Below header

ତୃତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ, ୯୪ଟି ଆସନରେ ହେବ କଡ଼ା ମୁକାବିଲା

ଗଣତନ୍ତ୍ରର ମହାନ ପର୍ବ । ତୃତୀୟ ପର୍ୟ୍ୟାୟ ନିବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୧୧ ଟି ରାଜ୍ୟର ୯୪ଟି ଆସନରେ ମତଦା ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ। ଅହମଦାବାଦ ଆସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ପଶ୍ଚିମବଙ୍ଗର ବରହମପୁର ଆସନରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧରେ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ୟୁସୁଫ ପଠାନ।

ନୂଆଦିଲ୍ଲୀ : ଗଣତନ୍ତ୍ରର ମହାନ ପର୍ବ । ତୃତୀୟ ପର୍ୟ୍ୟାୟ ନିବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୧୧ ଟି ରାଜ୍ୟର ୯୪ଟି ଆସନରେ ମତଦା ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ। ଗୁଜରାଟର ସମସ୍ତ ଲୋକସଭା ଆସନରେ ହେଉଛି ମତଦାନ। ଗୁଜରାଟର୨୬ଟି ଆସନ ରହିଥିବା ବେଳେ ସୁରତ ଆସନରେ ବିଜେପି ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮ଟି ଲେଖାଏଁରେ ଆସନରେ ହେବ ଭୋଟିଂ।

ସେହିପରି ଛତିଶଗଡ଼ର ୭ଟି, ବିହାରର ୫ଟି, ପଶ୍ଚିମବଙ୍ଗ ଓ ଆସାମର ୪ଟି ଲେଖାଏଁ ଆସନରେ ହେବ ମତଦାନ। ଗୋଆର ୨ଟି, ଜମ୍ମୁ ଓ କଶ୍ମୀରର ଗୋଟିଏ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଓ ଡିଉ ଲୋକସଭା ଆସନରେ ମତଦାନ କରିବେ ଭୋଟର। ଭୋଟ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ଅହମଦାବାଦ ଆସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ପଶ୍ଚିମବଙ୍ଗର ବରହମପୁର ଆସନରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧରେ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ୟୁସୁଫ ପଠାନ। ଗୁନା ଆସନରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଦିଶା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରିବେ।

ରାଜଗଡ଼ ଆସନରେ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସର ଭେଟେରାନ ଦିଗବିଜୟ ସିଂ। ତୃତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ରର ବାରାମତି ଆସନ ଉପରେ ରହିଛି ସମସ୍ତଙ୍କ ନଜର। ବାରାମତିରେ ଏଥର ନଣନ୍ଦ ଭାଉଜ ଲଢେଇ । ଏନସିପି ଶରଦ ପାୱାର ଗୋଷ୍ଠୀର ପ୍ରାର୍ଥୀ ସୁପ୍ରିୟା ସୁଲେ ଓ ତାଙ୍କ ଭାଉଜ ଏନସିପିର ସୁନେତ୍ରା ପାୱାରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା। ଉତ୍ତର ପ୍ରଦେଶର ମୈନପୁରୀ ଆସନରେ ଡିମ୍ପଲ ଯାଦବ ଓ କର୍ଣ୍ଣାଟକର ଧରୱାଡ ଆସନରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଭାଗ୍ଯ ନିର୍ଦ୍ଧାରଣ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.