରପ୍ରଦେଶ- ୨୪.୩୧% ଓ ପଶ୍ଚିମବଙ୍ଗରେ ୩୧.୨୫% ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି । କଡ଼ା ସୁରକ୍ଷା ଭିତରେ ଚାଲିଛି ମତଦାନ। ୧୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.