Below header

ଏବେ ପିଜା-ବରଗର ଡେଲିଭରି କରିବ ଡ୍ରୋନ୍‌, ଆରମ୍ଭ ହେଲା ନୂଆ ସର୍ଭିସ୍‌

ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି । ଏପରିସ୍ଥିତିରେ ଲୋକମାନେ ଖାଦ୍ୟ ଅର୍ଡର କଲେ ଠିକ୍‌ ସମୟରେ ପହଞ୍ଚି ପାରେନି । ଏସବୁ ସମସ୍ୟାକୁ ନଜରରେ ରଖି ଏହି ଡ୍ରୋନ ସର୍ଭିସ ଆରମ୍ଭ ହୋଇଛି ।

ବର୍ତ୍ତମାନ ଆପଣଙ୍କ ଘରେ ଗରମ ପିଜା ଏବଂ ବରଗର ପାଇବା ଆହୁରି ସହଜ ହେବ । ଏହି ଫାଷ୍ଟଫୁଡ ଖାଇବା ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି, କାରଣ ଡେଲିଭରି ବଏମାନେ ଆଉ ଟ୍ରାଫିକରେ ଅଟକି ରହି ଅପାଣଙ୍କୁ ଖାଦ୍ୟ ଡେଲିଭର କରିିବେ ନାହିଁ । ତେବେ ଜିନିଷ ଡେଲିଭରି ପାଇଁ ଗୁରୁଗ୍ରାମରେ ଡ୍ରୋନ୍ ସର୍ଭିସ୍‌ ଆରମ୍ଭ ହୋଇଛି । ଏହି ଡ୍ରୋନ ସାହାଯ୍ୟରେ ଏବେ ଘରେ ଘରେ ପହଞ୍ଚିବ ଜିନିଷ । ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି । ଏପରିସ୍ଥିତିରେ ଲୋକମାନେ ଖାଦ୍ୟ ଅର୍ଡର କଲେ ଠିକ୍‌ ସମୟରେ ପହଞ୍ଚି ପାରେନି । ଏସବୁ ସମସ୍ୟାକୁ ନଜରରେ ରଖି ଏହି ଡ୍ରୋନ ସର୍ଭିସ ଆରମ୍ଭ ହୋଇଛି ।

ଏହି ଡ୍ରୋନ ସର୍ଭିସ୍‌ ଦ୍ୱାରା ବର୍ତ୍ତମାନ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମରେ ଅଟକି ରହୁଥିବା ଡେଲିଭରି ବଏ ମାନଙ୍କୁ ଆରାମ ମିଳିବ ଏବଂ ସେମାନେ ଅପରେଟିଂ ସେଣ୍ଟରରେ ବସି ବସି ଠିକ୍‌ ସମୟରେ ଜିନିଷକୁ ଆପଣଙ୍କ ଘରକୁ ପଠାଇ ପାରିବେ । ଏହା ଦ୍ୱାରା ଖରାରୁ ମଧ୍ୟ ଡେଲିଭରି ବଏମାନଙ୍କୁ ଆରମ୍‌ ମିଳିବ ।

ଗୁରୁଗ୍ରାମରେ ଡ୍ରୋନ୍ ଦ୍ୱାରା ଜିନିଷ ଡେଲିଭରି ସିଷ୍ଟମ ଆରମ୍ଭ କରିଛି । ଏହି ସହରରେ ଥିବା ବଡ଼ ବଡ଼ ବିଲ୍ଡଂରେ ମାତ୍ର କିଛି ମିନିଟରେ ଆପଣଙ୍କ ବାଲକୋନୀରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଡେଲିଭରି ହୋଇପାରିବ । ଗୁରୁଗ୍ରାମରେ ଆରମ୍ଭ ହୋଇଥିବା ଏହି ସର୍ଭିସ୍‌ ଖୁବଶୀଘ୍ର ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି । ତେବେ ଏହି ସର୍ଭିସକୁ ସ୍କାଏ ଏୟାର ଆରମ୍ଭ କରିଛି । ସ୍କାଏପ୍ୟାଡ୍‌ ନେଟଓ୍ଵାର୍କ ଦ୍ୱାରା ଏହି ସର୍ଭିସକୁ ମ୍ୟାନେଜ୍‌ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.