Below header

କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌, ୨ ଡ୍ରଗ୍ସ ଚୋରା ଚାଲାଣକାରୀ ଗିରଫ

କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ । ଗୁରୁବାର ଏଠାରେ ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସ ମିଳିତ ଚଢ଼ାଉ କରି ଏହାକୁ ଜବତ କରିଛନ୍ତି ।

କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ । ଗୁରୁବାର ଏଠାରେ ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସ ମିଳିତ ଚଢ଼ାଉ କରି ଏହାକୁ ଜବତ କରିଛନ୍ତି, ଯାହା ପଡ଼ୋଶୀ ଦେଶ ମିଆଁମାରରୁ ଚୋରା ଚାଲାଣ କରାଯାଇଥିବା ସନ୍ଦେହ କରାଯାଉଛି ।

ପୋଲିସ ମୁତାବକ, ଏକ ଗୁପ୍ତ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁରକ୍ଷା ବାହିନୀ ଜିରିବାମ୍‌ରେ ଫିରଜାୱଲ୍ ଜିଲ୍ଲାର ଟିପାଇମୁଖରୁ ଦକ୍ଷିଣ ଆସାମର କଚ୍ଛାର ଅଭିମୁଖେ ଯାଉଥିବା ଏକ ପିକଅପ୍ ଟ୍ରକକୁ ଅଟକାଇଥିଲେ । ଚଢ଼ାଉ ବେଳେ ୨ ଡ୍ରଗ୍ସ ଚୋରା ଚାଲାଣକାରୀ ଅବଦୁଲ୍ ମନ୍ନାନ ମଜୁମଦାର ଓ ଖଲିଲ୍ ଉଲ୍ଲା ବାରଭୁଇୟାଙ୍କୁ ଗିରଫ କରାଯାଇଛି ।

ଯାଞ୍ଚ ପରେ ସୁରକ୍ଷା ବାହିନୀ ୩୦ଟି ସାବୁନ୍ ଖୋଳରେ ୩୬୩.୪୫ ଗ୍ରାମର ହେରୋଇନ୍‌ ପାଇଥିଲେ । ଏହାକୁ କଖାରୁ ଭିତରେ ଲୁଚାଯାଇଥିଲା ଏବଂ ଅନ୍ୟ ପରିବା ସହିତ ପିକଅପ୍ ଟ୍ରକ୍‌ରେ ଲଦି ନିଆଯାଉଥିଲା । ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗିରଫ ବ୍ୟକ୍ତି ଏବଂ ଜବତ ନିଶା ସାମଗ୍ରୀକୁ ଜିରିବାମ୍‌ ଥାନାକୁ ହସ୍ତାନ୍ତର କରାଯାଇଛି ।

ସେପଟେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ‘X’ରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଡ୍ରଗ୍ସ କାରବାର ମୁକାବିଲାରେ ସୁରକ୍ଷା ବାହିନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

କହି ରଖୁଛୁ, ଗତ ମାସରେ ମଧ୍ୟ ଏମିତି ଏକ ଘଟଣା ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଆସିଥିଲା । ଏଠାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏକ ଟ୍ରକରୁ ପାଖାପାଖି ୬୫୫ କିଲୋଗ୍ରାମର ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏନ୍‌ସିବି ଟିମ୍ ଗଞ୍ଜେଇ ସହ ଟ୍ରକକୁ ମଧ୍ୟ ଜବତ କରିଥିଲା । ୫୫୦ଟି ଚୁଡ଼ା ବସ୍ତା ଭିତରେ ଗଞ୍ଜେଇକୁ ଲୁଚାଇ ଅଣାଯାଉଥିଲା । ପୋଲିସ ସୂଚନା ମୁତାବକ, ଜବତ ଗଞ୍ଜେଇକୁ ଓଡ଼ିଶାରୁ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ଅଣାଯାଉଥିଲା । ଏହାର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ଆକଳନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.