Below header

ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଗଲେ ଯାତ୍ରୀ

ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ୍ । ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍ ୫୫ ଆନନ୍ଦନଗର ସ୍ଥିତ ସୂର୍ଯ୍ୟ ପେଟୋଲ ପମ୍ପ ସମ୍ମୁଖରେ ବସରେ ନିଆଁ ଲାଗିଯାଇଛି । ଘରୋଇ ବସଟି ତାଳଚେରରୁ ଭୁବନେଶ୍ଵରକୁ ଯାଉଥିବା ବେଳ ଏପରି ଅଘଟଣ ଘଟିଛି ।

ଢେ଼ଙ୍କାନାଳ (କେନ୍ୟୁଜ): ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।  ଢେଙ୍କାନାଳ ୫୫ନମ୍ବର ଜାତୀୟ ରାଜପଥ ସୂର୍ଯ୍ୟ ପେଟ୍ରୋଲ ପମ୍ପ ଆଗରେ ଏହି ଅଘଟଣ ଘଟିଛି । ପ୍ରିୟାଶୀ ନାମକ ଏକ ଯାତ୍ରୀବାହୀ ବସ୍ ତାଳଚେରରୁ ଭୁବନେଶ୍ବରରୁ ଯାଉଥିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ବସ୍ ଡ୍ରାଇଭର ତୁରନ୍ତ ଗାଡ଼ି ଅଟକାଇ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ ।

ଫଳରେ କାହାର କୌଣସି କ୍ଷତି ହୋଇନାହିଁ । ବସଟି ସଂପୂର୍ଣ୍ଣ ଜଳି ଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ କିପରି ଲାଗିଲା ସେନେଇ କାରଣ ଜଣାପଡିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.