Below header

ଗ୍ରୀଷ୍ମ ପ୍ରବାହକୁ ନେଇ ସମସ୍ତେ ଆତଙ୍କିତ : ଆଉ ୨ ଦିନ ତାତି, ଆଜି ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀ ଭୁବନେଶ୍ୱର ହେଉ କି ରୌପ୍ୟ ସହର କଟକ, ଟ୍ୱିନ୍‌ସିଟିରେ ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ । ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆଜି ପାଇଁ ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଆଲର୍ଟ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ସହି ହେଉନି ତାତି ।  ୪୪ . ୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।  ୪ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ୪୩ ଉପରେ ୧୨ ସହରର ତାପମାତ୍ରା ରହିଛି । ଆଉ ୨ ଦିନ ଗ୍ରୀଷ୍ମ ପ୍ରବାହ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆଜି ପାଇଁ ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଆଲର୍ଟ ହୋଇଛି ।  ଏ ସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକ। ୧୮ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ।

ଆସନ୍ତାକାଲି ୬ ଜିଲ୍ଲାକୁ ଜାରି ହୋଇଛି ରେଡ ୱାର୍ଣ୍ଣିଂ । ତେବେ ୨ତାରିଖରୁ କମିବ ତାପମାତ୍ରା । ୫ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । କିନ୍ତୁ ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଖରାର ପ୍ରକୋପ ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ । ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ଟାଣ ଖରାରେ ସକାଳ ୯ଟାରୁ ଅପରାହ୍ମ ୫ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଦିନ ୧୦ଟା ହେଲେ ଶୂନଶାନ ହୋଇଯାଉଛି ରାସ୍ତାଘାଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.